ଥିଲୁ ତୁ କାଳି, କରିଛି ଗୋରୀ, ସବୁ ରାତିରେ ତୁ ସାଜିବୁ ରାଣୀ…

ବନ୍ଧୁଗଣ, ଅର୍ଚନା ଶ୍ରଦ୍ଧାଞ୍ଜଳି କୁ କିଛି ଏହିଭଳି ମନ୍ତ୍ର ପଢାଇଥିଲେ ଯାହାକୁ ନେଇ ବର୍ତ୍ତମାନ ଚର୍ଚା ଚାଲିଛି । ତେବେ ଆସନ୍ତୁ ଜାଣିନେବା ତାହା କଣ ଅଟେ ? ଅର୍ଚନା କହିଥିଲେ ଶ୍ରଦ୍ଧାଞ୍ଜଳି କୁ ଯେ,- ସେ ମଧ୍ୟ ଦିନେ କାଳି ଥିଲେ । ଆଉ ତାଙ୍କୁ କିଏ କେତେ ପ୍ରକାର କଥା କହିଯାଉଥିଲେ । କାଳିରୁ କିଭଳି ଗୋରୀ ହେବେ ସେ କଥା ଚିନ୍ତା କରି ସେ ରାତିସାରା ଶୋଇପାରୁନଥିଲେ ଆଉ ସେଥିପାଇଁ ସେ ମୁମ୍ବାଇ ଯାଇ ସେ ଲେଜର ଚିକିତ୍ସ୍ୟା କରି ଆସିଲେ ।

କାଳିରୁ ଗୋରୀ ହେଲେ, ବର୍ତ୍ତମାନ ୪ ବର୍ଷ ଭିତରେ ସେ କେଉଁଠାରେ ଛିଡା ହୋଇଛନ୍ତି । ଏବଂ ସେ ଶ୍ରଦ୍ଧାଞ୍ଜଳି କୁ କଥା ଦେଇଥିଲେ ଯେ ତାଙ୍କୁ ମଧ୍ୟ ସେ କାଳିରୁ ଗୋରୀ କରିଦେବେ ଏହା ସହିତ ଶ୍ରଦ୍ଧାଞ୍ଜଳୀ ମଧ୍ୟ ଅର୍ଚନା ଙ୍କ ସହିତ ବହୁତ ଆଗକୁ ଯିବେ ବୋଲି କହିଥିଲେ । ଅର୍ଚନା ଏହା ମଧ୍ୟ କହିଥିଲେ ଯେ ତାଙ୍କୁ ଯଦି ଗୋଟିଏ ଷ୍ଟାର ହୋଟେଲର ମାଲିକ ସାହାର୍ଯ୍ୟ କରିନଥାନ୍ତେ,

ତେବେ କ’ଣ ସେ କାଳିରୁ ଗୋରୀ ହୋଇପାରିଥାନ୍ତେ ? ଆଉ ଠିକ ସେହିଭଳି ଯଦି ତାଙ୍କ ପାଖରେ ସେ ନ ରହିବେ ତଥା ତାଙ୍କୁ ସାହାର୍ଯ୍ୟ ନକରିବେ କିଭଳି ସେ କାଳିରୁ ଗୋରୀ ହେବେ ବୋଲି ପ୍ରଶ୍ନ କରିଥିଲେ । ଏହା ପରେ ଅର୍ଚନା ଗୋଟିଏ ସର୍ତ୍ତରେ କାଳିରୁ ଗୋରୀ ହେବ ତଥା ସିନେମା କରିବ ଏବଂ ସୁନ୍ଦର ମଧ୍ୟ ଦେଖାଯିବା କିନ୍ତୁ ଶ୍ରଦ୍ଧାଞ୍ଜଳୀ ସବୁ ରାତିର ରାଣୀ ସାଜିବେ ବୋଲି କହିଥିଲେ ତାଙ୍କୁ ।

ରାତିରେ ତାଙ୍କ ଗରାଖ କୁ ଖୁସି କରିବେ, ଯେଉଁଠାରେ ଅର୍ଚନା ନଯାଇ ପାରିବେ ସେଠାକୁ ଶ୍ରଦ୍ଧାଞ୍ଜଳୀ ଯିବେ । ଏବଂ ତାଙ୍କ ଅଧୁରା କାମ କୁ ପୁରା ସେ କରିବେ ବୋଲି ତାଙ୍କୁ କହିଥିଲେ । ଏହାପରେ ଅର୍ଚନା ଟଙ୍କା ପାଇଲେ ଶ୍ରଦ୍ଧାଞ୍ଜଳୀ କୁ ଦେବେ ବୋଲି କହିଥିଲେ । ସେ କଥା ଦେଇଛନ୍ତି ଯେ ତାଙ୍କ ପ୍ରତି କେବେ ସେ ଅବିଚାର କରିବେ ନାହିଁ ।

ଯେତେଟଙ୍କା ଖର୍ଚ୍ଚ ହେଉଛି ହେଉ ମୁମ୍ବାଇ ଯିବା ତଥା ଲେଜର ଚିକିତ୍ସ୍ୟା କରିବା ତୁମକୁ କାଳିରୁ ଗୋରୀ କରିଦେବେ, ଯେଉଁ ପ୍ରଯୋଜକ ମାନେ ତୁମକୁ ହିରୋଇନ କରିବା ପାଇଁ ଆରାଜି ହେଉଛନ୍ତି, ସେହିମାନେ ହିଁ ହିରୋଇନ କରିବେ ବୋଲି କହିଥିଲେ ଅର୍ଚନା ଶ୍ରଦ୍ଧାଞ୍ଜଳୀ ଙ୍କୁ । ତେବେ ଏହିଭଳି ସୁନ୍ଦରୀ ଅର୍ଚନା ଶ୍ରଦ୍ଧାଞ୍ଜଳୀ ଙ୍କ କାନରେ କହିଥିଲେ ବୋଲି ଚର୍ଚା ଚାଲିଛି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *