କଣ ଆପଣ ଜାଣିଛନ୍ତି କି ଟ୍ରେନର ଶେଷ ବଗୀରେ କଣ ପାଇଁ ରହିଥାଏ Xର ଚିହ୍ନ, କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ଲୋକମାନେ ଯାତ୍ରା କରିବା ପାଇଁ ସରକାର ସବୁ ପ୍ରକାରର ସୁବିଧା ଯୋଗାଇ ଦେଇଛନ୍ତି । ଲୋକମାନେ ଯାତ୍ରା କରିବା ପାଇଁ ବିଭିନ୍ନ ପ୍ରକାରର ଯାନବାହନ ନିର୍ମାଣ କରାଯାଇଛି । ସେହି ସବୁ ଭିତରୁ ଆଜି ଆମେ ଜାଣିବା ଟ୍ରେନ ବିଷୟରେ କିଛି । ପ୍ରତିଦିନ ଟ୍ରେନରେ ଲକ୍ଷ ଲକ୍ଷ ଲୋକ ଯାତ୍ରା କରୁଛନ୍ତି କିନ୍ତୁ କଣ ଆପଣ କେବେ ଟ୍ରେନର ଶେଷ ବଗୀକୁ ଠିକ ଭାବେ ଦେଖିଛନ୍ତି । କାରଣ ଟ୍ରେନର ଶେଷ ବଗୀରେ କିଛି ଚିହ୍ନ ଅଛି ଯାହା ବିଷୟରେ ଅଧିକାଂଶ ଲୋକ ଜାଣି ନଥିବେ । ଚିହ୍ନ ଏଥିପାଇଁ ଥାଏ କି ଟ୍ରେନ କର୍ମଚାରୀ କୁ ଜଣା ପଡିବ କି ପୁରା ଟ୍ରେନ ଯାଇ ସାରିଛି ।

କଣ କଣ ଚିହ୍ନ ଥାଏ ଟ୍ରେନର ଶେଷ ବଗୀରେ

ଆପଣ ଦେଖିଥିବେ କି ଟ୍ରେନର ଶେଷ ବଗୀରେ ‘X’ ଚିହ୍ନ ଥାଏ । ଆପଣ କଣ ଜାଣିଛନ୍ତି କି ଏହା କଣ ପାଇଁ ହୋଇଥାଏ । ଏହି ଚିହ୍ନ ଧଳା ଏବଂ ଲାଲ ରଙ୍ଗର ହୋଇଥାଏ । କିନ୍ତୁ ବର୍ତ୍ତମାନ ବହୁତ ସାରା ଟ୍ରେନର ଶେଷ ଡବାରେ ବିଜୁଳିର ଏକ ଲ୍ୟାମ୍ପ ଲଗାଯାଇଛି ଯାହାକି ଆଗରୁ ତେଲରେ ଚାଲୁଥିଲା କିନ୍ତୁ ବର୍ତ୍ତମାନ ତାହା ବିଜୁଳିରେ ଚାଲୁଛି । ନିୟମ ଅନୁସାରେ ସବୁ ଟ୍ରେନରେ ଶେଷ ବଗୀରେ ଏହି ଚିହ୍ନ ନିହାତି ରହିବା ଦରକାର ।

ଏହାଛଡା ଟ୍ରେନର ଶେଷ ବଗୀରେ ଏକ ବୋର୍ଡ ଟଙ୍ଗା ଯାଇଥାଏ ଏବଂ ସେଥିରେ LV ଲେଖାଯାଇଥାଏ । ଏହାର ଅର୍ଥ ହେଉଛି କି ‘last vehicle’ଏବଂ ଏହାର ରଙ୍ଗ କଳା ଏବଂ ଧଳା ହୋଇଥାଏ । ଏହା ମଧ୍ୟ ସୂଚନା ଦେଇଥାଏ କି ଟ୍ରେନ ସମ୍ପୂର୍ଣ ଭାବେ ଚାଲିଯାଇଛି ।

ଭାରତୀୟ ରେଳ ଲାଗୁ କରିବେ ଡାୟନାମିକ ରେଣ୍ଟାଲ ସିଷ୍ଟମ

ଭାରତୀୟ ରେଳ ଏହା ନିଷ୍ପତ୍ତି ନେଇଛନ୍ତି କି ବର୍ତ୍ତମାନ ସବୁ ମାଲବାହୀ ଏବଂ ଏକ୍ସପ୍ରେସ ଟ୍ରେନରେ ପ୍ରିମିୟମ ଟ୍ରେନ ଭଳି ଡାଇନାମିକ ରେଣ୍ଟାଲ ସିଷ୍ଟମ ଲାଗୁ କରାଯିବ । ଏଥିପାଇଁ ମୋହମ୍ମଦ ଜାମଶେଦ ଙ୍କ ଅଧକ୍ଷତା ସମିତି ରେଳ ଠାରୁ ଅନୁମତି ମାଗିଛନ୍ତି । ଯଦି ଏହି ନିୟମ ଲାଗୁ କରାଯିବ ତାହେଲେ ସବୁ ଟ୍ରେନର ଭଡା ଉଡାଜାହାଜ ବୁକିଙ୍ଗ ସହିତ ବଢିଯିବ । ଯେତେ କମ ସିଟ ଥିବ ସେତେ ଅଧିକ ଦାମ ଦେବାକୁ ପଡିବ । କିଛି ଟ୍ରେନରେ ଏହି ନିୟମ ପ୍ରଥମରୁ ହିଁ ଲାଗୁ କରାଯାଇଛି ।

ଏହି ସମିତି ଚାହୁଁଛି କି ଟ୍ରେନର କ୍ଷମତା ଆହୁରି ବଢାଇବା ପାଇଁ ଯାହାଫଳରେ କି ଅଧିକ ଯାତ୍ରୀ ଯାତ୍ରା କରି ପାରିବେ । ସମିତି କୁ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଠାରୁ ଅନୁମତି ବି ମିଳିଛି । ସୁରେଶ ପ୍ରଭୁ କହିଛନ୍ତି କି ମୁଁ ଚେଷ୍ଟା କରିବି ସମିତିର ଦାବି ପୂରଣ କରିବା ପାଇଁ ଏବଂ ଯେତେ ଶୀଘ୍ର ହେବ ଏହା ଲାଗୁ ବି କରାଯିବ । ଏହାଛଡା ସମିତି ଟ୍ରେନରେ ଯାତ୍ରୀ ଏବଂ ମାଲ ଭଡାର ବୃଦ୍ଧିରେ ବାଧାକୁ ବି ଜାଣି ପାରିଛନ୍ତି ।

Leave a Reply

Your email address will not be published. Required fields are marked *