ମୁଖ୍ୟମନ୍ତ୍ରୀଙ୍କ ଘରକୁ ପଶି ରାତି ସାରା ରହିଲେ ଯୁବକ, ରାତି ପାହିଆ ସକାଳ ହେବା ପରେ ଯାହା ହେଲା ନା…ଶୁଣିଲେ ଆପଣଙ୍କ ହୋସ ଉଡିଯିବ…

ନମସ୍କାର ବନ୍ଧୁଗଣ ତେବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ଉଲ୍ଲଂଘନ ମାମଲା ସାମ୍ନାକୁ ଆସିଛି । କୋଲକାତାର କାଲିଘାଟରେ ଥିବା ମମତା ବାନାର୍ଜୀଙ୍କ ଘରେ ଜଣେ ଅଜ୍ଞାତ ବ୍ୟକ୍ତି ପ୍ରବେଶ କରିଥିବା ଖବର ଏବେ ଚର୍ଚ୍ଚାରେ ରହିଛି । ଶନିବାର ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି । ତେବେ ସୂଚନାନୁସାରେ, ଘରର ପାଚେରି ଚଢ଼ି ମୁଖ୍ୟମନ୍ତ୍ରୀଙ୍କ ବାସ ଭବନକୁ ପ୍ରବେଶ କରିଥିଲେ ଯୁବକ ।

ସେ ରାତିସାରା ଘର ଭିତରେ ରହିଥିବା ବେଳେ ସକାଳେ ସୁରକ୍ଷା ପାଇଁ ମୁତୟନ ଥିବା ପୁଲିସକର୍ମୀ ତାଙ୍କୁ ଦେଖିଥିଲେ । ଏବେ ତାଙ୍କୁ ତାଙ୍କୁ ଗିରଫ କରା ଯାଇଥିବା ବେଳେ ପୋଲିସ ପ୍ରବେଶର କାରଣ ଜାଣିବା ପାଇଁ ପଚରାଉଚରା ଜାରି ରଖିଛି । ଅଧିକାରୀଙ୍କ କହିବାନୁସାରେ, ଗିରଫ କରିବା ପରେ ବ୍ୟକ୍ତିଙ୍କୁ ପଚରାଉଚରା କରା ଯାଉଛି । ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଉଲ୍ଲଂଘନ ମାମଲା ସାମ୍ନାକୁ ଆସିବା ପରେ କମିଶନର ବିନୀତ ଗୋୟଲ ଏବଂ ଅନ୍ୟ ବରିଷ୍ଠ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

ତେବେ ପୋଲିସ ଅଧିକାରୀଙ୍କ କହିବାନୁସାରେ ଏହି ବ୍ୟକ୍ତି ଜଣକ ଜେଡ ବର୍ଗର ସୁରକ୍ଷାକୁ ଭାଙ୍ଗି ଭିତରକୁ କିଭଳି ପଶିଲା ତାହା ଜାଣିବା ପାଇଁ ଯାଞ୍ଚ କରାଯାଉଛି । ତେବେ ପ୍ରାଥମିକ ଅନୁସନ୍ଧାନରୁ ପୋଲିସ ଏହା ସନ୍ଦେହ କରୁଛି ଯେ, ଘରେ ପ୍ରବେଶ କରିଥିବା ବ୍ୟକ୍ତି ଚୋର କିମ୍ବା ମାନସିକ ବିକାର ଗ୍ରସ୍ତ ହୋଇ ଥାଇପାରେ । ତେବେ ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି ।

ଗତ ମାସ ଆରମ୍ଭରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଏକ ଡବଲ ମର୍ଡର ହୋଇଥିଲା । ଏହା ପରେ ଏଠାରେ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସିଏମ ମମତା ବାନାର୍ଜୀଙ୍କ ବ୍ୟକ୍ତିଗତ ବାସଭବନର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ଯେ ଏତେ ବ୍ୟାପକ ସୁରକ୍ଷା ସର୍କଲ ସତ୍ତ୍ୱେ  ଅଭିଯୁକ୍ତ କିପରି ଘରେ ପ୍ରବେଶ କଲା ଏବଂ କାହାରି ଅଜ୍ଞାତରେ ରାତିସାରା ଘରେ ରହିଲା ।

ପୋଲିସ କହିଛି ଯେ ଅଭିଯୁକ୍ତ ଏକ କାନ୍ଥ ଉପରକୁ ଯାଇ ହରିଶ ଚାଟାର୍ଜୀ ଛକରେ ଥିବା ବାନାର୍ଜୀଙ୍କ ବାସଭବନରେ ଶନିବାର ରାତି ପ୍ରାୟ  ୧  ଟା ସମୟରେ ପ୍ରବେଶ କରିଥିଲା । ପୋଲିସ କହିଛି, ‘ସିଏମ୍ ବାସଭବନରେ ସୁରକ୍ଷା ଉଲ୍ଲଂଘନ ଘଟଣା ଘଟିଛି । ଜଣେ ବ୍ୟକ୍ତି କିଛି ଭୁଲ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିଥିଲେ । ’ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ବ୍ୟକ୍ତି ଜଣକ ରାତିସାରା ଘରର ଏକ କୋଣରେ ବସିଥିଲେ ଏବଂ ସକାଳେ ସୁରକ୍ଷା କର୍ମୀମାନେ ତାଙ୍କୁ ନଜର ରଖିଥିଲେ, ଏହା ପରେ ସେମାନେ କାଲିଘାଟ ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲେ ।

ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ଅଧିକାରୀଙ୍କ କହିବାନୁସାରେ, ଅଭିଯୁକ୍ତ ଜଣେ ମାନସିକ ରୋଗୀ ବୋଲି ଜଣାପଡିଛି । ଜଣେ ଅଧିକାରୀ କହିଛନ୍ତି ଯେ ଆମେ ତାଙ୍କ ସହ କଥାବାର୍ତ୍ତା କରୁଛୁ ଏବଂ ତାଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରୁଛୁ । ଆମେ ମଧ୍ୟ ଜାଣିବାକୁ ଚେଷ୍ଟା କରୁଛୁ ଯେ ସେ କାହାର ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିଛନ୍ତି କି? ଘଟଣାର ଯାଞ୍ଚ ଚାଲିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *