ମୌନୀ ରୟ ଥିଲେ ଏହି ଟିଭି ଅଭିନେତାଙ୍କ ଦିବାନି, କିନ୍ତୁ ଭାଗ୍ୟ ଖେଳି ଦେଲା ଏମିତି ଖେଳକି

ନାଗିନ ସିରିୟଲରେ ମୌନୀ ରୟଙ୍କର ଷ୍ଟାଇଲ ଓ ତାଙ୍କ ଲୁକ ବହୁତ ସୁନ୍ଦର ଥିଲା ଏବଂ ଏଥିରେ ତାଙ୍କ ଅଭିନୟ ବି ବହୁତ ଭଲ ଥିଲା । ଏହି କାରଣରୁ ଏହି ସିରିୟଲରେ ଅଭିନୟ କରିବା ପରେ ସେ ଘରେ ଘରେ ଲୋକପ୍ରିୟ ହୋଇ ଯାଇଥିଲେ । ଏଥିପାଇଁ ଲୋକମାନେ ତାଙ୍କୁ ଶିବନ୍ୟା ବା ନାଗିନ ନାମରେ ଡାକୁଥିଲେ । ଏହି ସିରିୟଲ ମୌନୀ ରୟଙ୍କର ଭାଗ୍ୟ ବଦଳାଇ ଦେଇଥିଲା । ମୌନୀ ରୟ ଏକତା କପୁରଙ୍କର ୱେବ ସିରିଜରେ ବି କାମ କରିବେ । ନାଗିନ ସିରିୟଲ ପରେ ମୌନୀ ରାୟ ଙ୍କୁ ବଲିଉଡ ରେ କାମ କରିବାର ସୁଯୋଗ ମିଳିଲା । ବଲିଉଡରେ ମୌନୀ ରୟ ନିଜ କ୍ୟାରିୟରର ଆରମ୍ଭ ଗୋଲ୍ଡ ଫିଲ୍ମରୁ କଲେ ।

ମୌନୀ ରୟ ଟିଭି ଅଭିନେତା ମୋହିତ ରେନାଙ୍କୁ ପସନ୍ଦ କରୁଥିଲେ । କିନ୍ତୁ ଏବେ ତାଙ୍କର ବ୍ରେକପ ହୋଇ ସାରିଛି । କିନ୍ତୁ ଆଜି ଆମେ ଆପଣଙ୍କୁ ମୌନୀ ରୟଙ୍କ ବିଷୟରେ ଏମିତି ଏକ କଥା କହିବୁ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯେତେବେଳେ ମୌନୀ ରୟ ନାଗିନ ସିରିୟଲରେ କାମ କରୁଥିଲେ ସେତେବେଳେ ତାଙ୍କର ମିଳାମିଶା ଅର୍ଜୁନ ବିଜଲାନିଙ୍କ ସହିତ ବହୁତ ବଢି ଯାଇଥିଲା ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ମୌନୀ ରୟ ଅର୍ଜୁନଙ୍କୁ ବହୁତ ପସନ୍ଦ କରୁଥିଲେ । ଶୁଣିବାକୁ ମିଳିଥିଲା କି ସେ ଅର୍ଜୁନଙ୍କ ସହିତ ବିବାହ କରିବାକୁ ଚାହୁଁଛନ୍ତି । ନିଜେ ମୌନୀ ଏକ ଇଣ୍ଟରଭ୍ୟୁରେ କହିଥିଲେ କି ତାଙ୍କୁ ଅର୍ଜୁନଙ୍କ ସହିତ ସମୟ କାଟିବା ପାଇଁ ବହୁତ ଭଲ ଲାଗେ । କିନ୍ତୁ ଅର୍ଜୁନ କହିଥିଲେ କି ତାଙ୍କୁ କେବଳ ନିଜ ସ୍ତ୍ରୀ ନେହାଙ୍କ ସହିତ ସମୟ କାଟିବା ପାଇଁ ଭଲ ଲାଗେ । ନାଗିନ ସିରିୟଲରେ ଅର୍ଜୁନ ଏବଂ ମୌନୀଙ୍କ ଯୋଡିକୁ ଲୋକମାନେ ବହୁତ ପସନ୍ଦ କରିଥିଲେ ।

ଅର୍ଜୁନ ସଫା ସଫା କହିଥିଲେ କି ମୌନୀ ତାଙ୍କର କେବଳ ଜଣେ ଭଲ ସାଙ୍ଗ ଅଟନ୍ତି ଏବଂ ତାଙ୍କ ମନରେ ମୌନୀଙ୍କ ପାଇଁ କୌଣସି ବି ଭାବନା ନାହିଁ । ପ୍ରାୟ ଏହି କାରଣ ପାଇଁ ନାଗିନର ପ୍ରଥମ ସିରିଜରେ ମୌନୀଙ୍କ ସହିତ କାମ କରିବା ପରେ ଅର୍ଜୁନ ତାଙ୍କ ସହିତ ନାଗିନ ୨ ରେ କାମ କଲେ ନାହିଁ । କିନ୍ତୁ ଏବେ ମୌନୀ ରୟ ନିଜ କ୍ୟାରିୟର ଓ ଜୀବନରେ ବହୁତ ଆଗକୁ ଯାଇ ସାରିଛନ୍ତି ଏବଂ କେତେକ ବଲିଉଡ ଫିଲ୍ମ କରୁଛନ୍ତି ।

Leave a Reply

Your email address will not be published. Required fields are marked *