ଯଦି ଆପଣଙ୍କ ଶରୀରରେ ରହିଛି ଏହିଭଳି ଚିହ୍ନ ତ ଏହାର ଅର୍ଥ ଆପଣଙ୍କ ପୁନର୍ଜନ୍ମ ହୋଇଛି

ଦୁନିଆର କେତେକ ଧର୍ମରେ ପୁନର୍ଜନ୍ମଙ୍କୁ ନେଇ କୁହାଯାଏ କି ଯେତେବେଳେ କାହାର ମୃତ୍ୟୁ ହୋଇଥାଏ ତେବେ ତାହାର ଆତ୍ମା ଏକ ନୂଆ ଶରୀରରେ ପ୍ରବେଶ କରିଥାଏ । କିନ୍ତୁ କିଛି ଧର୍ମ ଅନୁସାରେ ଆପଣଙ୍କ ମୃତ୍ୟୁ ପରେ ପିମ୍ପୁଡି ଠାରୁ ନେଇ ଗଛ ପର୍ଯ୍ୟନ୍ତ ଆପଣ କୌଣସି ଜୀବ ରୂପରେ ଜନ୍ମ ନେଇ ପାରିବେ । କିନ୍ତୁ ଅନ୍ୟ କେତେକ ଧର୍ମ ମାନନ୍ତି କି ଆପଣ କେବଳ ମନୁଷ୍ୟ ରୂପରେ ହିଁ ଜନ୍ମ ନେବେ ।

କିନ୍ତୁ ଏହି ସବୁ ଏମିତି କିଛି ସିଦ୍ଧାନ୍ତ ଅଟେ ଯାହାକୁ କେହି କେବେ ବି ପ୍ରମାଣିତ କରି ପାରି ନାହାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏମିତି ହିଁ ଲକ୍ଷଣ ବିଷୟରେ କହିବୁ । ଯାହା ସଂକେତ ଦେଇଥାଏ କି ଆପଣଙ୍କ ପୁନର୍ଜନ୍ମ ହୋଇଛି ।

୧. ସ୍ଵପ୍ନ

Image Courtesy: Google

ସାମାନ୍ୟ ରୂପରେ ଆମେ ଦିନ ସାରା ଯେଉଁ ସବୁ କାମ କରିଥାଉ କିମ୍ବା ଯେଉଁ ସବୁ ବ୍ୟକ୍ତିଙ୍କ ସହ ସାକ୍ଷାତ କରିଥାଉ ତାହା ସହିତ ଜଡିତ ସ୍ଵପ୍ନ ଆମକୁ ଆସିଥାଏ । କିନ୍ତୁ ଯଦି ଆପଣ ନିଜ ସ୍ଵପ୍ନରେ ଏମିତି କୌଣସି ବ୍ୟକ୍ତିକୁ ଦେଖୁଛନ୍ତି ଯାହାକୁ ଆପଣ ଜାଣି ନାହାନ୍ତି ତେବେ ଏହା ଆପଣଙ୍କ ପଛ ଜନ୍ମର ସ୍ମୃତି ହୋଇପାରେ । ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ପୁନର୍ଜନ୍ମ ହୋଇଛି ତେବେ ଆପଣ ନିଜକୁ ପ୍ରଶ୍ନ କରନ୍ତୁ କି, କଣ ଆପଣ ସ୍ଵପ୍ନରେ ଗୋଟିଏ ରୂପରେ ପ୍ରାୟତଃ ମରୁଥିବାର ଦେଖୁଛନ୍ତି କିମ୍ବା ଆପଣଙ୍କୁ ଗୋଟିଏ ସ୍ଵପ୍ନ ବାରମ୍ବାର ଆସୁଛି । ଏହା ସବୁ ଗୋଟିଏ ଗୋଟିଏ ଲକ୍ଷଣ ଅଟେ ଯାହା ଦର୍ଶାଇ ଥାଏ କି ଆପଣଙ୍କୁ ଆପଣଙ୍କ ପଛ ଜନ୍ମର ସ୍ମୃତି ସ୍ଵପ୍ନରେ ଦେଖାଯାଉଛି ।

୨. ଜନ୍ମ ଚିହ୍ନ

Image Courtesy: Google

କହିବାକୁ ଗଲେ ଆଘାତ କିମ୍ବା ରୋଗ କାରଣରୁ ବ୍ୟକ୍ତିର ଶରୀରରେ ଚିହ୍ନ ପଡିଯାଏ । କିନ୍ତୁ କେତେକ ବ୍ୟକ୍ତିଙ୍କର ଜନ୍ମ ସମୟରୁ ହିଁ କିଛି ଚିହ୍ନ ତାଙ୍କ ଶରୀରରେ ଥାଏ । ଏକ ରିସର୍ଚ ଅନୁସାରେ ଜଣା ପଡିଛି କି ଏହି ଜନ୍ମ ଚିହ୍ନ ପଛ ଜନ୍ମର କୌଣସି ଆଘାତ କିମ୍ବା କୌଣସି ରୋଗ କାରଣରୁ ବର୍ତ୍ତମାନର ଶରୀରରେ ଦେଖାଯାଇଥାଏ ।

୩. ପ୍ରାକୃତିକ କଳା

Image Courtesy: Google

ସମସ୍ତଙ୍କ ମଧ୍ୟରେ କିଛି ନା କିଛି କଳା ନିଶ୍ଚିତ ଥାଏ ଯାହାକୁ ଆମେ ଅଭ୍ୟାସ କରି ସେଥିରେ ସଫଳତା ହାସଲ କରି ନେଉ । କିନ୍ତୁ କିଛି ଲୋକମାନେ ଜନ୍ମରୁ ହିଁ ଅଦ୍ଭୁତ ପ୍ରତିଭା ରେ ଧନୀ ହୋଇଥାନ୍ତି । ତାଙ୍କୁ କିଛି ଶିକ୍ଷା ଦେବାକୁ ପଡେ ନାହିଁ । ସମୟ ସହିତ ସେମାନେ ସ୍ଵୟଂ ବିକଶିତ ହୋଇ ଯାଆନ୍ତି । ଉଦାହରଣ ସ୍ୱରୂପ ଜଣେ ବ୍ୟକ୍ତି ଜନ୍ମରୁ ହିଁ ବହୁତ ଭାଷା କହିଥାଏ । ଯେତେବେଳେ କି ଏଥିପାଇଁ ସେମାନେ କୌଣସି ପ୍ରକାରର କୋଚିଙ୍ଗ ନେଇ ନ ଥାନ୍ତି । ଏହିଭଳି ବହୁତ ଉଦାହରଣ ଅଛି । ଏହି ଆଧାରରେ ଆମେ କହି ପାରିବା କି ଏହି ପ୍ରତିଭା ସେମାନଙ୍କୁ ସେମାନଙ୍କ ପଛ ଜନ୍ମରୁ ମିଳିଛି । ଲେଖାଟି ଭଲ ଲାଗିଥିଲେ ଲାଇକ କରନ୍ତୁ ଓ ଆଗକୁ ଏମିତି ଅନେକ ଘଟଣା ବିଷୟରେ ଅବଗତ ହେବା ନିମନ୍ତେ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *