ହନୁମାନଙ୍କ ମନ୍ଦିର ଭାଙ୍ଗିବା ପାଇଁ ପହଞ୍ଚିଲା ଜେସିବି, ତାପରେ ଯାହା ହେଲା ତାହା ଚମତ୍କାର ଠାରୁ କମ ନୁହେଁ

ଆମ ଦେଶର ଲୋକମାନେ ଦେବୀ ଦେବତା ମାନଙ୍କୁ ବହୁତ ବିଶ୍ଵାସ କରିଥାନ୍ତି ଏବଂ ଭକ୍ତି ଓ ଶ୍ରଦ୍ଧାର ସହିତ ସେମାନଙ୍କର ପୂଜା ଅର୍ଚନା କରିଥାନ୍ତି । ଆମ ହିନ୍ଦୁ ଧର୍ମରେ ସାଧାରଣ ଭାବେ ସବୁ ଜିନିଷକୁ ଧର୍ମ ସହିତ ଯୋଡି ହୋଇ ଥିବାର ଦେଖାଯାଇ ଥାଏ । ଏଥିପାଇଁ ଆମ ଦେଶରେ ଅନେକ ଗୁଡିଏ ଛୋଟ ବଡ ମନ୍ଦିର ଦେଖିବାକୁ ମିଳିଥାଏ । ହନୁମାନ ଙ୍କୁ ସଙ୍କଟ ମୋଚନ ପବନ ପୁତ୍ର ବୋଲି କୁହାଯାଇ ଥାଏ । ହନୁମାନ ଙ୍କର ପୂଜା କରିବା ଦ୍ଵାରା ମଣିଷ ଉପରେ ଆସୁଥିବା ସବୁ କଷ୍ଟ ଏବଂ ଦୁଃଖ ଦୂର ହୋଇଥାଏ ।

ହନୁମାନଙ୍କର ପୂଜା ସାଧାରଣତଃ ମଙ୍ଗଳବାର ଏବଂ ଶନିବାର ଦିନ ହୋଇଥାଏ କିନ୍ତୁ ମଙ୍ଗଳବାର ଟି ଅଧିକ ଫଳପ୍ରଦ ବୋଲି କୁହାଯାଇ ଥାଏ । ଗତ କିଛି ଦିନ ତଳେ ଉତ୍ତରପ୍ରଦେଶ ର ଶାହଜହାଁ ପୁରରେ ଥିବା ଏକ ହନୁମାନ ମନ୍ଦିରକୁ କିଛି ଠିକାଦାର ମାନେ ଭାଙ୍ଗିବା ପାଇଁ ପ୍ରୟାସ କରିଥିଲେ । ମୂର୍ତିକୁ ଭାଙ୍ଗିବା ତ ଦୂରର କଥା ସେମାନେ ମୂର୍ତିକୁ ଟିକେ ହେଲେ ବି ହଲାଇ ପାରି ନଥିଲେ ଏବଂ ଓଲଟା ସେମାନଙ୍କୁ ହନୁମାନଙ୍କ କ୍ରୋଧର ସାମନା କରିବାକୁ ପଡିଥିଲା ।

 

ଏହି ପୁରୁଣା ହନୁମାନ ମୂର୍ତିଟି ରାସ୍ତା କଡକୁ ଲାଗି ନିର୍ମାଣ କରାଯାଇଥିଲା । ଠିକାଦାର ମାନେ ରାସ୍ତାକୁ ଚଉଡା କରି ତିଆରି କରିବା ପାଇଁ ଚାହୁଁଥିବା ସମୟରେ ଏହି ହନୁମାନଙ୍କର ମୂର୍ତିଟି ସେମାନଙ୍କ କାମରେ ବାଧା ଦେଉଥିଲା। ଏଥିପାଇଁ ସେମାନେ ଏହି ମୂର୍ତିଟିକୁ ଭାଙ୍ଗିବା ପାଇଁ ସ୍ଥିର କରିଥିଲେ । ଏହି ମୂର୍ତିଟି କୁ ଭାଙ୍ଗିବା ପାଇଁ ଠିକାଦାର ମାନେ ତିନୋଟି ଜେସିବି ଆଣିଥିଲେ । କିନ୍ତୁ ଆଶ୍ଚର୍ଯ୍ୟ ର କଥା ଏହା କି ଏହି ୧୩୦ ବର୍ଷ ପୁରୁଣା ହନୁମାନ ମୂର୍ତିକୁ ସେମାନେ ଭାଙ୍ଗି ପାରି ନଥିଲେ ବରଂ ସେହି ୩ଟି ଜେସିବି ଭାଙ୍ଗି ଯାଇଥିଲା କିନ୍ତୁ ମୂର୍ତିକୁ ଟିକେ ହେଲେ ବି ହଲାଇ ପାରି ନଥିଲେ ।

ଏହା ପରେ ସେଠାକାର ଲୋକମାନେ ବହୁତ ଉତ୍ୟକ୍ତ ହୋଇଯାଇ ଥିଲେ ଯେଉଁଥି ପାଇଁ ଠିକାଦାରମାନଙ୍କୁ ଏହି ନିଷ୍ପତ୍ତି ରୁ ପଛଘୁଞ୍ଚା ଦେବା ପାଇଁ ପଡିଥିଲା । ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ମୂର୍ତିଟିକୁ ନ ଭାଙ୍ଗିବାର ନିଷ୍ପତ୍ତି ନିଆଯିବା ପରେ ସେହି ଅଞ୍ଚଳର ଲୋକମାନେ ଟିକେ ଶାନ୍ତ ହୋଇଥିଲେ । ତେବେ ଆପଣଙ୍କୁ ଏହି ଆର୍ଟିକିଲ ଟି ପସନ୍ଦ ଆସିଥିଲେ ଏହାକୁ ଶେୟାର କରନ୍ତୁ ଓ ଏମିତି ଅନେକ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *