କୋପ କଲେ କି ଭଗବାନ ! କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ ରଥର ଦଉଡ଼ି ଛଡ଼ିବାକୁ ନେଇ କଣ କହୁଛନ୍ତି ଭକ୍ତ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଗଡୁନି କେନ୍ଦ୍ରାପଡ଼ାର ଶ୍ରୀସିଦ୍ଧବଳଦେବଜିଉଙ୍କ ବ୍ରହ୍ମତାଳଧ୍ୱଜ ରଥ । ଶ୍ରୀଗୁଣ୍ଡିଚାର ତିନି ଦିନ ପରେ ବି ମାଉସୀମା ମନ୍ଦିରରେ ପହଞ୍ଚି ପାରୁନି । ରଥ ମୋଡ ବିଦ୍ୟୁତ୍ ଖୁଣ୍ଟ, ଡ୍ରେନ୍ ଉପରକୁ ମାଡି ରହି ଯାଇଛି । ପ୍ରଶାସନର ସତ ଚେଷ୍ଟା ପରେ ବି ରଥ ଗଡ଼ିବା ସମ୍ଭବ ହୋଇପାରିନାହିଁ । ପାରାଦୀପରୁ ରେଳବାଇ କର୍ମଚାରୀ ଆସି ଜାକ୍ ସାହାଯ୍ୟରେ ରଥକୁ ଆଗକୁ ଗଡେଇବା ପାଇଁ ଉଦ୍ୟମ କରିଛନ୍ତି ।

ଆଜି ଦିନ ୧୦ଟାରୁ ପୁଣି ଥରେ ରଥ ଟଣା ଆରମ୍ଭ ହେବ । ଶ୍ରୀଗୁଣ୍ଡିଚାରୁ ତିନି ଦିନ ପରେ ବି ରଥାରୁଢ ଚତୁର୍ଦ୍ଧାମୂର୍ତି ମାଉସୀ ମା’ ମନ୍ଦିର ପାଖରେ ପହଞ୍ଚି ନପାରିବାରୁ ବିଗତ ବହୁ ବର୍ଷର ପରମ୍ପରା ଭଙ୍ଗ ହୋଇଥିବା ଚର୍ଚ୍ଚା ହେଉଛି । ତେବେ ସାରା ରାଜ୍ୟରେ ତୁଳସୀକ୍ଷେତ୍ର ଭାବେ ପରିଚିତ କେନ୍ଦ୍ରାପଡ଼ାର ପ୍ରଭୁ ସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରାରେ ଏକ ସ୍ୱତନ୍ତ୍ର ପରମ୍ପରା ରହିଛି ।

ଏଠାରେ ଶ୍ରୀଗୁଣ୍ଡିଚା ପରଦିନ ବ୍ରହ୍ମ ତାଳଧ୍ୱଜ ରଥ ମାଉସୀ ମା’ ମନ୍ଦିରରେ ପହଂଚିଥାଏ । ତେଣୁ ଶୁକ୍ରବାର ଅନୁଷ୍ଠିତ ଶ୍ରୀଗୁଣ୍ଡିଚାର ହଜାର ହଜାର ଭକ୍ତ ମାତ୍ର ଶହେ ମିଟର ରଥ ଟାଣି ଆଗକୁ ନେଇଥିଲେ । ଦେବୋତର କାର୍ଯ୍ୟାଳୟ ନିକଟରେ ରଥ ଅଟକି ରହିଥିଲା । ପରେ ଶନିବାର ଦିନ ପୁଣି ଥରେ ରଥ ଟଣା ହୋଇଥିଲା । ହେଲେ ରଥ ମୋଡ ନେଇ ବଡ଼ଦାଣ୍ଡ ପାଖ ବିଦ୍ୟୁତ୍ ଖୁଣ୍ଟରେ ଲାଗି ଯାଇଥିଲା । ଏହା ପରେ ରବିବାର ରଥ ଟଣା ହେବ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା ।

ତେବେ ରଥ ଯେଉଁ ଘର ସାମ୍ନା ରେ ଅଟକିଛି ସେଠାକାର ଲୋକଙ୍କ କହିବା କଥା କି କେଉଁ ଜନ୍ମରେ କଣ ପୁଣ୍ୟ କରିଥିଲେ ରଥ ତାଙ୍କ ଦୁଆର ମୁହଁରେ ଅଟକିଛି । ତେବେ ଆମେ ତାଙ୍କ ଦର୍ଶନ ପାଇଁ ବହୁତ ଖୁସି ତିନି ତିନିଟା ଦଉଡି ଛିଣ୍ଡି ଗଲାଣି କିନ୍ତୁ ରଥ ଗଡୁ ନାହିଁ । ତେବେ ଯଦି ଆମର କୌଣସି ଭୁଲ ହୋଇ ଯାଇଛି କିମ୍ବା ପ୍ରଭୁ ଯଦି ଅଭିମାନ କରିଛନ୍ତି ତେବେ ଅଭିମାନ କୁ ଭୁଲି ଆମକୁ କ୍ଷମା କରି ଦିଅନ୍ତୁ ।

ତେବେ ସେହି ଘରେ ରହୁଥିବା ଜଣେ ମାଉସୀ ମଧ୍ୟ କହିଛନ୍ତି କି ହୁଏତ ସେ ମୋତେ ମାଉସୀ ମାଆ ବୋଲି ଭାବି ମୋ ଘର ଦୁଆର ରେ ଅଟକି ଯାଇଛନ୍ତି ଛପନ ଭୋଗ କୁ ଛାଡି ମୋ ପାଖରେ ରହିଛନ୍ତି ମୁଁ କଣ ଦେବି ତାଙ୍କୁ ମୋ ପାଖରେ କିଛି ନାହିଁ ହେଲେବି ଯାହା ବି ଅଛି ମୁଁ ସବୁ ସମର୍ପଣ କରିଦେଉଛି । ଚାରିଦିନ ହେବ ଭୋକ ଶୋଷ ନିଦ କିଛି ନାହିଁ ଖାଲି ମହାପ୍ରଭୁଙ୍କୁ ଦେଖି ରହୁଛି । ମୋତେ କିଛି ବୁଝା ପଡୁ ନାହିଁ । ତେବେ ଏତିକି ପାର୍ଥନା କି ସେ ସମସ୍ତ ଙ୍କର ମଙ୍ଗଳ କରନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *