ରାତିରେ ଶୋଇବା ପୂର୍ବରୁ ଭୂଳରେବି କରନ୍ତୁ ନାହିଁ ଏହି କାମ, ସବୁବେଳେ ଅସୁବିଧାରେ ଘେରି ରହିବ ଜୀବନ

ଆମ ଧର୍ମ ଶାସ୍ତ୍ରରେ ପୂଜାପାଠ ଓ ଆମ ଜୀବନ ସହ ଜଡ଼ିତ କେତେକ ନିୟମ କୁହା ଯାଇଅଛି । ଯାହାର ପାଳନ କରିବା ମନୁଷ୍ୟ ପାଇଁ ବହୁତ ଆବଶ୍ୟକ ଅଟେ । ଏହି ଧର୍ମ ଶାସ୍ତ୍ରରେ ସକାଳରୁ ନେଇ ରାତ୍ରିରେ ଶୋଇବା ଯାଏ କିଛି ଏମିତି ନିୟମ କୁହା ଯାଇଛି । ଯଦି ଏହାର ପାଳନ କରାଯାଏ ତେବେ ମନୁଷ୍ୟ ଜୀବନ ସୁଧୁରି ଯିବ । ଏହି ନିୟମ ମାନିଲେ ଜୀବନ ଖୁସିରେ ରହିବ, ଓ ପୂଜାପାଠରେ ଭଗବାନ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ଆପଣଙ୍କର କିଛି ଏମିତି କାମ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଶୋଇବା ପୂର୍ବରୁ ଭୁଲରେ କରିବା କଥା ନୁହେଁ ।

ଗାୟତ୍ରି ମନ୍ତ୍ରର ଜପ

ଧର୍ମ ଶାସ୍ତ୍ରରେ ଗାୟତ୍ରୀ ମନ୍ତ୍ରର ଜପ ସମସ୍ତ ମାନବ ଜାତିଙ୍କ ପାଇଁ କଲ୍ୟାଣୀକାରି ବୋଲି କୁହାଯାଇଛି । ପରନ୍ତୁ ଏହାକୁ ଜପ କରିବାର ନିୟମ, ମାର୍ଯାଦା ଓ ସମୟର ପାଳନ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ । ଶାସ୍ତ୍ରରେ ଗାୟତ୍ରୀ ମନ୍ତ୍ରର ଜପ କରିବା ପାଇଁ ଉପଯୁକ୍ତ ସମୟ ହେଲା ସୂର୍ଯ୍ୟଉଦୟ ଓ ସନ୍ଧ୍ୟା ବୋଲି କୁହାଯାଇଛି । ସେଥିପାଇଁ ରାତିରେ ଶୋଇବା ସମୟରେ ଏହାର ଜପ ବିଲକୁଲ ବି କରନ୍ତୁ ନାହିଁ ।

ପିତୃ ପୁରୁଷଙ୍କୁ ଧ୍ୟାନ

ଧର୍ମ ଶାସ୍ତ୍ରରେ କୁହା ଯାଇଛି କି ରାତ୍ରିରେ ଶୋଇବା ସମୟରେ କେବେ ବି ପିତୃ ପୁରୁଷଙ୍କୁ ଧ୍ୟାନ କରିବା କଥା ନୁହେଁ । ଏଥିପାଇଁ ସବୁଠୁ ଉପଯୁକ୍ତ ସମୟ ହେଉଛି ଖରାବେଳ । ଯଦି ଆପଣ ପିତୃ ପୁରୁଷଙ୍କ ଆଶୀର୍ବାଦ ଚାହୁଁଛନ୍ତି, ତେବେ ଆପଣ ସନ୍ଧ୍ୟାବେଳେ ଗୋଧୂଳି ବେଳାରେ ଦକ୍ଷିଣ ଓ ପଶ୍ଚିମ ଦିଗରେ ଦୀପ ଜଳାନ୍ତୁ । ରାତିରେ ଶୋଇବା ସମୟରେ ଆପଣ କେବଳ ଇଷ୍ଟ ଦେବତାଙ୍କୁ ଧ୍ୟାନ କରନ୍ତୁ । ଏଥିରୁ ଜୀବନରେ ସକରାତ୍ମକତା ଆସିଥାଏ ।

ଆଇନା ଦେଖିବା

ବାସ୍ତୁରେ କୁହାଯାଇଛି କି ରାତିରେ ଶୋଇବା ପୁର୍ବରୁ ଆଇନା ଦେଖିବା କଥା ନୁହେଁ । ଏହା ଦ୍ଵାରା ରାତିରେ ଆଡୁ ସାଡୁ ଖରାପ ସ୍ଵପ୍ନ ଆସିଥାଏ । ଯଦି ଆପଣଙ୍କ ବେଡ଼ ରୁମରେ ଆଇନା ଅଛି, ତେବେ ରାତିରେ ତା ଉପରେ କିଛି ପକେଇ ଦିଅନ୍ତୁ ବା ଘୋଡେଇ ଦିଅନ୍ତୁ । ଏହାଛଡା ଏହା ମଧ୍ୟ କୁହା ଯାଇଛି କି ସକାଳୁ ଉଠି କି ଆଇନା ଦେଖିଲେ ଦିନଟା ସାରା ଅଳସୁଆ ଲାଗିଥାଏ ।

ଭଗବାନ ଶିବ

ମହାଦେବଙ୍କୁ ବୈରାଗ୍ୟ ଓ ଭକ୍ତ ମାନଙ୍କର ଡାକ ଶୁଣୁଥିବା ଠାକୁର କୁହାଯାଇଥାଏ । ଏହା କୁହା ଯାଇଛି କି ରାତିରେ ଶୋଇବା ପୁର୍ବରୁ ତାଙ୍କ ପ୍ରତିମା ଓ ଫଟୋ ଦେଖିଲେ ଜୀବନରେ ଆନନ୍ଦ ଓ ବୈରାଗ୍ୟର ଭାବ ଜନ୍ମ ହେବାକୁ ଲାଗିଥାଏ । ଏହି କାରଣ ଅଟେ କି ବେଡ଼ ରୁମରେ ମହାଦେବଙ୍କ ଫଟୋ ଲଗା ଯାଏନି ଓ ପୂଜାପାଠରେ ମହାଦେବଙ୍କ ଗୃହସ୍ଥ ରୂପର ପୂଜା ହୋଇଥାଏ ।

ଶୋଇବା ପୁର୍ବରୁ ହସିବା କଥା ନୁହେଁ

ଏମିତି କୁହାଯାଏକି ଶୋଇବା ପୁର୍ବରୁ ବେଶି ହସିବା କଥା ନୁହେଁ । ଏହି କଥାର କିଛି ବୈଜ୍ଞାନିକ ବା ଧାର୍ମିକ ଆଧାର ନାହିଁ । ଏମିତି କହିବା କଥା କି ଶୋଇବା ପୁର୍ବରୁ ବେଶି ହସିବା ବାଲାଙ୍କୁ ତା ପରଦିନ ଦୁଃଖର ସାମ୍ନା କରିବାକୁ ପଡ଼ିଥାଏ ।

Leave a Reply

Your email address will not be published. Required fields are marked *