ପ୍ୟାନକାର୍ଡରେ ଯଦି ଭୁଲ ହେଇଯାଇଛି ନାମ, ତେବେ ଚିନ୍ତା କରନ୍ତୁ ନାହିଁ, ଏହି ସହଜ ଉପାୟରେ କରନ୍ତୁ ଠିକ

ପ୍ୟାନ କାର୍ଡ ଏକ ଏମିତି ଦରକାରୀ କାଗଜ ଅଟେ, ଯାହା ବିନା ସରକାରୀ କାର୍ଯ୍ୟ କରିବା ସମ୍ଭବ ନୁହେଁ । କେତେ ଥର ଏମିତି ହୋଇଥାଏ କି ଲୋକମାନେ ପ୍ୟାନ କାର୍ଡ କରିବା ସମୟରେ ଭୁଲ ନାମ ଦେଇ ଦିଅନ୍ତି, ଯାହା ପରେ ତାଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ବର୍ତ୍ତମାନ ଚିନ୍ତିତ ହେବାର ନାହିଁ, କାରଣ ଆମେ ଆପଣଙ୍କୁ ଏକ ଏମିତି ଉପାୟ କହିବାକୁ ଯାଉଛୁ, ଯାହା ଜରିଆରେ ଆପଣ କିଛି ମିନିଟ ମଧ୍ୟରେ ହିଁ ନିଜ ଘରେ ବସି ନିଜର ପ୍ୟାନ କାର୍ଡକୁ ଠିକ କରି ଦେବେ । ତେବେ ଆସନ୍ତୁ ଜାଣିବା ପ୍ୟାନ କାର୍ଡରେ ଭୁଲ ନାମକୁ ଠିକ କରିବାର ପୁରା ଉପାୟ ।

Image Courtesy: Google

ପ୍ୟାନ କାର୍ଡର ଭୁଲ ନାମକୁ ଠିକ କରିବା ପାଇଁ ଆପଣ ପ୍ରଥମେ ସଠିକ ନାମ ବାଲା କାଗଜପତ୍ରର ଗୋଟିଏ କପିକୁ ନିଜ ପାଖରେ ରଖନ୍ତୁ । ଏଥିପାଇଁ ଆପଣ ଆଧାର କାର୍ଡ ଠାରୁ ନେଇ ପାସପୋର୍ଟ ଭଳି କାଗଜପତ୍ରକୁ ବ୍ୟବହାର କରି ପାରିବେ । ଏହା ପରେ ସର୍ବ ପ୍ରଥମେ ଆପଣ ପ୍ୟାନ କାର୍ଡର ୱେବସାଇଟକୁ ଯାଆନ୍ତୁ ।

https://www.onlineservices.nsdl.com/paam/endUserRegisterContact.html

ବର୍ତ୍ତମାନ ଆପଣଙ୍କ ସାମ୍ନାରେ ଏକ ପେଜ ଖୋଲିବ । ଏଥିରେ Application Typeରେ Change and Correction in Existing PAN dataର ଅପସନ ଉପରେ କ୍ଲିକ କରନ୍ତୁ । ବର୍ତ୍ତମାନ କ୍ୟାଟାଗୋରୀରେ INDIVIDUALକୁ ବାଛିବାର ଅଛି । ଏହା ପରେ ତଳେ ଦିଆ ଯାଇଥିବା ଗୋଟିଏ କଲମରେ ନିଜର ସଠିକ ସୂଚନା ଦିଅନ୍ତୁ । ଯେମିତି କି ମୋବାଇଲ ନମ୍ବର, ଜନ୍ମ ତାରିଖ, ଇମେଲ ଆଇଡି ଇତ୍ୟାଦି । ଏସବୁ ଦେବା ପରେ କ୍ୟାପ୍ଚା କୋଡକୁ ଭରନ୍ତୁ ଯାହା ଏକ ଇମେଜ ରୂପରେ ନଜର ଆସିବ । ଏହାପରେ ସବମିଟ ବଟନ ଉପରେ କ୍ଲିକ କରି ଦିଅନ୍ତୁ ।

Image Courtesy: Google

ବର୍ତ୍ତମାନ ଆପଣ ଏକ ନୂଆ ପେଜ ଉପରେ ପହଞ୍ଚିବେ ଯେଉଁଠି ଆପଣଙ୍କୁ ଚାରୋଟି ଅପସନ ଦେଖାଯିବ । ଏହି ପେଜରେ ଆପଣଙ୍କୁ ଆଧାର ନମ୍ବର ଓ ପ୍ୟାନ ନମ୍ବର ଭରିବାର ଅଛି । କୌଣସି ବି ପ୍ରକାରର ସୂଚନା ଭର୍ତ୍ତି କରିବା ସମୟରେ ଅଳ୍ପ ସାବଧାନ ହୋଇ ଯାଆନ୍ତୁ ଯାହା ଦ୍ଵାରା କୌଣସି ପ୍ରକାରର ଭୁଲ ଠାରୁ ଆପଣ ବଞ୍ଚି ପାରିବେ । ଏହା ପରେ ଆପଣଙ୍କୁ ଜରୁରୀ କାଗଜପତ୍ରର କପି ସବମିଟ କରିବାର ଅଛି ଓ ୧୨୦ ଟଙ୍କାର ଚାର୍ଜ ଦେବାର ଅଛି ।

ଏହା ପରେ ଆପଣଙ୍କ ନମ୍ବରରେ ଏକ ଓଟିପି ଆସିବ । ବର୍ତ୍ତମାନ ଏହି ଓଟିପିକୁ ସବମିଟ କରନ୍ତୁ । ବର୍ତ୍ତମାନ ଆପଣଙ୍କୁ ଏକ ଫର୍ମ ଡାଉନଲୋଡ କରିବାର ବିକଳ୍ପ ମିଳିବ ଯାହାକୁ ଆପଣ ସେଭ କରି ପାରିବେ କିମ୍ବା ପ୍ରିଣ୍ଟ କରି ରଖି ପାରିବେ । ଆପ୍ଲାଏ କରିବା ପରେ ଆପଣଙ୍କ ଦ୍ଵାରା ଦିଆଯାଇଥିବା ଠିକଣାରେ ପ୍ୟାନ କାର୍ଡ ୧୫ ଦିନ ମଧ୍ୟରେ ପହଞ୍ଚିଯିବ । ପ୍ୟାନକାର୍ଡରେ ନା ଚେଞ୍ଜ କରିବାର ଏହି ଉପାୟ ଆପଣଙ୍କ କାମରେ ନିଶ୍ଚୟ ଆସିବ । ନୂଆ ଉପାୟ ଗୁଡିକ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *