‘ଭଲ ଭଲ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଭେଟି ଦେଉଛନ୍ତି ଆମ Women producer, ପ୍ରେଗନେଣ୍ଟ ଥାଇ ବି Jhillik ଯେମିତି…’ Pallavi Maharathy

ବନ୍ଧୁଗଣ, ଆପଣ ମାନେ ସମସ୍ତେ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟଙ୍କ ଅବିଶ୍ଵସନୀୟ ଅଭିନୟ କୁ ଟିଭି ପରଦାରେ ଦେଖି ଆସିଛନ୍ତି । ତାଙ୍କ ଅଭିନୟ କରିବାର ଶୈଳୀ ବହୁତ ନିଆରା ହୋଇଥିବାରୁ ଲୋକେ ତାଙ୍କୁ ବେସ ପସନ୍ଦ କରିଥାନ୍ତି । ଝିଲିକ ଙ୍କ ଘର କଲିକତାରେ ଅଟେ । କିନ୍ତୁ ସେ କିଛି ବର୍ଷ ତଳେ ଓଡିଶା ଆସି ଏଠାରେ ଓଡିଆ ଇଣ୍ଡଷ୍ଟ୍ରୀରେ ଅଭିନୟ କରି ସମସ୍ତଙ୍କର ପ୍ରିୟପାତ୍ର ତଥା ପ୍ରିୟ ହିରୋଇନ ହୋଇପାରିଥିଲେ ।

କିଛି ଦିନ ତଳେ ସେ ରାଜନେତା ତଥା ଯୁବନେତା ଡାନୀ ଙ୍କୁ ବିବାହ କରିଥିଲେ ଏବଂ ଉଭୟଙ୍କର ଦୁଇଟି ଜାଆଁଳା କନ୍ୟା ସନ୍ତାନ ମଧ୍ୟ ଅଛନ୍ତି । ନିଜ ଛୋଟ ପରିବାରରେ ବେସ ହସଖୁସି ରେ ଜୀବନଜାପନ କରୁଥିବାର ନଜର ଆସିଛନ୍ତି ଝିଲିକ । ତେବେ ଅନେକ ଦିନର ବ୍ୟବଧାନ ପରେ ଝିଲିକ ଭଟ୍ଟାଚାର୍ଜ୍ୟ “ରୁଦ୍ରାଣୀ” ନାମକ ଏକଚଳଚିତ୍ର ରେ ଯୋଗଦାନ ଦେଇଛନ୍ତି ।

ତେବେ ଏହାକୁ ନେଇ ତାଙ୍କ ନଣନ୍ଦ ଡକ୍ଟର ପଲ୍ଲଭୀ ମହାରଥୀ କଣ ପ୍ରତିକ୍ରିୟା ଦେଇଛନ୍ତି ଆସନ୍ତୁ ସେ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ପଲ୍ଲଭୀ ମହାରଥୀ, ଝିଲିକ ଙ୍କୁ ଶୁଭେଛା ଜଣାଇ କହିଛନ୍ତି ଯେ ଝିଲିକ ଜେତବେଳେ ପ୍ରେଗନେଣ୍ଟ ଥିଲେ ସେତେବେଳେ ସେ ଏହି ଚଳଚିତ୍ର କରିଥିଲେ । ସେ ଜଣେ ନାରୀ ପ୍ରଡ୍ୟୁସର ହେଇ ଏଭଳି ଭାବରେ ସୁନ୍ଦର ସୁନ୍ଦର ଭେଟି ଦେବାରେ ସକ୍ଷମ ହୋଇଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀକୁ ।

ସମସ୍ତଙ୍କ ତରଫରୁ ଅନେକ ଅନେକ ଶୁଭେଛା ମଧ୍ୟ ଦେଇଛନ୍ତି ପଲ୍ଲଭୀ ମହାରଥୀ । ଏହା ସହିତ ସେ ଏହା ମଧ୍ୟ କହିଛନ୍ତି ଯେ ଚଳଚିତ୍ର ଟି ବହୁତ ଭଲ ହୋଇଛି ଏହାକୁ ସମସ୍ତେ ଦେଖିଛନ୍ତି ଶେଷ ପର୍ଯ୍ୟନ୍ତ । ତେବେ ଏହିଭଳି ଚଳଚିତ୍ର ଓଲିଉଡ ଇଣ୍ଡଷ୍ଟ୍ରୀକୁ ନିହାତି ଭାବରେ ଦରକାର । ଏହାଦ୍ଵାରା ନିଶ୍ଚିତ ଭାବରେ ଓଡିଆ ଇଣ୍ଡଷ୍ଟ୍ରୀ ଗ୍ରୋ କରିବ ବୋଲି ସେ କହିଛନ୍ତି ।

ଝିଲିକ ଙ୍କ ପରିବାର ଲୋକେ ମଧ୍ୟ ଏହି ଚଳଚିତ୍ର ଦେଖିବା ନିମନ୍ତେ ହଲ କୁ ଯାଇଥିଲେ ଏବଂ ତାଙ୍କ ଶଶୁର କହିଛନ୍ତି ଯେ ସେ କେବେ ମଧ୍ୟ ଚଳଚିତ୍ର ଦେଖନ୍ତି ନାହିଁ ମାତ୍ର ବୋହୂ ଙ୍କ ଅନୁରୋଧ କ୍ରମେ ସେ ହଲ କୁ ଯାଇଥିଲେ । ଏବଂ ମହିଳା ମାନଙ୍କ ସପକ୍ଷରେ ଏହି ଚଳଚିତ୍ର ହୋଇଛି ବୋଲି କହି ନିଜର ଖୁସି ପ୍ରକାଶ କରିବା ସହିତ ବୋହୂ ଝିଲିକ ଶୁଭେଛା ଜଣାଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *