୫୫୦ ଦିନ ଚାଲିଥିଲା ରାମାୟଣର ଶୁଟ, ଏହି ସବୁ ସ୍ପେଶାଲ ଇଫେକ୍ଟ୍ସ ପାଇଁ ହଲିଉଡରୁ ନେଇଥିଲେ ସାହାର୍ଯ୍ୟ

ଲକଡାଉନ ମଧ୍ୟରେ ପୁଣି ଥରେ ଦୂରଦର୍ଶନରେ ରାମାନନ୍ଦ ସାଗରଙ୍କ ରାମାୟଣ ପ୍ରସାରିତ କରାଯାଉଛି । ବଡ କଥା ଏହା ଅଟେ କି ଏଥର ବି ରାମାୟଣକୁ ଦର୍ଶକମାନେ ବହୁତ ଭଲ ପାଉଛନ୍ତି । ବର୍ତ୍ତମାନ ହିଁ ବାର୍କ (BARC) ରିପୋର୍ଟ ଅନୁସାରେ ରାମାୟଣ ଦୂରଦର୍ଶନରେ ଟିଆରପିର ନୂଆ ରେକର୍ଡ କରିଛି । ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ ରାମାୟଣ ସହ ଜଡିତ କିଛି କଥା । ୮୦ ଦଶକରେ ଯେତେବେଳେ ରାମାୟଣ ଧାରାବାହିକ ଟିଭିରେ ଆସିଲା ତ ଏହା ସହିତ କେତେକ ସ୍ପେଶାଲ ଇଫେକ୍ଟ୍ସ ବି ଦେଖିବାକୁ ମିଳିଥିଲା ।

ଯେମିତି ହନୁମାନଙ୍କ ସଞ୍ଜିବନୀ ବୁଟୀ ଆଣିବା, ପୁଷ୍ପକ ବିମାନ ଉଡିବା ଇତ୍ୟାଦି । ପ୍ରେମ ସାଗର କୁହନ୍ତି କି ଯେତେବେଳେ ରାମାୟଣ ସମୟରେ ବହୁତ ଜୁନିୟର କଳାକାରଙ୍କ ଦରକାର ପଡିଥାଏ ତେବେ ଗ୍ରାମ ଗ୍ରାମ ବୁଲି ଢୋଲ ନାଗଡା ସହିତ ଘୋଷଣା କରାଯାଉଥିଲା ଓ କଳାକାର ଭର୍ତ୍ତି କରାଯାଉଥିଲା ।

ପ୍ରେମ ସାଗର ବିବିସିକୁ ଦେଇଥିବା ଏକ ଇଣ୍ଟରଭିୟୁରେ କହିଥିଲେ, ସ୍ପେଶାଲ ଇଫେକ୍ଟ ବିଷୟରେ ଜାଣିବା ପାଇଁ ସେ ଓରିଜିନଲ କିଂଗ କନ୍ଗର ନିର୍ମାତାଙ୍କ ସହ ହଲିଉଡ ଯାଇ ଦେଖା କରିଥିଲେ । ଏହା ସହିତ କେତେକ ବହି ପଢି ରାମାୟଣରେ ଏହି ଇଫେକ୍ଟ ଦିଆ ଯାଇଥିଲା । ପାଞ୍ଚ ମହାଦ୍ୱୀପରେ ଦେଖା ଯାଇଥିବା ରାମାୟଣକୁ ବିଶ୍ଵ ସାରା ୬୫ କୋଟିରୁ ବି ଅଧିକ ଲୋକମାନେ ଟିଭିରେ ଦେଖିଛନ୍ତି ।

ସବୁ ସପ୍ତାହ ରାମାୟଣର ତାଜା ଏପିସୋଡର କ୍ୟାସେଟ ଦୂରଦର୍ଶନକୁ ପଠା ଯାଉଥିଲା । କେତେ ଥର ତ ଏହି କ୍ୟାସେଟ ପ୍ରସାରଣର ଅଧ ଘଣ୍ଟା ପୂର୍ବରୁ ହିଁ ପଠା ଯାଉଥିଲା । ରାମାୟଣର ଶୁଟିଙ୍ଗ ଲଗାତର ୫୫୦ରୁ ବି ଅଧିକ ଦିନ ପର୍ଯ୍ୟନ୍ତ ଚାଲିଥିଲା । କହିଦେଉଛୁ କି ଯେତେବେଳେ ‘ରାମାୟଣ’ରେ ରାବଣଙ୍କ ମୃତ୍ୟୁ ହୋଇଥିଲା ତେବେ ରାବଣର ଅଭିନୟ କରୁଥିବା ଅରବିନ୍ଦ ତ୍ରିବେଦୀଙ୍କ ଗ୍ରାମରେ ଶୋକ ପାଳନ କରାଯାଇଥିଲା ।

ରାମାୟଣରେ ରାମ ସେତୁର ନିର୍ମାଣର ଦୃଶ୍ୟ ଚେନ୍ନଈରେ ଶୁଟ କରାଯାଇଥିଲା । ରାମାନନ୍ଦ ସାଗର କହିଲେ କି ଚେନ୍ନଈର ନୀଳ ସମୁଦ୍ର ଭଳି ଦୃଶ୍ୟ ଗୁଜୁରାଟରେ ମିଳି ନ ଥିଲା । ଯେଉଁ କାରଣରୁ ଚେନ୍ନଈରେ ଏହାକୁ ଶୁଟ କରିବାକୁ ପଡିଥିଲା । କୁହାଯାଏ କି ସେହି ସମୟରେ ରାମାୟଣ ପ୍ରାସାରଣ ସମୟରେ ଅଫିସର ଠାରୁ ନେଇ ନେତା ପର୍ଯ୍ୟନ୍ତ କାହା ସହିତ ଦେଖା କରିବା କିମ୍ବା କାହାର ଫୋନ ଉଠାଇବା ପସନ୍ଦ ନ ଥିଲା ।

ରାମାୟଣର ୭୮ଏପିସୋଡ ପୁରା ହେବା ପରେ ଦର୍ଶକମାନେ ଲବ କୁଶର କାହାଣୀର ଡିମାଣ୍ଡ କରିଥିଲେ । ଏହି କାହାଣୀ ପାଇଁ ରାମାନନ୍ଦ ସାଗର ପ୍ରସ୍ତୁତ ନ ଥିଲେ ଓ ସେ କହିଲେ କି ଯଦି ସେ ଲବ କୁଶର କାହାଣୀ କହିବେ ତେବେ ଏହା ଏକ କାଳ୍ପନିକ କାହାଣୀ ହେବ । ଏମିତିରେ ରାମାନନ୍ଦ ସାଗର ଯେତେବେଳେ ଲବ କୁଶ ଉପରେ କାହାଣୀ ତିଆରି କରିଲେ ତ କିଛି ଲୋକମାନେ ଏହା ଉପରେ ଆପତ୍ତି ଜାହିର କରିଲେ ଓ ଏହି କାହାଣୀ ଟିଭିରେ ଆସିବା ମାତ୍ରେ ହିଁ ବହୁତ ବିବାଦ ସାମ୍ନାକୁ ଆସିଲା । ଯାହା ପରେ ରାମାନନ୍ଦ ସାଗରଙ୍କ ଉପରେ ଦଶ ବର୍ଷ ପର୍ଯ୍ୟନ୍ତ କୋର୍ଟରେ କେସ ବି ଚାଲିଥିଲା ।

Leave a Reply

Your email address will not be published. Required fields are marked *