୩ ବର୍ଷ ପିଲାକୁ ଘରେ ଛାଡି ହସ୍ପିଟାଲରେ ଥିଲେ ମା, ଚିକିତ୍ସା ସମୟରେ ଫାର୍ମାଶିଷ୍ଟ ଡକ୍ଟରଙ୍କ ହେଲା ମୃତ୍ୟୁ

ମଧ୍ୟପ୍ରଦେଶର ଶିବପୁରୀ ମେଡିକାଲ କଲେଜରେ କରୋନା ରୋଗୀମାନଙ୍କ ଚିକିତ୍ସା ପାଇଁ ଡିୟୁଟିରେ ଲାଗିଥିବା ଫାର୍ମାସିସ୍ଟ ଡାକ୍ତର ବନ୍ଦନା ତିବାରିଙ୍କ ମୃତ୍ୟୁ ହୋଇ ଯାଇଛି । ତାଙ୍କର ଡିୟୁଟି ସମୟରେ ବ୍ରେନ ହେମରେଜ ହୋଇଥିଲା । ଚିକତ୍ସା ସମୟରେ ଗ୍ୱାଲିୟରର ବିରଲା ହସ୍ପିଟାଲରେ ସେ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ସୂଚନା ଅନୁସାରେ ତାଙ୍କର ୩୧ ମାର୍ଚ୍ଚରେ ବ୍ରେନ ହେମରେଜ ହୋଇଥିଲା । ଏହା ପରେ ୧ ଏପ୍ରିଲକୁ ତାଙ୍କର ଭଲ ଚିକିତ୍ସା ପାଇଁ ଗ୍ୱାଲିୟର ରେଫର କରି ଦିଆଯାଇଥିଲା । କୁହାଯାଉଛି କି ଡା. ବନ୍ଦନା ଗତ ଦୁଇ ଦିନ ହେବ କୋମାରେ ଥିଲେ । କରୋନା ଡିୟୁଟି ପାଇଁ ସେ ନିଜର ୩ ବର୍ଷର ପୁଅକୁ ଛାଡି ମେଡିକାଲ କଲେଜରେ ହିଁ ରହୁଥିଲେ ।

ଜୀବନ ସହ ଖେଳି କରୁଥିଲେ ଡିୟୁଟି

ମଧ୍ୟପ୍ରଦେଶ ସହିତ ପୁରା ଦେଶରେ ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଡାକ୍ତର, ପୋଲିସ ବାଲା ନିଜର ଜୀବନ ସହ ଖେଳି କରୋନା ରୋଗୀମନଙ୍କ ଚିକିତ୍ସା ଓ ଆଇନ ବ୍ୟବସ୍ଥାକୁ କଡାକଡି ରଖିଛନ୍ତି । ଜରୁରୀ ସୁବିଧା ଦେବା ପାଇଁ ଅନ୍ୟ ବିଭାଗର କର୍ମଚାରୀମାନେ ବି ଦିନ ରାତି ଡିୟୁଟି କରୁଛନ୍ତି ।

ଏମପି ସରକାର ନେଲେ ବଡ ନିଷ୍ପତି

ମଧ୍ୟପ୍ରଦେଶ ସରକାର କରୋନା ମଧ୍ୟରେ ଡିୟୁଟି କରୁଥିବା ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କ ହିତ ପାଇଁ କିଛି ନିଷ୍ପତି ନେଇଛନ୍ତି । ଶିବରାଜ ସରକାର ଠିକ କରିଛନ୍ତି କି କରୋନା ମଧ୍ୟରେ ଡିୟୁଟି କରୁଥିବା କର୍ମଚାରୀ ଓ ଅଧିକାରୀମାନଙ୍କ ବୀମା କରାଯିବ । ଏହି ବୀମା ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେବ । ଏଥିରେ ନଗରୀୟ ପ୍ରଶାସନ ପୋଲିସ ରାଜସ୍ୱ ସମେତ ସେହି ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ସାମିଲ ହେବେ ଯେଉଁମାନେ କରୋନା ମଧ୍ୟରେ ଡିୟୁଟି କରୁଛନ୍ତି ।

ଯାହା ଦ୍ଵାରା ତାଙ୍କୁ ନିଜର ଓ ନିଜ ପରିବାରର ସୁରକ୍ଷା ଉପରେ ବିଶ୍ଵାସ ରହିଥିବ । ଏହି କଥା ବି ଉଠୁ ଥିଲା କି କରୋନା ପାଇଁ ଅନ୍ୟ କେତେକ ବିଭାଗର କର୍ମଚାରୀ ବି କାମ କରୁଛନ୍ତି ଓ ସେମାନଙ୍କୁ ବି ଏହିଭଳି ଭାବରେ ସୁରକ୍ଷା ଓ ବିଶ୍ଵାସ ଦେବା ଉଚିତ ।

କରୋନାର ବଢୁଥିବା ମାମଲା କାରଣରୁ ଘରକୁ ଯାଇ ପାରୁ ନାହାନ୍ତି

ସଂକ୍ରମଣ କାରଣରୁ କେତେକ ଅଧିକାରୀ ନିଜର ଘରକୁ ବି ଯାଇ ପାରୁ ନାହାନ୍ତି । ଏହାର କାରଣ ଏହା ଅଟେ କି ତାଙ୍କର ପରିଜନଙ୍କୁ ଏହି ସଂକ୍ରମଣ ନ ହୋଇ ଯାଉ । ସୁରକ୍ଷା ପାଇଁ କେତେକ ଅଧିକାରୀ ଘର ଠାରୁ ଦୂରରେ ଗେସ୍ଟ ହାଉସରେ ହିଁ ରହିଛନ୍ତି । ମଧ୍ୟପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ କେତେକ ଉଚ୍ଚ ଅଧିକାରୀଙ୍କ ଲଗାତର ଡିୟୁଟି ସମୟରେ କରୋନାର ସଂକ୍ରମଣରେ ବି ଆସିସାରିଛନ୍ତି । ଦେଶଦୁନିଆର ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *