୩ମେ ପରେ ଶେଷ ହେଇଯିବ ଲକଡାଉନ? ଆସନ୍ତୁ ଜାଣିବା ମୋଦୀ ସରକାରଙ୍କର ପୁରା ପ୍ଳାନ

ମହାମାରୀ ଭୂତାଣୁରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଲକଡାଉନ ମେ ୩ ପର୍ଯ୍ୟନ୍ତ ଜାରି କରାଯାଇଛି । ବର୍ତ୍ତମାନ ସମୟରେ ଲକଡାଉନ ଏବଂ ସାମାଜିକ ଦୂରତା ରକ୍ଷା କରିବା ପରେ ବି ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି । ଏସବୁକୁ ନେଇ ଆସନ୍ତା ୩ ତାରିଖ ପରେ ଲଡାଉନକୁ ବଢିବା ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଦୀ ସରକାର କିଛି କହି ନାହାଁନ୍ତି । ସୂତ୍ରରୁ ଜାଣିବାକୁ ମିଳିଛି କି ଲକଡାଉନ ଚାଲିଥିବା ସମୟରେ ମିଳୁଥିବା ସୁବିଧା ଗୁଡିକ ଆଗକୁ ବି ସର୍ତ୍ତ ସହିତ ରହିପାରେ । ବର୍ତ୍ତମାନ ପରିସ୍ଥିତିକୁ ଆଖିରେ ରଖି ୩ ମେ ପରେ ବିମାନ ଏବଂ ଟ୍ରେନ ଚଳାଚଳ ଜଲ୍ଦି ଆରମ୍ଭ ହେବା ସମ୍ଭବ ହେବ ନାହିଁ । କେବଳ ସହର ଭିତରେ ଯାତାୟତର ସୁବିଧା ଦିଆଯାଇ ପାରେ ।

ଆମର ଆବଶ୍ୟକ ଥିବା ଦୋକାନ ଖୋଲା ରହିବ କିନ୍ତୁ ସେମାନେ ମାସ୍କର ବ୍ୟବହାର କରିବା ସହିତ ସାମାଜିକା ଦୂରତା ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ ଅଟେ । ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ ଏବଂ କୌଣସି ବି ଧାର୍ମିକ କାର୍ଯ୍ୟ କରିବା ପାଇଁ କୌଣସି ବି ଅନୁମତି ଦିଆଯାଇ ନାହିଁ । ସରକାର ମାସ୍କ ଏବଂ ସାମାଜିକ ଦୂରତାକୁ ସାଧାରଣ ଜୀବନର ଅଂଶ କରିବାକୁ ଯାଉଛନ୍ତି ଏବଂ ଯେଉଁ ଲୋକ ମାନେ ଘରୁ ବାହାରକୁ ବାହାରିବେ ସେମାନେ ନିଶ୍ଚିନ୍ତ ଭାବେ ମାସ୍କ ପିନ୍ଧିବେ ।

ମହାମାରୀ ଭୂତାଣୁକୁ ରୋକିବା ପାଇଁ ସରକାର ଙ୍କ ଦ୍ଵାରା ଦେଶର ବିଭିନ୍ନ କ୍ଷେତ୍ରରେ ନିୟମ ଲଗା ଯାଇଛି । ସରକାର ଗ୍ରୀନ ଜୋନ ରେ ଥିବା ସ୍ଥାନ ମାନଙ୍କୁ କିଛି ସୁବିଧା ଦେଇଛନ୍ତି ଯେତେବେଳେ କି ରେଡ ଜୋନରେ ସେଠାକାର ପରିସ୍ଥିତି ଦେଖିବା ପରେ ହିଁ କିଛି ସୁବିଧା ଦିଆଯିବ । ମୁମ୍ବାଇ, ଦିଲ୍ଲୀ, ନୋଏଡା ଏବଂ ଇନ୍ଦୋର ଆଦି ଜାଗାରେ ମହାମାରୀ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ସେଠାରେ ୩ ମେ ଲକଡାଉନ ପରେ ବି ଅଧିକ ଧ୍ୟାନ ଦିଆଯିବ । ସରକାର କହିଛନ୍ତି ୧୫ ମେ ପରେ ଭାରତର ସ୍ଥିତି ବିଷୟରେ ଠିକ ଭାବେ କହି ହେବ । ଦେଶ ବିଦେଶର ସବୁ ଖବରର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *