ଏହି 3 ଟି କାମ କରିବା ସମୟରେ ପୁରୁଷଙ୍କୁ କେବେ ବି ଲାଜ କରିବା କଥା ନୁହେଁ, ବିବାହିତ ମାନେ ନିଶ୍ଚୟ ଦେଖନ୍ତୁ- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଚାଣକ୍ୟ ନୀତି ର ଉଦ୍ଦେଶ୍ୟ ହେଉଛି ମାନବ ସମାଜ କୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା । ଏହି ନୀତି ରେ କିଛି ଏଭଳି କାର୍ଯ୍ୟ ସମ୍ବନ୍ଧରେ ଉଲ୍ଲେଖ ରହିଛି ଯାହା କରିବା ସମୟରେ ଆଦୋୖ ଲାଜ କରିବା ଉଚିତ ନୁହେଁ । ଶାସ୍ତ୍ର ରେ ମଧ୍ୟ ଏହି ସମ୍ବନ୍ଧରେ ଉଲ୍ଲେଖନୀୟ ରହିଛି ।

ଚାଣକ୍ୟଙ୍କ ନୀତି ରେ ଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ କୁ ଯେଉଁ ବ୍ୟକ୍ତି ଅବଲମ୍ବନ କରିଥାଏ ଏବଂ ନିଜ ଜୀବନରେ ପ୍ରୟୋଗ କରିଥାଏ, ସେହି ବ୍ୟକ୍ତି କେବେବି ଅସଫଳ ହୋଇନଥାଏ ଏବଂ କେବଳ ଜୀବନ ରେ ସଫଳ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କେଉଁ କାର୍ଯ୍ୟ କରିବା ସମୟରେ ଲାଜ କରିବା ଉଚିତ ହୋଇ ନଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ରେ ଉଲ୍ଲେଖ ରହିଛି ଯେ, ଯେଉଁ ବ୍ୟକ୍ତି ଭୋଜନ କରିବା ସମୟରେ ଲାଜ କରିଥାଏ, ସେହି ବ୍ୟକ୍ତି କୁ ଆଦୋୖ ଲାଜ କରିବା କଥା ନୁହେଁ । କାରଣ ଏହାଦ୍ବାରା ଭୋକ ରେ ରହିବାକୁ ପଡ଼ିଥାଏ ଏବଂ ଭୋକରେ ରହିବା ଦ୍ଵାରା ବ୍ୟକ୍ତି ସବୁବେଳେ କ୍ରୋଧ କରିଥାଏ । ଯାହାଦ୍ୱାରା ସେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହୋଇଥାଏ ଏବଂ ଏହା ସହିତ ଭୋଜନ କରିବା ବେଳେ ଲାଜ କରିବା ଦ୍ୱାରା ଅନ୍ନ ର ଅପମାନ ହୋଇଥାଏ । ତେଣୁ ଏହା ଅନୁଚିତ ।

୨. ଦ୍ଵିତୀୟ ରେ ଏହା ଉଲ୍ଲେଖ ରହିଛି ଯେ, ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ସର୍ବଦା ଭଲ ବୁଝାମଣା ରହିବା ଆବଶ୍ୟକ । ଏହା ସହିତ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ସ-ମ୍ବ-ନ୍ଧ ରଖିବା ସମୟରେ ଆଦୋୖ ଲାଜ କରିବା ଉଚିତ ନୁହେଁ । ଏହାଦ୍ବାରା ସମ୍ପର୍କରେ ଦୂରତ୍ୱ ସୃଷ୍ଟି ହୋଇଥାଏ ଏବଂ ଏହାଦ୍ବାରା ଆପଣଙ୍କ ମଧ୍ୟରେ କୌଣସି ତୃତୀୟ ବ୍ୟକ୍ତି ମଧ୍ୟ ପ୍ରବେଶ କରିଥାଏ । ତେଣୁ ସ୍ୱାମୀ ଓ ସ୍ତ୍ରୀ ଉଭୟ ସମ୍ବନ୍ଧ ସ୍ଥାପନ କରିବା ସମୟରେ ଆଦୋୖ ଲା-ଜ କରନ୍ତୁ ନାହିଁ । ଏହା ଦ୍ବାରା ଆପଣଙ୍କ ର ହିଁ ମଙ୍ଗଳ ହେବ । ନଚେତ ଆପଣ ଅସୁବିଧା ର ସମ୍ମୁଖୀନ ହେବେ ।

୩. ତୃତୀୟ ରେ ଏହା ଉଲ୍ଲେଖ ରହିଛି ଯେ, କୌଣସି ବ୍ୟକ୍ତି ଯଦି ନିଜର ଧନ କୁ ଅନ୍ୟ କୌଣସି ବ୍ୟକ୍ତି କୁ ଦେଇଥାଏ, ସେ ସଠିକ ସମୟରେ ସେହି ଧନ କୁ ମାଗିବା ଉଚିତ । ଯଦି ନିଜର ଟଙ୍କା ମାଗିବା ସମୟରେ ଆପଣ ଲାଜ କରିଥାନ୍ତି, ତେବେ ଆପଣ ଜୀବନରେ କେବେବି ଧନୀ ହୋଇ ପାରନ୍ତି ନାହିଁ । ତେଣୁ ନିଜର ଦେଇଥିବା ଟଙ୍କା ସଠିକ ସମୟରେ ମାଗନ୍ତୁ ଏବଂ ମାଗିବା ସମୟରେ ଆଦୋୖ ଲାଜ କରନ୍ତୁ ନାହିଁ । ଏହି ବିଷୟ ପ୍ରତି ଅବଶ୍ୟ ଧ୍ୟାନ ଦେବା ଉଚିତ ।

Leave a Reply

Your email address will not be published. Required fields are marked *