ଆପଣମାନେ ଟ୍ରେନକୁ ଦେଖିଥିବେ କି ଆଜିକାଲି ଟ୍ରେନର କୋଚ ଦୁଇ ପ୍ରକାରର ଆସୁଛି । ପ୍ରଥମ ନୀଳ ରଙ୍ଗର କୋଚ ଯେଉଁଥିରେ ଆପଣ ସାଧାରଣତ ଯାତ୍ରା କରିଥାନ୍ତି, କିନ୍ତୁ ଆପଣ ଏହିଭଳି ବି କୋଚ ଦେଖିଥିବେ ଯାହା ସିଲଭର ଓ ନାଲି ରଙ୍ଗର ହୋଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ଦୁଇଟି କୋଚ ମଧ୍ୟରେ କଣ ଅନ୍ତର ହୋଇଥାଏ ଓ ଏହି ଦୁଇଟି କୋଚର ଉପଯୋଗ କଣ ଅଟେ । ଆଜି ଆମେ ଆପଣଙ୍କୁ ଏହା ବିଷୟରେ ସୂଚନା ଦେବୁ ।
କହିବାକୁ ଗଲେ ନୀଳ ରଙ୍ଗର କୋଚରେ ଆପଣ ଅଧିକ ଯାତ୍ରା କରିଥିବେ । ଏହି କୋଚକୁ ଇଂଟୀଗ୍ରଲ କୋଚ କୁହାଯାଏ । ଯାହାକୁ ଇଂଟୀଗ୍ରଲ କୋଚ କାରଖାନାରେ ତିଆରି କରାଯାଇଥାଏ । ଭାରତରେ ସବୁଠୁ ଅଧିକ ଏହି କୋଚର ହିଁ ବ୍ୟବହାର କରାଯାଇଥାଏ । ଆପଣ ନୀଳ ରଙ୍ଗ ଛଡା ସିଲଭର ଓ ନାଲି ରଙ୍ଗର କୋଚ ବି ଦେଖିଥିବେ । ଏହି କୋଚକୁ ଲିଂକ ହଫମେନ ବୁଶ (ଏଲଏଚବୀ) କୋଚ କୁହାଯାଏ ।
ଏହାର ବ୍ୟବହାର ସବୁଠୁ ଅଧିକ ଗତିମାନ ଟ୍ରେନରେ କରାଯାଇଥାଏ । ଯେମିତି କି ଏକ୍ସପ୍ରେସ, ଶତାବ୍ଦୀ ଏକ୍ସପ୍ରେସ ଓ ରାଜଧାନୀ ଏକ୍ସପ୍ରେସ ଟ୍ରେନରେ ଏହାର ପ୍ରୟୋଗ କରାଯାଇଥାଏ । ଏହି କୋଚକୁ ଫାସ୍ଟ ସ୍ପୀଡ ଟ୍ରେନ ପାଇଁ ହିଁ ଡିଜାଇନ କରାଯାଇଥାଏ । ଯେଉଁମାନଙ୍କ କ୍ଷମତା ୧୬୦ ରୁ ୧୮୦ କିଲୋମିଟର ପ୍ରତି ଘଣ୍ଟା ସ୍ପୀଡ ହୋଇଥାଏ । ଅନ୍ୟ ପଟେ ନୀଳ ରଙ୍ଗର କୋଚର ଉପଯୋଗ ମଧ୍ୟମ ଗତି ଟ୍ରେନ ପାଇଁ ବ୍ୟବହାର କରାଯାଇଥାଏ । ଯାହାର ସାମାନ୍ୟ ଗତି ୭୦ ରୁ ୧୪୦ କିଲୋମିଟର ପ୍ରତି ଘଣ୍ଟା ହୋଇଥାଏ ।
ଷ୍ଟେନଲେସ ଷ୍ଟିଲ ତଥା ଆଲୁମିନିୟମ ଦ୍ଵାରା ତିଆରି ଓ ଆଣ୍ଟି ଟେଲୀସ୍କୋପିକ ସିସ୍ଟମ ଦ୍ଵାରା ତିଆରି ଏଲଏଚବୀ କୋଚର ଡବା ରେଳ ଲାଇନରେ ସହଜରେ ଓଲ୍ହାଇ ନ ଥାଏ । ଯଦି ଆଇସିଏଫ କୋଚ ର ଡବା କଥା କହିବା ତ ମାଇଲ୍ଡ ଷ୍ଟିଲ ଦ୍ଵାରା ତିଆରି ଆଈସୀଏଫ କୋଚର ଡବା ବଡ ବଡ ଝଟକାକୁ ବି ସହଜରେ ସହି ପାରିବ । ଯାହା ଦ୍ଵାରା ଟ୍ରେନ ଦୁର୍ଘଟଣାର ସମ୍ଭାବନା କମ ରହିଥାଏ । ଏଲଏଚବୀ କୋଚରେ ଟ୍ରେନକୁ ଶୀଘ୍ର ରୋକିବା ପାଇଁ ଡିସ୍କ ବ୍ରେକର ବ୍ୟବସ୍ଥା ବି ଥାଏ । ଅନ୍ୟ ପଟେ ଅଳ୍ପ ସମୟରେ ଅଟକୁଥିବା ଆଇସିଏଫ ଟ୍ରେନ କୋଚରେ ଏୟାରବ୍ରେକ ଓ ଥ୍ରେଡ ବ୍ୟାକ ସିସ୍ଟମ ଲଗାଯାଇଥାଏ ।
ପ୍ରତି ୫ ଲକ୍ଷ କିଲୋମିଟର ଚାଲିବା ପରେ ଏଲଏଚବେ କୋଚକୁ ମେନ୍ଟେନାନ୍ସ ର ଆବଶ୍ୟକ ପଡିଥାଏ । ଅନ୍ୟ ପଟେ ଆଇସିଏଫ କୋଚର କଥା କହିବା ତ ପ୍ରତ୍ୟେକ ୨ ରୁ ୪ ଲକ୍ଷ କିଲୋମିଟର ଚାଲିବା ପରେ ଏହାକୁ ମେନ୍ଟେନାନ୍ସ ଆବଶ୍ୟକ ପଡିଥାଏ । ଏଲଏଚବୀ କୋଚରେ ଯାତ୍ରା କରୁଥିବା ଯାତ୍ରୀକୁ ଯେପରି ଟ୍ରେନର ଆବାଜ ଦ୍ଵାରା ଅସୁବିଧା ନ ହେଉ ସେଥିପାଇଁ ତାହାର ସାଉଣ୍ଡ ଲେବୁଲ ୬୦ ଡେସିବଲ ରଖା ଯାଇଛି । ଅନ୍ୟ ପଟେ ଆଇସିଏଫ କୋଚର ସାଉଣ୍ଡ ଲେବୁଲ ୧୦୦ ଡେସିବଲ ରଖା ଯାଇଛି । ଆପଣଙ୍କୁ ଏହି ତଥ୍ୟ ଭଲ ଲାଗିଥିଲେ ପେଜକୁ ଲାଇକ କରି ଆମ ସହିତ ରୁହନ୍ତୁ ।