ଓଡିଶାର ଫେମସ କମେଡିଆନ Jogesh (Jojo) ଙ୍କ Family & Biography

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ପ୍ରସିଦ୍ଧ କମେଡିଆନ ଯୋଗେଶ ଜୋଜୋ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଯୋଗେଶ ଜୋଜୋ ଜଣେ କମେଡିଆନ, ଡ୍ୟାନ୍ସର, ସିଙ୍ଗର ଏବଂ ପ୍ରଡ୍ୟୁସର ମଧ୍ୟ ଅଟନ୍ତି । ତେବେ ଆଜି ଆମେ ଏହି କଳାକାର ଙ୍କ ପରିବାର ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ ଏବଂ ଏହା ସହିତ ତାଙ୍କ ସମ୍ପତ୍ତି କେତେ ସେହି ସମ୍ବନ୍ଧରେ ମଧ୍ୟ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଯୋଗେଶ ଜୋଜୋ ଙ୍କ ପ୍ରକୃତ ନାମ ହେଉଛି, ଯୋଗେଶ ଉଗର । ତାଙ୍କ ପିତା ଙ୍କ ନାମ ଧନୁ ଉଗର ଏବଂ ମାତା ଙ୍କ ନାମ ଜୟନ୍ତୀ ଉଗର । ଯଦି ଏହି କଳାକାର ଙ୍କ ଜନ୍ମ ସମ୍ବନ୍ଧରେ କହିବା ତେବେ ସେ ୧୯୯୩ ମସିହା ଜାନୁଆରୀ ମାସରେ ରସିଆପାଲି ର ଏକ ମଧ୍ୟ ବର୍ଗୀୟ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ ।

ଏହି ଜନ୍ମ ସମ୍ବନ୍ଧୀୟ ତଥ୍ୟ ଆଧାର ରେ ବର୍ତ୍ତମାନ ଯୋଗେଶ ଙ୍କ ବୟସ ଯାଇ ପହଂଚିଛି ମାତ୍ର ୨୮ ବର୍ଷ ବୟସ ରେ । ଯୋଗେଶ ଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ବନ୍ଧରେ ଯଦି କହିବା ତେବେ ସେ ରସିଆପାଲି ସ୍କୁଲ ରେ ନିଜର ସ୍କୁଲ ଟାଇମ ଅତିବାହିତ କରିଛନ୍ତି ଏବଂ ଡିପିଏ କଲେଜ ରେ ନିଜର କଲେଜ ଟାଇମ ଅତିବାହିତ କରିଛନ୍ତି ଏବଂ ନିଜର ଗ୍ରାଜୁଏସନ କମ୍ପଲିଟ କରିଛନ୍ତି ।

ଯୋଗେଶ ଜୋଜୋ ନିଜର ଗ୍ରାଜୁଏସନ କମ୍ପଲିଟ କରିବା ପରେ ଏକ ପେଟ୍ରୋଲ ପମ୍ପ ରେ ମାତ୍ର ୩୦୦୦ ଟଙ୍କା ଦରମା ରେ କାମ କରିଥିଲେ । ସେହି ସମୟ ରେ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ସିବାନୀ ଙ୍କ ସହିତ । ପରେ ୨୦୧୯ ମସିହା ମାର୍ଚ୍ଚ ମାସ ୧୩ ତାରିଖ ରେ ସେ ସିବାନୀ ଙ୍କୁ ବିବାହ କରିଥିଲେ ।

ଯୋଗେଶ ଙ୍କୁ ଅଭିନୟ କ୍ଷେତ୍ରରେ ଅଧିକ ରୁଚି ରହିଥିଲା । ଯେଉଁ କାରଣରୁ ସେ ଅଭିନୟ ମଧ୍ୟ ଶିଖିଥିଲେ । ବର୍ତ୍ତମାନ ତାଙ୍କୁ ସମସ୍ତ ଦର୍ଶକ ଜାଣିଛନ୍ତି । ତାଙ୍କର ନିଜର ଏକ ୟୁ ଟ୍ୟୁବ ଚ୍ୟାନେଲ ରହିଛି । ଯାହାର ନାମ ଜୋଜୋ ଜେ ୫ ପ୍ରଡକ୍ସନ ।

ଏହି ଚ୍ୟାନେଲ ହ୍ୟାକ ହୋଇଯାଇଥିଲା ଯାହାର ସବସ୍କ୍ରାଇବାର ଥିଲେ ୧ ମିଲିୟନ । ବର୍ତ୍ତମାନ ପୁଣିଥରେ ସେ ନିଜର ଏକ ଚ୍ୟାନେଲ ଖୋଲିଛନ୍ତି ଯାହାର ସବସ୍କ୍ରାଇବାର ପାଖାପାଖି ୪୦ ଲକ୍ଷ ଅଟେ ।

ଯଦି ଏହି କଳାକାର ଙ୍କ ସମ୍ପତ୍ତି ସମ୍ବନ୍ଧରେ କହିବା ତେବେ ସେ ଗୋଟିଏ ମାସରେ ଦୁଇ ରୁ ତିନି ଲକ୍ଷ ଟଙ୍କା ରୋଜଗାର କରନ୍ତି ଏବଂ ସେ ଗୋଟିଏ ଷ୍ଟେଜ ସୋ ପାଇଁ ୫୦,୦୦୦ ଟଙ୍କା ନିଅନ୍ତି । ଯୋଗେଶ ଜୋଜୋ ଙ୍କ ସମୁଦାୟ ସମ୍ପତ୍ତି ର ଆନୁମାନିକ ମୂଲ୍ୟ ପ୍ରାୟ ୭୦ ରୁ ୮୦ ଲକ୍ଷ ଟଙ୍କା ଅଟେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *