କରୋନା ଟିକା ନେବା ପରେ ଏସବୁ ଜିନିଷ ପ୍ରତି ଦିଅନ୍ତୁ ଅଧିକ ଧ୍ୟାନ, କରନ୍ତୁ ନାହିଁ ଏହି କାମ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପୁଣିଥରେ କୋରୋନା ମହାମାରୀ ବ୍ୟାପିବାରେ ଲାଗିଛି । ତେଣୁ ଟୀକା ଦାନ ପ୍ରକ୍ରିୟା ସ୍ୱତନ୍ତ୍ର ଭାବରେ ଚାଲିଛି । ତେବେ ବନ୍ଧୁଗଣ ଯଦି ଆପଣ ମାନେ ମଧ୍ୟ କୋରୋନା ଟୀକା ନେଇଛନ୍ତି ତେବେ କିଛି ବିଶେଷ ନିୟମ ପ୍ରତି ଧ୍ୟାନ ରଖନ୍ତୁ । ତେବେ ଆସନ୍ତୁ ଜାଣିବା କୋଭିଡ ଭ୍ୟାକ୍ସିନ ନେବା ପରେ କେଉଁ ସବୁ କାର୍ଯ୍ୟ କରିବା ଅନୁଚିତ । ୧. ବନ୍ଧୁଗଣ ପ୍ରଥମତଃ, କୋଭିଡ ଟୀକା ନେବା ପରେ ତୁରନ୍ତ କାମ କୁ ଯାଆନ୍ତୁ ନାହିଁ ।

ଅତିକମ ରେ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ଘରେ ବିଶ୍ରାମ କରନ୍ତୁ । କିଛି ବ୍ୟକ୍ତି ଙ୍କ ମଧ୍ୟରେ କୋଭିଡ ଟୀକା ନେବାର ତୁରନ୍ତ ନଚେତ ୨୪ ଘଣ୍ଟା ପରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଏଥିରେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ ।

୨. ବନ୍ଧୁଗଣ ଦ୍ବିତୀୟତଃ, କୋଭିଡ ଟୀକା ର ପ୍ରଥମ ଡୋଜ ନେବା ପରେ ଭିଡ଼ କୁ ଯାଆନ୍ତୁ ନାହିଁ । ସମସ୍ତ ପ୍ରୋଟୋକଲ କୁ ପାଳନ କରନ୍ତୁ । ଏହା ସହିତ ଯାତ୍ରା ରେ ମଧ୍ୟ ଯାଆନ୍ତୁ ନାହିଁ । ବର୍ତ୍ତମାନ ଏହି ମହାମାରୀ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେଣୁ ବର୍ତ୍ତମାନ ସମୟରେ ଯାତ୍ରା କରିବା ଆଦୋୖ ଉଚିତ ନୁହେଁ ।

୩. ବନ୍ଧୁଗଣ ତୃତୀୟତଃ, କୋଭିଡ ଟୀକା ନେବା ପରେ ସି-ଗା-ରେ-ଟ ଓ ମ-ଦ ଠାରୁ ଦୂରେଇ ରୁହନ୍ତୁ । ଅତି କମ ରେ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ସି-ଗା-ରେ-ଟ ଓ ମ-ଦ ର ସେବନ କରନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ ହା-ନି-କା-ର-କ ସାବ୍ୟସ୍ତ ହେବ ।

୪. ବନ୍ଧୁଗଣ ଚତୁର୍ଥତଃ, ଆପଣ କୋଭିଡ ର ଟୀକା ନେବା ପରେ ଡାକ୍ତର ଙ୍କ ସହିତ ପରାମର୍ଶ ନିଅନ୍ତୁ । ଯଦି ଆପଣଙ୍କ କୌଣସି ଆଲର୍ଜି ସମସ୍ୟା ରହିଛି ତେବେ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ ଏବଂ ଟୀକା ନେବା ପରେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । କୌଣସି ବି ସମସ୍ୟା ହେଲେ ତୁରନ୍ତ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ ।

୫. ବନ୍ଧୁଗଣ ପଞ୍ଚମତଃ, ବିନା ମାସ୍କ ରେ ବାହାରକୁ ଯାଆନ୍ତୁ ନାହିଁ । କୋଭିଡ ଟୀକା ର ପ୍ରଥମ ଡୋଜ ନେବା ପରେ ଆପଣଙ୍କ ଶରୀରରେ ଆଣ୍ଟିବଡି ତିଆରି ହୋଇ ନଥାଏ । ତେଣୁ ଯଦି ଆପଣ ବାହାରକୁ ଯାଆନ୍ତି ତେବେ କୋରୋନା ମହାମାରୀ ର ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଥାଏ ।

୬. ବନ୍ଧୁଗଣ ଷଷ୍ଠତଃ, କୋଭିଡ ଭ୍ୟାକ୍ସିନ ନେବା ପରେ ଆପଣ ନିଜ ଶରୀର କୁ ହାଇଡ୍ରେଟ ରଖନ୍ତୁ । ନିଜ ଡାଏଟ ରେ ଅଧିକ ଫଳ, ସବୁଜ ପନିପରିବା ଓ ନଟ୍ସ ରଖନ୍ତୁ ଏବଂ ଏହାର ସେବନ କରନ୍ତୁ । ଏହା ଦ୍ବାରା ଆପଣଙ୍କ ଶରୀର ଭିତରୁ ମଜବୁତ ରହିଥାଏ । ଏହା ସହିତ କୋଭିଡ ଟୀକା ନେବା ପରେ ଏକ୍ସରସାଇଜ କରନ୍ତୁ ନାହିଁ । ଏହି ସମୟରେ କାନ୍ଧ ପୀଡ଼ା ହେବା ଏକ ସାଧାରଣ କଥା । ଯଦି ଆପଣ ଏହି ସମୟରେ ଏକ୍ସରସାଇଜ କରିବେ ତେବେ ଆପଣଙ୍କ କାନ୍ଧ ପୀଡ଼ା ଅଧିକ ବଢିଯିବ । ତେଣୁ ଏହି ସମୟରେ ଏକ୍ସରସାଇଜ କରନ୍ତୁ ନାହିଁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *