ମା ତୁଝେ ସଲାମ ! ଦୁର୍ଭାଗ୍ୟ ଛଡେଇନେଲା ଦୁଇ ହାତ, ତଥାପି ମମତାରେ କରି ନାହାନ୍ତି ଟିକିଏ ବି ଊଣା, ନିଜ ଗେଲ୍ହା ଝିଅର ଏମିତି ନେଉଛନ୍ତି ଯତ୍ନ, Video ଦେଖିଲେ ଆପଣ ବି କାନ୍ଦି ପକେଇବେ

ବନ୍ଧୁଗଣ ଏହି ଦୁନିଆରେ ଗୋଟେ ସବୁଠାରୁ ଅଧିକ ନିଜ ଛୁଆକୁ ଭଲ ପାଏ । ନିଜ ଛୁଆ ପାଇଁ ମା ସାରା ଦୁନିଆ ସହ ଲଢିପାରେ । ବନ୍ଧୁଗଣ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେଉଛି । ଏହି ଭିଡିଓରେ ହାତ ନଥିବା ଗୋଟେ ମା ନିଜ ଛୁଆର ଡ୍ରେସ ଚେଞ୍ଜ କରୁଥିବାର ନଜର ଆସୁଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଏହି ସ୍ପେଶିଆଲ ମାଙ୍କ ନାମ ହେଉଛି ସାରାହ ତଲ୍ବି । ସାରାହ ବେଲଜିୟମର ବାସିନ୍ଧା ଅଟନ୍ତି । ସେ ପେସାରୁ ଜଣେ ଆର୍ଟିଷ୍ଟ ଅଟନ୍ତି । ସାରାହ ଯେବେ ଜନ୍ମ ହେଲେ ତାଙ୍କର ଦୁଇଟି ହାତ ନଥିଲା । ବନ୍ଧୁଗଣ ହାତ ନଥିଲେ ମଣିଷ କଣ ବା କରିପାରିବ ହେଲେ ସାରାହ ନିଜର ସମସ୍ତ କାମ କରିପାରୁଛନ୍ତି ।

ସେ ନିଜ ଜୀବନରେ ବହୁତ ଖୁସିରେ ଅଛନ୍ତି । ସାରାହଙ୍କର ଗୋଟେ ଝିଅ ମଧ୍ୟ ଅଛି । ସାରାହ ନିଜ ଝିଅର ବହୁତ ଭଲ ଭାବରେ ଯତ୍ନ ନେଉଛନ୍ତି । ଆପଣ ମାନଙ୍କୁ ଲାଗୁଥିବ ସାରାହଙ୍କର ଦୁଇଟି ହାତ ନାହିଁ ହେଲେ ସେ ନିଜ ଝିଅର ଯତ୍ନ କେମିତି ନେଉଥିବେ । ବନ୍ଧୁଗଣ ବିନା ହାତରେ ମଧ୍ୟ ସାରାହ ନିଜ ଝିଅର ବହୁତ ଭଲ ଭାବରେ ଯତ୍ନ ନେଉଛନ୍ତି । ସେ ନିଜ ଗୋଡର ବ୍ୟବହାର କରି ଛୁଆର ସମସ୍ତ କାମ କରୁଛନ୍ତି ।

ସେ ନିଜ ଗୋଡ ଦ୍ଵାରା ଝିଅର ଡ୍ରେସ ଚେଞ୍ଜ କରନ୍ତି । ସାରାହଙ୍କର ଏକ ଚମତ୍କାରୀ କାମକୁ ଦେଖି ତାଙ୍କୁ ସୁପର ମମ୍ ର ଟାଇଟେଲ ଦିଆଯାଇଛି । ଗତ ମଦର୍ଶ ଡେରେ ଆଇପିଏସ ଅଧିକାରୀ ଦିପାଂଶୁ କାବରା ନିଜ ଟ୍ବିଟର ଆକାଉଣ୍ଟରେ ସାରାହଙ୍କର ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ସାରାହ ନିଜ ଗୋଡ ଦ୍ଵାରା ନିଜ ଝିଅର ଡ୍ରେସ ଚେଞ୍ଜ କରୁଛନ୍ତି । ସାରାହ ଅତି ସହଜରେ ନିଜ ଝିଅର ଯତ୍ନ ରଖିପାରୁଛନ୍ତି ।

ଏହି ଭିଡିଓ ସେୟାର କରି ଆଇପିଏସ ଅଧିକାରୀ କ୍ୟାପ୍ସନରେ ଲେଖିଛନ୍ତି-‘ଠିକ କୁହାଯାଇଛି ମା ଠାରୁ ବଡ କେହି ଯୋଦ୍ଧା ନାହାନ୍ତି’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *