3 ଦିନ ପ୍ରବଳ ଢାଳିବ ବର୍ଷା, ଏହି ସବୁ ଜିଲ୍ଲାକୁ ଆଲର୍ଟ ଜାରି ହେଲା ପାଣିପାଗ ବିଭାଗ, ଦେଖନ୍ତୁ ଏଥିରେ ଆପଣଙ୍କ ଜିଲ୍ଲା ଥାଇପାରେ…

ବନ୍ଧୁଗଣ ଏବେ ସମସ୍ତଙ୍କ ମନରେ ବାତ୍ୟାର ଭୟ । ଖାସ କରି ଉପକୂଳ ବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକ ମାନେ ଚିନ୍ତାରେ ପଡିଯାଇଛନ୍ତି । ସବୁ ଥର ବାତ୍ୟା ମାଡର ଶିକାର ହେଉଛନ୍ତି ଉପକୂଳ ବର୍ତ୍ତୀ ଅଞ୍ଚଳର ଲୋକମାନେ । ତେବେ ବନ୍ଧୁଗଣ ବାତ୍ୟା ଅସାନିକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଥିବା ବେଳେ ଏବେ ପାଣିପାଗ କେନ୍ଦ୍ର ପକ୍ଷରୁ ବାତ୍ୟା ଅସାନିକୁ ନେଇ ନୂଆ ଖବର ସାମ୍ନାକୁ ଆସୁଛି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟାରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ବାତ୍ୟା ଅସାନି ଏବେ ସମୁଦ୍ରରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ଏବେ ସମୁଦ୍ର ଅଶାନ୍ତ ହୋଇ ରହିଛି । ବାତ୍ୟା ଅସାନି ଓଡିଶା ଉପକୂଳ ନ ଛୁଇଁଲେ ମଧ୍ୟ ଏହାର ପ୍ରଭାବ ଓଡିଶା ଉପରେ ପଡିବ ।

ଏହାର ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା । ଆଜି ଠାରୁ ଆସନ୍ତା ୩ ଦିନ ଧରି ୭ ଜିଲ୍ଲାରେ ମାଧ୍ୟମ ଧରଣରୁ ପ୍ରବଳ ବର୍ଷା ହୋଇପାରେ । ସେହିଭଳି କିଛି ଜିଲ୍ଲାରେ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ପବନ ବହି ପାରେ । ଆଉ ଏହାକୁ ନେଇ ଉପକୂଳ ଜିଲ୍ଲାରେ ବଢିଛି ସତର୍କତା । ତେବେ ବାତ୍ୟା ଏବେ ପୁରୀ ଠାରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଥିବା ଜଣା ପଡିଛି ।

ଆଉ ଏହି ବାତ୍ୟାଟି କ୍ରମଶ ସମୁଦ୍ର ଭିତରେ ରହି ଦୁର୍ବଳ ହେବ ବୋଲି କହିଛି ପାଣିପାଗ ବିଭାଗ । ତେବେ ବନ୍ଧୁଗଣ ଏହି ବାତ୍ୟା ଅସାନି ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କ୍ରମଶ ଦୁର୍ବଳ ହୋଇପାରେ ଅସାନି । ତେବେ ଏହାର ପ୍ରଭାବରେ ଉପକୂଳ ଓଡିଶାର କିଛି ଜିଲ୍ଲାରେ ମାଧ୍ୟମ ଧରଣରୁ ପ୍ରବଳ ବର୍ଷା ହେବାର ସୂଚନା ଦେଇଛି ପାଣିପାଗ ବିଭାଗ ।

ଆଜି ସନ୍ଧ୍ୟାରୁ ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସେହି ପରି ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାରେ ରହିଛି ବର୍ଷାର ଆଲର୍ଟ । ଆସନ୍ତା ୧୨ ତାରିଖରେ କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ଵର ସହ ଅନ୍ୟାନ୍ୟ ଜିଲ୍ଲାରେ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *