ଆୟୁଷ ମନ୍ତ୍ରାଳୟ ଦ୍ୱାରା କୁହା ଯାଇଥିବା କାଢ଼ା ଘରେ ବନାନ୍ତୁ, କରୋନା ଭାଇରସ ଠାରୁ ଦୂରେଇ ରୁହନ୍ତୁ- Health Tips

ନମସ୍କାର ବନ୍ଧୁଗଣ ଆଜି କାଲି ସମସ୍ତେ କୋରନା ଭାଇରସ୍ ପାଇଁ ବହୁତ ଚିନ୍ତିତ । କାରଣ ଏହି ଭାଇରସ୍ ବହୁତ ଜଲ୍ଦି ବ୍ୟାପିବାକୁ ଲାଗୁଛି ଏବଂ ବହୁତ ଜଣ ଏହି ଭାଇରସ ରେ ସଂକ୍ରମିତ ହୋଇ ନିଜ ପ୍ରାଣ ମଧ୍ୟ ହରାଇ ଛନ୍ତି । ସେଥିପାଇଁ ସରକାର ସମସ୍ତ ଙ୍କୁ ଘରେ ସୁରକ୍ଷିତ ରହିବା ଏବଂ ସମସ୍ତଙ୍କୁ ସାନିଟାଇଜର ଏବଂ ମାସ୍କ ପିନ୍ଧିବା ପାଇଁ ନିର୍ଦେଶ ମଧ୍ୟ ଦେଇଛନ୍ତି ଏବଂ କୌଣସି ଭିଡ଼ ଜାଗା ରେ ନ ଯିବାକୁ ଏକାଠି ହୋଇ ନ ବସିବାକୁ ମଧ୍ୟ ବାରଣ କରା ଯାଇଛି ।

ଏହି କୋରନା ଭାଇରସ ରୁ ବଞ୍ଚିବା ପାଇଁ ନିଜ ଶରୀର ଭିତରେ ରୋଗ ପ୍ରତିରୋଧକ ଶକ୍ତି କୁ ବଢାଇବା କୁ ପଡିବ ସେଥିପାଇଁ ଆୟୁଷ ମନ୍ତ୍ରାଳୟ ର ନିର୍ଦେଶ କ୍ରମେ ଏକ କାଢା ପ୍ରସ୍ତୁତ କରି ପ୍ରତିଦିନ ପିଇବାକୁ କୁହା ଯାଉଛି ।

ତେଣୁ ସରକାର ଙ୍କ ନିର୍ଦେଶ ଅନୁଯାୟୀ ଘରେ ରହି ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବା ଏବଂ ଗରମ ପାଣି ଏବଂ କାଢା ପିଇ ନିଜର ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରିବା । ତେବେ ଆସନ୍ତୁ ସେ କାଢା କୁ କିପରି ଭାବେ ଆପଣ ପ୍ରସ୍ତୁତ କରିବେ ଚାଲନ୍ତୁ ଜାଣି ନେଵା ।

ପ୍ରଥମେ ଆପଣ ଗ୍ୟାସ ଲଗାଇ ସେଥିରେ ଏକ ପାତ୍ର ରଖନ୍ତୁ ଏବଂ ସେଥିରେ ତିନି କପ ପାଣି ନିଅନ୍ତୁ । ଏହା ପରେ ଆପଣ ଏକ ଡାଲଚିନି ଖଣ୍ଡ ପକାନ୍ତୁ । ଏହା ଆପଣଙ୍କ ର ଥଣ୍ଡା କାଶ କୁ ଦୁର କରିବା ସହିତ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି କୁ ଏତେ ସବଳ କିମ୍ବା ଶକ୍ତିଶାଳୀ କରିଦେବ ଯେ ଆପଣ ଙ୍କୁ କୌଣସି ସଂକ୍ରମଣ ହେବ ନାହିଁ ।

ଡାଲଚିନି ପକାଇବା ପରେ ଚାରି ରୁ ପାଞ୍ଚ ଟି ଳବଙ୍ଗ ପକେଇବା । ତା ପରେ ଦୁଇଟି ଗୁଜୁରାତି ନିଅନ୍ତୁ ଏବଂ ତାକୁ ଖୋଲିକି ପକାନ୍ତୁ । ଏହା ପରେ ଆପଣ ପାଞ୍ଚ ରୁ ସାତଟି ଗୋଲ ମରିଚ ନେବେ । ତାପରେ ସେହି ଗୋଲ ମରିଚ କୁ ଗୁଣ୍ଡ କରି ପକାନ୍ତୁ । ତା ପରେ ସେଥିରେ ଗୋଟିଏ ତେଜ ପତ୍ର ପକାନ୍ତୁ ତାପରେ ସେଥିରେ ଦୁଇ ଚାମଚ ଗୁଡ଼ ପକାନ୍ତୁ । ଯଦି ଗୁଡ଼ ପକାଇବାକୁ ଚାହୁଁ ନାହାନ୍ତି ତେବେ କଳା ଲୁଣ ପକାଇ ପାରିବେ ।

ତାହା ପରେ ସେଥିରେ ଏକ ଅଦା କୁ ଛେଲି କରି ପକାଇବେ । ତା ପରେ ସେଥିରେ ଏକ କଞ୍ଚା ହଳଦୀ ର ଆବଶ୍ୟକତା ଅଛି । ତାପରେ ସେହି ଖଣ୍ଡ ହଳଦୀ କୁ ମଧ୍ୟ ଛେଲି କରି ପକାନ୍ତୁ ।
ଏହାକୁ ଆପଣ ଅର୍ଥାତ ଏହି କାଢା କୁ ଆପଣ ସର୍ଵଦା ସେବନ କରି ପାରିବେ ଏହା ଦ୍ୱାରା କୌଣସି ସାଇଡ ଇଫେକ୍ଟ ହେବ ନାହିଁ । ସେହି କାଢା ରେ ତୁଳସୀ ପତ୍ର ପକାଇବା ବିଲକୁଲ ଭୁଲନ୍ତୁ ନାହିଁ । ତୁଳସୀ ପତ୍ର ରେ ଅନେକ ଔଷଧୀୟ ଗୁଣ ରହିଥାଏ । ତେଣୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭପ୍ରଦ ହୋଇ ଥାଏ ।

ଯଦି ଆପଣଙ୍କ ର ଅଧିକ କାଶ ଅଛି ତେବେ ଏଥିରେ ଜୁଆଣି ର ପ୍ରୟୋଗ କରନ୍ତୁ । ଏହା ଆପଣଙ୍କ ଇଚ୍ଛା ଉପରେ ନିର୍ଭର କରେ ଏବଂ ଆପଣ ଚାହିଁଲେ ଏହାର ବାମ୍ଫ ମଧ୍ୟ ନେଇ ପାରିବେ ।
ଏଥିରେ ସବୁ ସାମଗ୍ରୀ ପକାଇବା ପରେ ଏହାକୁ ଢାଙ୍କି ଦିଅନ୍ତୁ ଏବଂ ତାପରେ ଏହାକୁ ଛାଣି କରି ପିଇ ପାରିବେ । ଏହାକୁ ସକାଳେ ଖାଲି ପେଟରେ ସେବନ କରନ୍ତୁ । ଏହି କାଢା ଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ଆପଣ ସୁରକ୍ଷିତ ମଧ୍ୟ ରହିବେ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *