ପେଟଭରି ଖାଇବା ଠାରୁ ନେଇ ଭଲ ନିଦ୍ରା ପର୍ଯ୍ୟନ୍ତ, କରୋନା ଟୀକା ନେବା ପୂର୍ବରୁ ନିଶ୍ଚୟ କରନ୍ତୁ ଏହି 5 ଟି କାମ

ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମହାମାରୀର ଦ୍ଵିତୀୟ ଲହରୀର କୋପ ସାରା ଦେଶରେ ବର୍ଷିଛି । ଏହି ଭାଇରସରେ ଆକ୍ରାନ୍ତ ହୋଇ ହଜାର ହଜାର ଲୋକ ନିଜର ପ୍ରାଣ ହରାଇଛନ୍ତି । ବର୍ତ୍ତମାନର ସମୟରେ ସମସ୍ତ ହସ୍ପିଟାଲରେ ଆକ୍ସିଜେନରେ ଅଭାବ ଦେଖା ଦେଇଛି । ସାଧାରଣତଃ ଅଧିକାଂଶ ଲୋକ ଆକ୍ସିଜେନ ଅଭାବରୁ ନିଜର ପ୍ରାଣ ହାରିଛନ୍ତି । ବନ୍ଧୁଗଣ ଏହି ଶୋଚନୀୟ ସମୟରେ କରୋନା ଟୀକା ଆମ ଜୀବନକୁ ବଞ୍ଚାଇ ପାରିବ ।

ଦେଶରେ ସରକାର କରୋନା ଟୀକା ପ୍ରଚଳିତ କରିସାରିଛନ୍ତି । ଏହି ଟୀକା କେବଳ ୪୫ରୁ ଉର୍ଦ୍ଧ ବୟସ୍କ ଲୋକମାନେ ନେଇ ପାରିବେ । କିନ୍ତୁ ବନ୍ଧୁଗଣ ଆସୁଥିବା ଏପ୍ରିଲ ୧ ତାରିଖ ଠାରୁ ଓଡିଶାରେ ସମସ୍ତ ଲୋକଙ୍କ ପାଇଁ କରୋନା ଟୀକା ଦିଆଯିବ ଓ ଏହି ଟୀକା ସଂପୂର୍ଣ୍ଣ ମାଗଣା ଦିଆଯିବ ।

ବନ୍ଧୁଗଣ ଗତ କିଛି ଦିନ ତଳେ ଓଡିଶା ସରକାର ନବୀନ ପଟନାୟକ ଏକ ଭିଡିଓ ମଧ୍ୟମରେ କରୋନା ଟୀକା ବିଷୟରେ କହିଥିଲେ । ସରକାରଙ୍କ ମତରେ କରୋନା ଟୀକା ନେବା ପରେ ସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିବ । ତେଣୁ ସରକାର ଓଡିଶାରେ ସମସ୍ତଙ୍କୁ ମାଗଣାରେ ଟୀକା ଦେବେ ବୋଲି କହିଛନ୍ତି । ଏହି ଟୀକାକୁ ୧୮ରୁ ଉର୍ଦ୍ଧ ସମସ୍ତ ମଣିଷ ନେଇପାରିବେ । ବନ୍ଧୁଗଣ କରୋନା ଟୀକା ନେବା ପୂର୍ବରୁ ଆପଣ ମାନଙ୍କୁ କିଛି ଖାସ କଥାର ଧ୍ୟାନ ରଖିବା ନିହାତି ଆବଶ୍ୟକ ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଖାଲି ପେଟରେ କରୋନା ଟୀକା ନେବେ ନାହିଁ । ଟୀକା ନେବା ପୂର୍ବରୁ କିଛି ଭଲ ଖାଦ୍ୟର ସେବନ ନିଶ୍ଚୟ କରିବେ । ଏହା ସହିତ ଆପଣଙ୍କ ନିଦ ମଧ୍ୟ ପୂରଣ ହେବା ନିହାତି ଆବଶ୍ୟକ । ଯଦି ଆପଣଙ୍କ କୌଣସି ଚେହେରା ଜନିତ ସମସ୍ୟା ଅଛି ତା ହେଲେ ଆପଣ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ । ଟୀକା ନେବା ପରେ ଆପଣ ଯେତେ ହୋଇପାରିବ ସେତେ ସମୟ ଆରମ କରନ୍ତୁ । ଟୀକା ନେବା ସମୟରେ କୌଣସି ମାନସିକ ଚିନ୍ତା ମନ ମଧ୍ୟରେ ରଖିବେ ନାହିଁ ।

ଡାଇବେଟିସ ଓ ବିପିର ରୋଗୀ ମାନେ କରୋନ ଟୀକା ପୂର୍ବରୁ ନିଜର ସୁଗାର ଏବଂ ବ୍ଲଡ଼ ପ୍ରେସର ନିଶ୍ଚୟ ଚେକ କରନ୍ତୁ । ଯଦି ଆପଣଙ୍କର ବ୍ଲଡ଼ ପ୍ରେସର ଓ ସୁଗାର ନିୟନ୍ତ୍ରିତ ଅଛି ତା ହେଲେ ଟୀକା ନିଅନ୍ତୁ । ଯଦି କୌଣସି କ୍ୟାନ୍ସର ରୋଗୀ ଅଛନ୍ତି ତା ହେଲେ ସେମାନେ ଟୀକା ନେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ । ଯଦି ଆପଣଙ୍କୁ କରୋନା ହୋଇଛି ଓ ଆପଣ ପ୍ଲାଜମା ଆଦି ଚିକିତ୍ସା ନେଉଛନ୍ତି ତା ହେଲେ ଟୀକା ନେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

କରୋନା ଟୀକା ନେବା ପରେ କିଛି ସମୟ ପର୍ଯ୍ୟନ୍ତ ସେହି ସ୍ଥାନରେ ବସି ରୁହନ୍ତୁ । ଏହା ଦ୍ବାରା ଡାକ୍ତର ଜାଣିପାରିବେ ଯେ, ଆପଣଙ୍କର କୌଣସି ଗମ୍ଭୀର ସମସ୍ୟା ଅଛି ନା ନାହିଁ । ଯଦି ଆପଣଙ୍କୁ କୌଣସି ସମସ୍ୟା ହେବ ନାହିଁ ଓ ଆପଣ ସୁସ୍ଥ ଅନୁଭବ କରିବେ ତା ହେଲେ ଆପଣ ନିଜ ଘରକୁ ଆସିପାରିବେ । ଯଦି ଆପଣଙ୍କୁ ଟୀକା ନେବା ପରେ ଜ୍ଵର ଆଦି ସମସ୍ୟା ହେଉଛି ତା ହେଲେ ଆପଣ ଡାକ୍ତରଙ୍କ ପରାମର୍ଶ ଦ୍ଵାରା ମେଡ଼ିସିନର ସେବନ କରନ୍ତୁ । ଏହା ସହିତ ବନ୍ଧୁଗଣ କରୋନା ମ-ହା-ମା-ରୀ ଠାରୁ ବଞ୍ଚିବା ପାଇଁ ନିୟମିତ ଗାଇଡଲାଇନର ପାଳନ କରନ୍ତୁ ଓ ନିଜେ ସୁରକ୍ଷା ରୁହନ୍ତୁ ।

Leave a Reply

Your email address will not be published. Required fields are marked *