ଗୋଟିଏ ଛାତ୍ରୀ ପଛରେ ପାଗଳ 2 ଜଣ ରସିକିଆ ଶିକ୍ଷକ ! କରି ବସିଲେ ଏମିତି କାଣ୍ଡ ଶୁଣିଲେ ଆପଣଙ୍କ ହୋସ ଉଡିଯିବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଏହି ଦୁଇ ଶିକ୍ଷକ ଯେଉଁ ସ୍କୁଲରେ ପାଠ ପଢାଉଛନ୍ତି, ସେହି ସ୍କୁଲ ର ଛାତ୍ରୀ ମାନଙ୍କୁ ଅସଦ ଆଚରଣ କରିଥିବା ଅଭିଯୋଗ ହୋଇଛି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଏହି ଦୁଇ ଶିକ୍ଷକ ହଷ୍ଟେଲରେ ରହି ବାରମ୍ବାର ଜଣେ ଆଦିବାସୀ ଛାତ୍ରୀ ଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହିତ ଅସଦଆଚରଣ ପାଇଁ ପକାଉଥିଲେ ଚାପ । ଛାତ୍ରୀ ଜଣଙ୍କର ମା’ ଙ୍କ କହିବା ଅନୁଯାୟୀ ସାର ଦୁଇଜଣ ତାଙ୍କ ଝିଅ ଙ୍କୁ ଧକ୍କାମାରି କାନ୍ଥରେ ସଟେଇ ଦେଇଥିଲେ ।

ଏହିଭଳି ଭାବରେ ଦୁଃବ୍ୟବହାର କରୁଛନ୍ତି ସାରମାନେ । ହେଡମାଷ୍ଟର କୁ କହିଲା ବେଳକୁ ସେ କହୁଛନ୍ତି ଯେ ମୁଁ କ’ଣ କରିବି ? ଛାତ୍ରୀ ଙ୍କ ମା’ କହିଛନ୍ତି ଯଦି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏହିଭଳି ବାହାବରେ କହିବେ ତେବେ କାହାକୁ ନିର୍ଭର କରିବେ ? ଝିଅ ସୁରକ୍ଷିତ ରହିବ ବୋଲି ହଷ୍ଟେଲ ରେ ମଧ୍ୟ ଦାଖଲ କରାଇଛନ୍ତି । ତେବେ ଅଭିଯୋଗ ଅନୁଯାୟୀ ବିଦ୍ୟାଳୟରେ ପାଠ ପଢାଉ ପଢାଉ ଶିକ୍ଷକଙ୍କର ବଢୁଥିଲା ପ୍ରେମନିଶା ।

କେବଳ ଏତିକି ନୁହେଁ ବରଂ ଛାତ୍ରୀ ଙ୍କୁ ନିଜ କଥାରେ ରାଜି ହେବା ପାଇଁ ଚାପ ମଧ୍ୟ ପକାଉଥିଲେ । ଏହା ସହିତ କହୁଥିଲେ ଯେ ଯଦି ତୁମେ ଆମ କଥାରେ ରାଜି ନ ହେବେ ତେବେ ପରୀକ୍ଷାରେ ଫେଲ ହେବ । ଏହା ସହିତ ଛାତ୍ରୀ ଙ୍କୁ ଏହି ଦୁଇ ଶିକ୍ଷକ ପ୍ରବଳ ଗାଳିଗୋଳଚ କରିଥିବା ନେଇ ଅଭିଯୋଗ ହୋଇଛି । ସେହିଭଳି ଆଉ ଏକ ଅଭିଭାବକ କହିଛନ୍ତି ଯେ ଗୋଟିଏ ଝିଅ ସହିତ ଏଭଳି ଦୁର୍ବ୍ୟବହାର କରୁଥିବା ଖବର ଜାଣିବା ପରେ ସେ ଛାତ୍ରୀ ଜଣଙ୍କୁ ପଚାରିଲେ ଯେ ତୁମେ ସ୍କୁଲରେ କାହାକୁ କିଛି କହିନ ?

ସାହିତ୍ୟ ବିଷୟରେ ପାଠ ପଢଉଥିବା ସମୟରେ ସେ ସଠିକ ପ୍ରସଙ୍ଗ ଉପରେ ପାଠ ନ ପଢାଇ ବିଜ୍ଞାନ ସମ୍ବନ୍ଧୀୟ ତଥ୍ୟ ଆଲୋଚନା କରି ଝିଅ ମାନଙ୍କୁ ଖରାପ ଖରାପ ଇଙ୍ଗିତ କରୁଥିଲେ । ଏହି ସମ୍ବନ୍ଧରେ ଛାତ୍ରୀ ମାନେ ପ୍ରଧାନ ଶିକ୍ଷକ ଙ୍କୁ କହିବା ସମୟରେ ସେମାନେ କୁହନ୍ତି ଯେ ତୁମେ ସାର ଙ୍କ କଥା କୁ ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରିଦିଅ ।

ମାତ୍ର ଏହା କ’ଣ ଏହା ସଠିକ କଥା ? ସୁନ୍ଦରଗଡ ବିରମିତ୍ରପୂର କୁମଝରିଆ ସରକାରୀ ବିଦ୍ୟାଳୟରେ ଏହି ଦୁଇଜଣ ଶିକ୍ଷକତା କରୁଛନ୍ତି । ଜଣକ ଘର ବରଗଡ ହୋଇଥିବା ବେଳେ ଆଉ ଜଣକ ଘର ଭଦ୍ରକ ଜିଲ୍ଲାରେ । ମାତ୍ର ଶିକ୍ଷକଙ୍କ ଏଭଳି କାଣ୍ଡ ଦେଖି ସମସ୍ତ ଅଭିଭାବକ ଏକ ଏତଲା ଦେଇଛନ୍ତି ଏବଂ ଉଭୟଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ନିବେଦନ କରିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *