ବଞ୍ଚି ଥାଉ ଥାଉ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ Manmohan Singh ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ଝାଡଖଣ୍ଡର କ୍ରୀଡା ମନ୍ତ୍ରୀ ହସନ ଅନସାରୀ, ଦେଖନ୍ତୁ Video ସେ କଣ କହିଲେ ?

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ସମାଜ ରେ ସୁଧାର ଆଣିବା ପାଇଁ ଏକ ଭଲ ନେତା ବାଛିବା ନିହାତି ଆବଶ୍ୟକ କାରଣ ସେହି ନେତା ଙ୍କ ଦ୍ୱାରା ହିଁ ଆମ ରାଜ୍ୟ ଆମ ଦେଶ ଉନ୍ନତି କରି ପାରିବ । ତେବେ ଯେତେବେଳେ ଆମେ ଜଣେ ଭୁଲ ନେତା କିମ୍ବା ଯାହାକୁ କୁହାଯାଏ ଅଳ୍ପ ବିଦ୍ୟା ଭୟଂକରି ଥିବା ଲୋକ କୁ ନେତା ଭାବରେ ଗ୍ରହଣ କରୁ ସେତେବେଳେ ସମାଜ ସୁଧୁରିବା ବଦଳରେ ଖରାପ ହୁଏ ।


ତେବେ ଆପଣ ମାନେ ଜାଣିଥିବେ କି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ବର୍ତ୍ତମାନ ଅସୁସ୍ଥ ହୋଇ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍ସ)ରେ ଭର୍ତ୍ତି ଅଛନ୍ତି । ହେଲେ ଏହା ପୂର୍ବରୁ ଝାଡଖଣ୍ଡର କ୍ରୀଡାମନ୍ତ୍ରୀ ହସନ ଅନସାରୀ ମନମୋହନ ସିଂହଙ୍କୁ ଜୀବନ୍ତ ଅବସ୍ଥାରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ତାଙ୍କର ଏକ ଭିଡିଓ ଭା-ଇ-ରା-ଲ୍ ହୋଇଛି, ଯେଉଁଥିରେ ସେ ଏକ ସଭାକୁ ସମ୍ବୋଧିତ କରୁଛନ୍ତି ଏବଂ ମନମୋହନ ସିଂହଙ୍କୁ ମୃ-ତ ଦର୍ଶାଇଛନ୍ତି ।

ଏପରିକି ତାଙ୍କ ସମ୍ମାନରେ ଏକ ମିନିଟ୍‌ର ନିରବ ପ୍ରାର୍ଥନା ମଧ୍ୟ କରିଛନ୍ତି । ଏହାର ଭିଡିଓ ଭା-ଇ-ରା-ଲ୍ ହୋଇଛି । ହେଲେ ଗୋଟିଏ ଦିନ ପରେ ଅନସାରୀ ଆଉ ଏକ ଭିଡିଓ ଜାରି କରି ଏହି ବିଷୟରେ କ୍ଷମା ମାଗିଛନ୍ତି । ଝାଡଖଣ୍ଡର କ୍ରୀଡା ମନ୍ତ୍ରୀ ହସନ ଅନସାରୀଙ୍କ ଏହି ଭିଡିଓ ଭା-ଇ-ରା-ଲ୍ ହୋଇଛି । ଏହି ଭିଡିଓରେ ମନ୍ତ୍ରୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ମୃ-ତ ଦର୍ଶାଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।

ମନ୍ତ୍ରୀ ଦେବଘରରେ ପଟବାବାଦର ଧମନା ନିକଟରେ ଶୁକ୍ରବାର ଡଃ ଏପିଜେ ଅବଦୁଲ କଲାମଙ୍କ ଛକର ଉଦଘାଟନ କରିଛନ୍ତି । ହେଲେ ଲୋକଙ୍କୁ ସମ୍ବୋଧିତ କରିବା ସମୟରେ ତାଙ୍କ ପାଟି ଖସି ଯାଇଥିଲା । ସେ କହିଛନ୍ତି, “ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଆଜି ପରଲୋକ ଘ-ଟି-ଛି । ଦେଶର ବିକାଶରେ ତାଙ୍କର ୫୦ ପ୍ରତିଶତ ଯୋଗଦାନ ରହିଛି । ମନମୋହନ ସିଂହ ଦେଶକୁ ୫୦ ବର୍ଷ ଆଗକୁ ନେଇଥିଲେ ।

ମାତ୍ର ମୋଦୀ ଜୀ ଦେଶକୁ ୫୦ ବର୍ଷ ପଛକୁ ନେଇ ଯାଇଛନ୍ତି । ହେଲେ ମନମୋହନ ଆଜି ଆମ ଗହଣରେ ନାହାନ୍ତି । ଆମେ ତାଙ୍କ ପାଇଁ ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା କରିବା” ।
ଏହାର ଭିଡିଓ ଭା-ଇ-ରା-ଲ୍ ହେବା ପରେ ମନ୍ତ୍ରୀଙ୍କୁ ଖୁବ ଲୋକହସା ହେବାକୁ ପଡିଛି । ଏହା ପରେ ମନ୍ତ୍ରୀ ଅନସାରୀ ସାମାଜିକ ଗଣମାଧ୍ୟମ ଜରିଆରେ ସଫେଇ ଦେଇଛନ୍ତି ।

ସେ ଲେଖିଛନ୍ତି, ମୁଁ ଏଥିପାଇଁ କ୍ଷମା ମାଗୁଛି । ତାଙ୍କ ଶୀଘ୍ର ସୁସ୍ଥତାର କାମନା କରୁଛି । ସାମାଜିକ ଗଣମାଧ୍ୟମରେ ଗୁଜବ ଖବର କାରଣରୁ ଏ-ମି-ତି ଘ-ଟି-ଛି । ମନମୋହନ ସିଂହଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *