ପହଣ୍ଡି ସମୟରେ ଘଟିଲା ବଡ ଅଘଟଣା, ହଠାତ ଭାଙ୍ଗିଗଲା ରଥ, ରଥ ଉପରୁ ସେବାୟତଙ୍କ ସହିତ ଖସି ପଡିଲେ କାଳିଆ ସାଆନ୍ତ, ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ରଥଉପରୁ ସେବାୟତଙ୍କ ସହିତ ଖସିପଡିଲେ କାଳିଆ ସାଆନ୍ତ । ପହଣ୍ଡି ହୋଇ ମାଉସୀ ଘରକୁ ଆସୁଥିବା ବେଳେ ଭାଙ୍ଗିଗଲା ସିଢି ଏବଂ ତଳେ ପଡିଗଲେ ମହାପ୍ରଭୁ । ତେବେ ରଥଯାତ୍ରା ସମୟରେ ଘଟିଯାଇଥିଲା ଏକ ବଡ ଅଘଟଣ । ଏଭଳି ଅଘଟଣ ଯାହା ପୂର୍ବରୁ କେବେ ହୋଇ ନଥିଲା । ଏମିତି ଅଘଟଣ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଚାଲିଥିଲା ରଥଯାତ୍ରା ଭଗବାନ କାଳିଆ ସାଆନ୍ତ ଭଲରେ ଭଲରେ ଆସି ମାଉସୀ ମା’ ଘରେ ପହଞ୍ଚିଲେ ।

ମାତ୍ର ଯେତେବେଳେ ଶ୍ରୀ ଜଗନ୍ନାଥ ବିଗ୍ରହକୁ ପହଣ୍ଡି କରି ସେବାୟତ ମାନେ ନେଇଯାଉଥିଲେ ମାଉସୀ ମା’ ମନ୍ଦିରକୁ ସେତେବେଳେ ଭାଙ୍ଗିଯାଇଥିଲା ରଥର ସିଢି, ଏବଂ ତଳକୁ ଖସି ପଡିଥିଲେ ମହାପ୍ରଭୁ । ମହାପ୍ରଭୁଙ୍କ ସହିତ ସେବାୟତ ମାନେ ମଧ୍ୟ ତଳେ ପଡିଯାଇଥିଲେ । ତେବେ ଏହିଭଳି ଅଘଟଣ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଜରାଶିଙ୍ଘା ଗାଁ ରେ ରଥଯାତ୍ରା ସମୟରେ ଘଟିଛି ।

ସୋସିଆଲ ମିଡିଆ ରେ ଏହି ଦୃଶ୍ୟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଲୋକେ ପ୍ରଶ୍ନ କରିଛନ୍ତି ଯେ ଛୋଟିଆ ରଥରେ ଏତେ ଲୋକେ କେଉଁ କାରଣ ନିମନ୍ତେ ଚଢୁଥିଲେ । କୋରୋନା କଟକଣା ପାଇଁ ଦୀର୍ଘ ଦୁଇବର୍ଷର ଅବିରତ ଅପେକ୍ଷା ପରେ ଭକ୍ତଙ୍କ ଗହଣରେ ହୋଇଛି ରଥଯାତ୍ରା । ପବିତ୍ର ରଥଯାତ୍ରାରେ ଗାଁ ଗାଁ ରେ ଗଡିଥିଲା ମହାପ୍ରଭୂଙ୍କ ରଥ ।

ସଙ୍କୀର୍ତ୍ତନ ହୁଳହୁଳି ମୃଦଙ୍ଗ ଶବ୍ଦରେ ପ୍ରକମ୍ପିତ ହୋଇଥିଲା ପ୍ରତୀଟି ଗାଁ । କିନ୍ତୁ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ଜରଶିଙ୍ଘା ଗାଁ ରେ ହୋଇଥିବା ରଥଯାତ୍ରାରେ ଏଭଳି ଅଘଟଣ ସବୁ ଭକ୍ତଙ୍କ ମନରେ ଆଘାତ ସୃଷ୍ଟି କରିଛି । ତେବେ ଏହି ମନୁଷ୍ୟ କୃତ ତ୍ରୁଟି ପାଇଁ ମହାପ୍ରଭୁ ତଳେ ପଡିଯିବାରୁ ଉପସ୍ଥିତ ଥିବା ସମସ୍ତ ଭକ୍ତ ଏବଂ ଶ୍ରଦ୍ଧାଳୁ ଙ୍କ ମନରେ ଆଘାତ ଲାଗିଥିବା ବେଳେ ଜଗନ୍ନାଥ ପ୍ରେମୀ ନିମନ୍ତେ ବହୁଅତ ମର୍ମାହତ ବିଷୟ ପାଲଟି ଯାଇଅଛି ।

ସୂଚନାନୁସାରେ ଦେଓଗାଁ ବ୍ଲକର ଅରଡା, ମୁରସିଂ, କୁରୁଆଝରରେ ୩ ଦିନ ଧରି ରଥଯାତ୍ରା ଅନୁଷ୍ଠିତ ହେବା ସମୟରେ ଦେଓଗାଁ, ସାଲେପଲ୍ଲୀ, କନକପୁର, ଉପରଝର, ରାମଚନ୍ଦ୍ରପୁର, ଶିଙ୍ଘାମୁଣ୍ଡାରେ ମଧ୍ୟ ମହା ଆଡମ୍ବରରେ ରଥଟଣା ଶେଷ ହୋଇଛି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *