ଟ୍ରେନ ଡ୍ରାଏଭରଙ୍କ ଦରମା କେତେ ଜାଣି ଆଶ୍ଚର୍ଯ୍ୟ ହେବେ

 

ଆଜି ଆମେ ଆପଣଙ୍କୁ ଟ୍ରେନର ଡ୍ରାଇଭର ମାନଙ୍କ ଦରମା ବିଷୟରେ କହିବୁ । ସେମାନଙ୍କ ଜଏନିଙ୍ଗ ସ୍ୟାଲେରୀ ଓ ପ୍ରମୋଶନ ହେବା ପରେ ତାଙ୍କର କେତେ ସ୍ୟାଲେରୀ ହୋଇଥାଏ । ଏହା ବିଷୟରେ ଆମେ ବିସ୍ତାରରେ ଆପଣ ମାନଙ୍କୁ କହିବୁ । ହେଲେ ଏହା ପୂର୍ବରୁ ଯଦି ଆପଣ ଟ୍ରେନ ଡ୍ରାଇଭର ହେବା ପାଇଁ ଚାହୁଁଛନ୍ତି ତା ହେଲେ ଆପଣଙ୍କୁ ଏକ ପରୀକ୍ଷା ଦେବାକୁ ହେବ । ଏହି ପରୀକ୍ଷାର ନାମ ହେଉଛି ALP ପରୀକ୍ଷା ।

୨ ରୁ ୩ ବର୍ଷରେ ଥରେ ଏହି ପରୀକ୍ଷା ଭାରତରେ ହୋଇଥାଏ । ଏହି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ଲୋକ ଚେଷ୍ଟା କରିଥାନ୍ତି ହେଲେ ଏହି ପରୀକ୍ଷାରେ ୨୦ ରୁ ୩୦ ହଜାର ଲୋକ ଏଥିରେ ନିଯୁକ୍ତ ହୋଇଥାନ୍ତି ।

ଏହି ପରୀକ୍ଷାରେ ପାସ କରିବା ପରେ ଆପଣଙ୍କୁ ଆସିଷ୍ଟାନ୍ଟ ଡ୍ରାଇଭର ବା ଆସିଷ୍ଟାନ୍ଟ ଲୋକ ପାଇଲଟ ରୂପରେ ନିଯୁକ୍ତ କରାଯିବ । ଏହି ଆସିଷ୍ଟାନ୍ଟ ଡ୍ରାଇଭରର ନିଯୁକ୍ତି ପାଇବା ପରେ ଆପଣ ଟ୍ରେନ ଚଳାଇ ପାରିବେ ନାହିଁ । ଆପଣ ଟ୍ରେନର ମୁଖ୍ୟ ଡ୍ରାଇଭର ପାଖରେ ବସି ସବୁ ଦେଖି ଶିଖିବେ । ଏହା ପରେ ୪ ରୁ ୫ ବର୍ଷ ପରେ ଆପଣଙ୍କ ପ୍ରମୋଶନ ହୋଇଯିବ । ଆସିଷ୍ଟାନ୍ଟ ଲୋକ ପାଇଲଟରୁ ସିନିୟର ଆସିଷ୍ଟାନ୍ଟ ଲୋକ ପାଇଲୋଟ ରୂପେ ଆପଣ ନିଯୁକ୍ତ ହୋଇଯିବେ ।


ପ୍ରତି ପ୍ରମୋଶନରେ ଆପଣଙ୍କ ସ୍ୟାଲେରୀ ବଢୁଥିବ । ଏହା ପରେ ଲୋକୋ ପାଇଲଟ ଗୁଡ୍ସ ଟ୍ରେନରେ ଆପଣଙ୍କୁ ପ୍ରମୋଶନ କରାଯିବ । ଏହି ପଦବୀ ପାଇବା ପରେ ଆପଣ ମାଲ ଗାଡି, କୋଇଲା ଗାଡି ଓ ପେଟ୍ରୋଲ ଗାଡି ସବୁକୁ ଚଳାଇ ପାରିବେ । ଏହାର ୪ ରୁ ୫ ବର୍ଷ ପରେ ଆପଣଙ୍କୁ ଲୋକୋ ପାଇଲଟ କୁହାଯିବ ଯେଉଁଠି ଆପଣ ପ୍ୟାସେଞ୍ଜର ଗାଡିକୁ ଚଳାଇ ପାରିବେ । ସବୁ ଟ୍ରେନ ଡ୍ରାଇଭରଙ୍କ ଦରମା ସମାନ ହୋଇନଥାଏ ।


ଭାରତର ବଡ ବଡ ସହର ତଥା, ଚେନାଇ, ମୁମ୍ବାଇ, ଦିଲ୍ଲୀ ଓ କଲିକତା ପରି ରାଜ୍ୟରେ ଅଧିକ ଦରମା ମିଳିଥାଏ । ଏହା ସହିତ ଆପଣ ଯଦି ଅଧିକ ସମୟ ପର୍ଯ୍ୟନ୍ତ ଟ୍ରେନ ଚଳାଇବେ ତା ହେଲେ ଆପଣଙ୍କୁ ଅଧିକ ଦରମା ମିଳିବ । ସର୍ବ ପ୍ରଥମେ ନିଯୁକ୍ତ ହେବା ପରେ ପ୍ରଥମ ଦରମା ୧୯୯୦୦ ମିଳିଥାଏ । ଏହାପରେ ପ୍ରମୋଶନ ହୋଇ ୪୪୯୦୦ ରେ ପହଞ୍ଚିଥାଏ । ଏହି ବେଶିକ ପେ ଛଡା ସେମାନଙ୍କୁ ଡିଏ ୭ ପ୍ରତିଶତ ମିଳିଥାଏ, ରନିଙ୍ଗ ଆଲାଉନ୍ସ ୧୫ ହଜାର ମିଳିଥାଏ ଓ ରାତ୍ରି କାଳୀନ ଡ୍ୟୁଟି ପାଇଁ ୨୦୦୦ ଟଙ୍କା ମିଳିଥାଏ ।

ଯଦି ଆପଣ ରେଲୱେ ତରଫରୁ ମିଳିଥିବା କ୍ଵାଟର ନେଇ ନଥିବେ ତାହାଲେ ଆପଣଙ୍କୁ ୨୪ ରୁ ୧୪ ପ୍ରତିଶତ ଅଧିକ ଆଲଉନ୍ସ ମିଳିବ । ସାଧାରଣ ଭାଷାରେ କହିବାକୁ ଗଲେ ଯେତେବେଳେ ଆପଣ ଆସିଷ୍ଟାନ୍ଟ ଲୋକ ପାଇଲୋଟ ରୂପରେ ଜଏନ କରିବେ ସେତେବେଳେ ଆପଣଙ୍କ ଦରମା ଥିବା ୪୫ ରୁ ୫୦ ହଜାର ମଧ୍ୟରେ ଥିବ । ଏହା ପରେ ପ୍ରତି ପ୍ରମୋଶନରେ ଆପଣଙ୍କ ଦରମା ୧୦ ରୁ ୧୫ ହଜାର ବଢିଥାଏ । ଶେଷରେ ଯେତେବେଳେ ଆପଣ ସଂପୂର୍ଣ୍ଣ ସିନିୟର ହୋଇଯିବେ ଆପଣଙ୍କ ସ୍ୟାଲେରୀ ପାଖା ପାଖି ୮୦ ହଜାର ହୋଇଯିବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଲେଖାଟି ଶେଷ ପର୍ଯ୍ୟନ୍ତ ପଢି ଥିବାରୁ ଧନ୍ୟବାଦ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *