ଏହି ୩ଜଣ ଲୋକଙ୍କ ସାମନାରେ ହାରିଯାନ୍ତି ଯମରାଜ, କାରଣ ଏମାନଙ୍କର ରକ୍ଷା କରିଥାନ୍ତି ନିଜେ ଭଗବାନ ଭୋଳାନାଥ

ଆଜିର ସମୟରେ ପ୍ରତ୍ୟେକ ଲୋକ କିଛି ନା କିଛି ଅସୁବିଧାର ସାମନା କରିବା ସହିତ କୌଣସି କାରଣ ପାଇଁ ଚିନ୍ତିତ ମଧ୍ୟ ରହିଥାନ୍ତି । ମଣିଷ ଜୀବନରେ ଘଟୁଥିବା ସମସ୍ତ ଘଟଣା ତାର ଗ୍ରହ ଏବଂ ନକ୍ଷତ୍ର ଉପରେ ନିର୍ଭର କରିଥାଏ । ପ୍ରତ୍ୟେକ ଲୋକ ନିଜର ଯେକୌଣସି ବି ସମସ୍ୟା ସାମାନାକୁ ଆସିବାର ଦେଖିବା ପରେ ଏହାର ସମାଧାନ କରିବା ପାଇଁ ଜ୍ୟୋତିଷଙ୍କ ପାଖକୁ ଯାଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ଟି ରାଶି ଥିବା ସମୟରେ ସେଥି ମଧ୍ୟରୁ ମାତ୍ର ୩ଟି ରାଶି ଥାଆନ୍ତି ଯେଉଁ ମାନଙ୍କୁ ମହାଦେବ ରକ୍ଷା କରିଥାନ୍ତି ।

 

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ଟି ରାଶି ଥିବା ବେଳେ ପ୍ରତ୍ୟେକ ମଣିଷର ଅଲଗା ଅଲଗା ରାଶି ହୋଇଥାଏ । ଯଦି କୌଣସି ମଣିଷ ଉପରେ ଦେବୀ ଦେବତା ମାନେ ପ୍ରସନ୍ନ ହୋଇଥାନ୍ତି ତା ଜୀବନରେ କେବେ ହେଲେ କୌଣସି ଅସୁବିଧା ହୋଇ ନଥାଏ ଏବଂ ସେ ସବୁବେଳେ ଖୁସିରେ ରହିଥାଏ ।

ଗ୍ରହ ମାନଙ୍କର ଚଳନର ପରିବର୍ତ୍ତନ ହେବା ଦ୍ଵାରା ମଣିଷ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ । କିଛି ଏମିତି ରାଶି ମଧ୍ୟ ଅଛନ୍ତି ଯାହା ଉପରେ ଭଗବାନଙ୍କ କୃପାରୁ ଗ୍ରହର କୌଣସି ପ୍ରଭାବ ପଡିନଥାଏ । ଯଦି କୌଣସି ମଣିଷ ଉପରେ ଭଗବାନଙ୍କର ଖରାପ ଦୃଷ୍ଟି ପଡିଥାଏ ତାହେଲେ ତାକୁ ବହୁତ ଅସୁବିଧାର ସାମନା କରିବାକୁ ପଡିଥାଏ ।

ଜାଣନ୍ତୁ ସେହି ୩ଟି ଭାଗ୍ୟଶାଳୀ ରାଶି ବିଷୟରେ

୧୨ଟି ରାଶି ମଧ୍ୟରୁ ୩ଟି ଭାଗ୍ୟଶାଳୀ ରାଶି ହେଉଛନ୍ତି ତୁଳା, ମେଷ ଏବଂ କୁମ୍ଭ ରାଶି । ଏହି ୩ଟି ରାଶିର ସୁରକ୍ଷା ସ୍ଵୟଂ ଭଗବାନ ଶିବ କରୁଥିବାରୁ ସେମାନଙ୍କ ଉପରେ କୌଣସି ସମସ୍ୟା ଆସିନଥାଏ । ତାଙ୍କର ସମସ୍ତ ଦୁଖଃ ଏବଂ ଚିନ୍ତାକୁ ମହାଦେବ ଦୂର କରି ଦେଇଥାନ୍ତି । ଏହି ୩ଟି ରାଶିର ଲୋକ ମାନେ ଯେକୌଣସି ଅସୁବିଧାର ସାମନା କରିବା ସମୟରେ ଭଗବାନ ଶିବଙ୍କର ଆରାଧନା କରିବା ନିହାତି ଆବଶ୍ୟକ ।

ପ୍ରତି ସୋମବାର ଦିନ ଶିବଲିଙ୍ଗରେ କ୍ଷୀର ଢାଳିବା ଦ୍ଵାରା ଏହି ୩ଟି ରାଶିର ସମସ୍ତ ମନୋସ୍କାମନା ମହାଦେବ ପୂରଣ କରିଥାନ୍ତି । ଭଗବାନ ଶିବ ସ୍ଵୟଂ ମୃତ୍ୟୁଞ୍ଜୟୀ ହୋଇଥିବାରୁ ତାଙ୍କର ଆଶୀର୍ବାଦ ଦ୍ଵାରା ଏହି ୩ଟି ରାଶି ଆଗରେ ଯମରାଜ ବି ହାରି ଯାଇଥାନ୍ତି । ଆପଣଙ୍କୁ ଏହା ଭଲ ଲାଗିଥିଲେ ଏହାକୁ ଶେୟାର କରି ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *