ଜାଣନ୍ତୁ ପୋଲିସ ବିଦ୍ୟାଶ୍ରୀ ଙ୍କୁ ପଚାରିଥିବା ୫୦ ଟି ପ୍ରଶ୍ନ ମଧ୍ୟରୁ ୬ ଟି ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ବିଷୟରେ, ଯାହା ଖୋଲିଦେଲା ବିଦ୍ୟାଶ୍ରୀଙ୍କର ଅସଲ ଚେହେରା

ସାଙ୍ଗମାନେ ଆପଣ ତ ଜାଣିଥିବେ ଏହା ମଧ୍ୟରେ ରେଳବାଇ ପୋଲିସ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଙ୍କୁ ୩ ଘଣ୍ଟା ଧରି ଜେରା କରିଥିଲା । ଏହା ମଧ୍ୟରେ ସେ ବିଦ୍ୟାଶ୍ରୀ ଙ୍କ ଠାରୁ ଅନେକ ତଥ୍ୟ ହାସଲ କରିଥିଲା । ଆଜି ଆମେ ଜାଣିବା ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଙ୍କୁ ରେଳବାଇ ପୋଲିସ ପଚାରିଥିବା 50 ଟି ପ୍ରଶ୍ନ ମଧ୍ୟରୁ ୬ ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ବିଷୟରେ ।

୧. ଆଦିତ୍ୟଙ୍କ ମୃତ୍ୟୁ ର ପୂର୍ବ ଦିନ ଆପଣ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା କି ?

ବିଦ୍ୟାଶ୍ରୀ – ହଁ, ଆମ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା ।

୨. କାହିଁକି ଏବଂ କେଉଁ ପରିସ୍ଥିତିରେ ଆପଣ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା ?

ବିଦ୍ୟାଶ୍ରୀ – ଆଦିତ୍ୟ କିଛି ଦିନ ହେବ ଡିପ୍ରେସନ ରେ ଥିଲେ, ସେ ଛୋଟ ଛୋଟ କଥା ନେଇ ବହୁତ ରାଗି ଯାଉଥିଲେ । ତେଣୁ ଆମ ମଧ୍ୟରେ ଝଗଡା ହେଉଥିଲା ।

୩. ଝଗଡା ହେବା ପରେ ଘର ବାହାରକୁ ଆଦିତ୍ୟ ପ୍ରଥମେ ଯାଇଥିଲେ ନା ତୁମେ ଯାଇଥିଲ ?

ବିଦ୍ୟାଶ୍ରୀ – ଆଦିତ୍ୟ ପ୍ରଥମେ ଘରୁ ବାହାରି ଯାଇଥିଲେ ଓ ତା’ ପରେ ପରେ ମୁଁ ମଧ୍ୟ ଯାଇଥିଲି ।

୪. ଆଦିତ୍ୟଙ୍କ ଫେସବୁକ ଆକାଉଣ୍ଟ ରେ ଶେଷ ପୋସ୍ଟ କିଏ କରିଥିଲେ ?

ବିଦ୍ୟାଶ୍ରୀ – ଆଦିତ୍ୟଙ୍କର ଶେଷ ପୋସ୍ଟ ଆଦିତ୍ୟ ନିଜେ ଲେଖିଥିଲେ ।

୫. ଆଦିତ୍ୟଙ୍କର ମୃତଦେହ ଲିଙ୍ଗରାଜ ଷ୍ଟେସନ ରେ ପଡିଛି ବୋଲି ଆପଣ କେମିତି ଜାଣିଲେ ଓ ସର୍ବ ପ୍ରଥମେ ଆପଣ ସେଠାରେ କେମିତି ପହଞ୍ଚିଲେ ?

ରେଳବାଇ ପୋଲିସ ଠାରୁ ଏହି ପ୍ରଶ୍ନ ଶୁଣିବା ପରେ ବିଦ୍ୟାଶ୍ରୀ ଅଟକି ଯାଇଥିଲେ ଓ କିଛି ସମୟ ପର୍ଯ୍ୟନ୍ତ ନୀରବ ରହିଥିଲେ । ଏହି ପ୍ରଶ୍ନର ଉତ୍ତର ସନ୍ତୋଷ ଜନକ ଭାବରେ ବିଦ୍ୟାଶ୍ରୀ ଦେଇ ପାରି ନଥିଲେ । ଏହା ପରେ ରେଳ ବାଇ ପୋଲିସ ବିଦ୍ୟାଶ୍ରୀ ଙ୍କୁ ସନ୍ଦେହ କରୁଛି ।

୬. ଆଦିତ୍ୟଙ୍କର ସୁସାଇଡ ନୋଟ ଟି କିଏ ଲେଖିଥିଲେ ?

ବିଦ୍ୟାଶ୍ରୀ – ଆଦିତ୍ୟଙ୍କର ୪ ପୃଷ୍ଠା ର ସୁସାଇଡ ନୋଟ ମଧ୍ୟରୁ ପ୍ରଥମ ଦୁଇ ପୃଷ୍ଠା ଆଦିତ୍ୟ ନିଜେ ଲେଖିଥିଲେ ଓ ଶେଷ ଦୁଇ ପୃଷ୍ଠା ମୁଁ ଲେଖିଛି ।

ଏହି ଭଳି ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ରେଳ ବାଇ ପୋଲିସ ବିଦ୍ୟାଶ୍ରୀ ଙ୍କୁ ପଚାରିଥିଲା ଓ ୩ ଘଣ୍ଟା ର ଜେରା ମଧ୍ୟରେ ପୋଲିସ ବିଦ୍ୟାଶ୍ରୀ ଙ୍କ ଠାରୁ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପାଇଛି ଯାହାକି ଆଦିତ୍ୟଙ୍କ ମୃତ୍ୟୁ ପଛର ରହସ୍ୟକୁ ଖୋଜି ବାହାର କରି ପାରିବ ।

ଖବରଟି ପୁରା ପଢି ଥିବାରୁ ଧନ୍ୟବାଦ ଓ ଏ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଓ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *