କରୋନା କାଳରେ ସାଧାରଣ ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗକୁ ଆସିଲେ TV ର ଭଗବାନ ରାମ, ତିଆରି କରିବେ ୧୦୦୦ ବେଡ ବିଶିଷ୍ଟ କୋଭିଡ ହସ୍ପିଟାଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଗୁରମିତ ଚୌଧୁରୀ ।

ଆପଣ ମାନେ ସମସ୍ତେ ଗୁରମିତଙ୍କୁ ‘ରାମାୟଣ’ ଧାରାବାହିକରେ ନିଶ୍ଚୟ ଦେଖିଥିବେ । ସେ ଏହି ଧାରାବାହିକରେ ରାମଙ୍କ ଭୂମିକାରେ ନଜର ଆସି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ବନ୍ଧୁଗଣ ଗୁରମିତ କେତେକ ଟିଭି ସିରିଏଲ ସହିତ କେତେକ ଫିଲ୍ମରେ ମଧ୍ୟ କମ କରିସାରିଛନ୍ତି ।

ଏହି କିଛି ଦିନ ହେବ ଗୁରମିତ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ କରୋନା ମହାମାରୀର ଏହି ଖରାପ ସ୍ଥିତିରେ ଗୁରମିତ ସାଧାରଣ ଲୋକଙ୍କ ସାହାର୍ଯ୍ୟ ପାଇଁ ହାତ ବଢାଇଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏହି କିଛି ଦିନ ତଳେ ଗୁରମିତ ଚୌଧୁରୀ ଓ ତାଙ୍କ ପତ୍ନୀ ଦେବିନା ବାନାର୍ଜୀ ପ୍ଲାଜମା ଡୋନେଟ କରିଥିଲେ । ଏହାପରେ ଗୁରମିତ ଆଉ ଗୋଟେ ଭଲ କାମ କରିବା ପାଇଁ ନିଷ୍ପତ୍ତି ନେଲେ । ଗୁରମିତ ସୋସିଆଲ ମିଡିଆରେ କହିଥିଲେ ଯେ, ସେ ବହୁତ ଶୀଘ୍ର କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ଚିକିତ୍ସା ପାଇଁ ଏକ ୧୦୦୦ ବେଡ ଥିବା ହସ୍ପିଟାଲ ବନେଇବାକୁ ଯାଉଛନ୍ତି । ଏହା କଥା ବିଷୟରେ ଗୁରମିତ ନିଜର ଟ୍ବିଟର ଆକାଉଣ୍ଟ ଜରିଆରେ କହିଥିଲେ ।

ଗୁରମିତ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି, ‘ମୁ ନିଷ୍ପତ୍ତି ନେଇଛି ଯେ ପାଟଣା ଓ ଲକ୍ଷ୍ନୌରେ ସାଧାରଣ ଲୋକଙ୍କ ପାଇଁ ୧୦୦୦ ବେଡ ଯୁକ୍ତ ଏକ ହସ୍ପିଟାଲ ଖୋଲିବି । ମୋତେ କେବଳ ଆପଣ ମାନଙ୍କ ଆଶୀର୍ବାଦ ଓ ସମର୍ଥନ ଦରକାର, ଜୟ ହିନ୍ଦ’ । ଏହା ସହିତ ସେ ହ୍ୟାସଟ୍ୟାଗରେ କରୋନା ଇଣ୍ଡିଆ ଓ କରୋନା ହେଲ୍ପର ବ୍ୟବହାର କରିଥିଲେ । ଅଭିନେତା ଗୁରମିତଙ୍କର ଏହି ପୋଷ୍ଟକୁ ଦେଖି ସମସ୍ତ ଲୋକ ତାଙ୍କର ପ୍ରଶଂସା କରିଥିଲେ ।


ସୋସିଆଲ ମିଡିଆରେ ତାଙ୍କର ଏହି ଭଲ କାର୍ଯ୍ୟ ପାଇଁ ତାଙ୍କର ବହୁତ ଚର୍ଚା ହେଉଛି । ଏହି ଖବରଟି ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି । ଗୁରମିତ ଓ ତାଙ୍କ ପତ୍ନୀ ୧୯ ଏପ୍ରିଲରେ ପ୍ଲାଜମା ଡୋନେଟ କରିଥିଲେ । ସେ ଏହା ବିଷୟରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଜଣାଇଥିଲେ । ବନ୍ଧୁଗଣ ଗୁରମିତ ନିଜର ଅଭିନୟ ସହିତ ନିଜର ଭଲ ସ୍ଵଭାବ ପାଇଁ ମଧ୍ୟ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଗୁରମିତଙ୍କର ସାଧାରଣ ଜନତାଙ୍କ ପ୍ରତି ଏହି ସାହାର୍ଯ୍ୟ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *