ଯଦି ଆପଣଙ୍କ ଟ୍ରେନ ଟିକେଟ ହଜିଯାଏ ତ କଣ କରିବେ ? କେମିତି କରିବେ ଯାତ୍ରା ? ଟ୍ରେନ ରେ ଯାତ୍ରା କରୁଥିଲେ ନିଶ୍ଚୟ ଜାଣି ରଖନ୍ତୁ

ବନ୍ଧୁଗଣ ଟ୍ରେନରେ ଯାତ୍ରା ସମୟରେ ବା ଯାତ୍ରା ପୂର୍ବରୁ ଯଦି ଟିକେଟ ହଜି ଯାଏ ତା ହେଲେ ଆପଣ କଣ କରିବେ । କିପରି ଟ୍ରେନରେ ଯାତ୍ରା କରିବେ । ଯାତ୍ରୀଙ୍କ ଏହି ପ୍ରକାରର ସମସ୍ଯାକୁ ଦ୍ରୁଷ୍ଟିରେ ରଖି ଭାରତୀୟ ରେଳବାଇ ଏକ ବ୍ୟବସ୍ଥା କରିଛି । ଯଦି ଆପଣ ଅନେକ ସମୟରେ ଟ୍ରେନରେ ଯାତାୟାତ କରୁଛନ୍ତି ତା ହେଲେ ଏହି ଖବର ବିଷୟରେ ନିଶ୍ଚୟ ଜାଣନ୍ତୁ  ।

ଏଣିକି ଟ୍ରେନ ଟିକେଟ ହ-ଜି ଗଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଭାରତୀୟ ରେଳବାଇ ଯାତ୍ରୀଙ୍କ ଏହି ସମସ୍ୟାର ସମାଧାନ ବାହାର କରିଛି । ଯଦି କୌଣସି ପରିସ୍ଥିତିରେ ଟ୍ରେନ ଟିକେଟ ହ-ଜି ଯାଉଛି ତା ହେଲେ ନକଲ ଟିକେଟ ଜରିଆରେ ଯାତ୍ରୀ ଯାତ୍ରା କରିପାରିବେ ହେଲେ ଏହା ପାଇଁ ଯାତ୍ରୀଙ୍କୁ ଅଳ୍ପ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଭାରତୀୟ ରେଳବାଇ ଅନୁଯାଇ ଯଦି ସରକ୍ଷଣ ଚାଟ ପ୍ରସ୍ତୁତ ହେବା ପୂର୍ବରୁ ଟିକେଟ ହ-ଜି-ବାର ସୂଚନା ମିଳେ ତା ହେଲେ ଏଭଳି ପରିସ୍ଥିତିରେ ନ-କ-ଲ ଟିକେଜ ଜାରି କରାଯାଏ । ଏହି ନ-କ-ଲ ଟିକେଟ ପାଇଁ ଗ୍ରାହକଙ୍କୁ ୫୦ ଟଙ୍କା କିମ୍ବା ୧୦୦ ଟଙ୍କା ଦେବାକୁ ପଡିବ । ସେକେଣ୍ଡ ଏବଂ ସ୍ଳିପର କ୍ଳାସ ପାଇଁ ଯାତ୍ରୀଙ୍କୁ ୫୦ ଟଙ୍କା ଦେବାକୁ ପଡିବ । ସେହି ପରି ଅନ୍ୟ କ୍ଳାସ ପାଇଁ ଯାତ୍ରୀଙ୍କୁ ୧୦୦ ଟଙ୍କା ଦେବାକୁ ପଡିବ ।

ଯଦି ସରକ୍ଷଣ ଚା-ଟ ପ୍ରସ୍ତୁତ ହେବା ପରେ ଟିକେଟ ହଜି ଯିବାର ସୂଚନା ମିଳେ ତା ହେଲେ ଯାତ୍ରୀଙ୍କୁ ଟିକେଟର ୫୦ ପ୍ରତିଶତ ଟଙ୍କା ଦେବାକୁ ପଡିବ । ଧ୍ୟାନ ଦିଅନ୍ତୁ ଯଦି ଟିକେଟ କନଫର୍ମ ହୋଇଥିବ ଓ ଆପଣଙ୍କ ପାଖରେ ଥିବା ଟିକେଟ ଫା-ଟି ଯାଇଥିବ ତା ହେଲେ ମଧ୍ୟ ଆପଣ ନକଲ ଟିକେଟ ଆବେଦନ କରିପାରିବେ । ଭାରତୀୟ ରେଳବାଇ ଅନୁଯାଇ ୱେଟିଙ୍ଗ ଲିଷ୍ଟରେ ଥିବା ଟିକେଟ ଫା-ଟି ଯାଇଥିଲେ ଏହା ଉପରେ କୌଣସି ନ-କ-ଲ ଟିକେଟ ଜାରି ହୋଇପାରିବ ନାହିଁ ।

ଏହା ଛଡା ଆରଏସି ଟିକେଟ କ୍ଷେତ୍ରରେ ସରକ୍ଷଣ ଚାଟ ପ୍ରସ୍ତୁତ ହେବା ପରେ କୌଣସି ନ-କ-ଲ ଟିକେଟ ଜାରି କରାଯାଇ ପାରିବ ନାହିଁ । ସବୁ ଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯଦି ନ-କ-ଲ ଟିକେଟ ଆବେଦନ କରିବା ପରେ ମୂଳ ଟିକେଟ ଯାତ୍ରୀଙ୍କୁ ମିଳିଯାଏ ତା ହେଲେ ସେହି ଦୁଇ ଟିକେଟ ରେଳବାଇକୁ ଦେଖାଇ ନକଲ ଟିକେଟ ପାଇଁ ଦେଇଥିବା ଟଙ୍କା ଫେରସ୍ତ ମଧ୍ୟ ପାଇପାରିବେ ।

Leave a Reply

Your email address will not be published. Required fields are marked *