ମୋର କେହି ପୁଅ ନାହିଁ.. ଫେରିଯା ତୁ.. ମୁଁ ଆଉ ଯିବିନି..ମୋ ମନ ଭାଙ୍ଗି ଯାଇଛି…ଗୋଟିଏ ମା’ର ଦୁଃଖ କାହାଣୀ, ଦେଖନ୍ତୁ Video

ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ଭାଇରାଲ ହେଉଥିବା ଭିଡିଓରେ ଜଣେ ବୁଢୀ ମାଉସୀ କହୁଛନ୍ତି ମୋର କେହି ପୁଅ ନାହିଁ ମୁଁ ଯିବିନି ତୁ ଏଠୁ ପଳା । ଏ କଥା ସେ ନିଜ ପୁଅକୁ କହିଛନ୍ତି ଏମିତି କାହିଁକି ବା କହିବେ ନାହିଁ ସେମିତିଆ କାମ କରିଛନ୍ତି ତାଙ୍କ ପୁଅ । ଆଉ ଏବେ ନିଜ ଭୁଲ ସ୍ଵୀକାର କରି ଘରକୁ ଡାକିଲେ କଣ ହେବ ଆତ୍ମା ପରା ତୁଟି ଯାଇଛି ମନରେ ଅଛି ତ କେବଳ ପୁଅ ପାଇଁ ବିତୁଷ୍ଣାଭାବ ।

ଏଭଳି କିଛି ଦେଖିବାକୁ ମିଳିଛି ବାଲେଶ୍ଵର ବାଲିଆପାଳ ଦକ୍ଷିଣପଡା ଗାଁରେ । ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ମାକୁ ତଡି ଦେଇଥିବା ପୁଅର ଚେତା ପସିଛି । ଆଉ ନିଜ ଭୁଲକୁ ବୁଝିପାରି ମାକୁ ନେବାକୁ ଧାଇଁ ଆସିଛି ପୁଅ ହେଲେ ମା ତାଙ୍କର ଆଉ ଯିବେ ନାହିଁ ବୋଲି କହି ରୋକ ଠୋକ ମନା କରିଦେଇଛନ୍ତି ।

ଏହି ବୃଦ୍ଧା ଜଣକ ହେଲେ ସେ ଗାଁର ସ୍ଵର୍ଗତ ରାମଚନ୍ଦ୍ର ପାତ୍ରଙ୍କ ପତ୍ନୀ ବାସନ୍ତୀ । ତେବେ ବାସନ୍ତୀଙ୍କୁ ତାଙ୍କ ପୁଅ ଖାଇବାକୁ ନ ଦେଇ ମାଡ ମାରି ଘରୁ ତଡି ଦେଇଥିଲେ କାରଣ ସେ ତାଙ୍କ ପାଇଁ ବୋଧେ ବୋଝ ହୋଇପଡିଥିଲେ । ଏହା ପରେ ବାସନ୍ତୀ କିନ୍ତୁ କିଛି ଦିନ ମନ୍ଦିର ବେଢାରେ ରହିବା ପରେ ଝିଅ ଜ୍ଵାଇଁଙ୍କ ସହାୟତାରେ ଆଇନର ଦ୍ଵାରସ୍ଥ ହୋଇଥିଲେ ।

ତେବେ ବାପା ମା ପୁଅ ଜନ୍ମ କରିଥାନ୍ତି ବାର୍ଦ୍ଧକ୍ୟ କାଳରେ ସାହାରା ହେବା ପାଇଁ ।ମୃତ୍ୟୁ ବେଳେ ପାଟିରେ ଟିକେ ପାଣି ଦେବ ଆଉ ବଂଶ ରକ୍ଷା କରିବ । ଆଉ ଏଠି ବାସନ୍ତୀଙ୍କର ବି ଦୁଇଟି ପୁଅ ଅଛନ୍ତି । ସ୍ଵାମୀ ଚାଲିଯିବା ପରେ ବୁଢୀ ମାର ସାହାରା ହେବା ବଦଳରେ ରାକ୍ଷାଶ ପାଲଟିଥିଲେ । ମାକୁ ଦେଇ ଚାଲିଥିଲେ ନିର୍ଯାତନା ଏମିତି ଲାଗିଲା ବାସନ୍ତୀ ପୁଅ ଜନ୍ମ କରି ଭୁଲ କରିଛନ୍ତି । 

ଏ କଥା ସେ ମନେ ମନେ ଅନୁତାପ କରିଲେ । ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ପୁଅ ଏବେ ମା ପାଖକୁ ପହଞ୍ଚି ଛନ୍ତି ହେଲେ ମା ଯିବା ପାଇଁ ସିଧା ମନା କରିଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *