ହାସ୍ୟ ଅଭିନେତ୍ରୀ Mee Puch Puch କହିଲେ, ‘ଏତେ ମୁହଁ ମୋ ବରକୁ ଖୁଣିଦେବ…ହାସ୍ୟ ଅଭିନେତାଙ୍କ ଇଣ୍ଟରଭ୍ୟୁ ଆଣିବାକୁ ଯାଇଥିଲି ବୋହୂ ହେଇଗଲି…’

ବନ୍ଧୁଗଣ, ସାଧାରଣତଃ ବର୍ତ୍ତମାନ କମେଡିଆନ ମାନଙ୍କ ବିବାହ ଚାଲିଅଛି । କମେଡିଆନ ରାଜୁ ଦାସ ଙ୍କର ମଧ୍ୟ ନିକଟରେ ବିବାହ ସରିଛି । ନଭେମ୍ବର 20 ରେ ଇତିକା ପ୍ରିୟଦର୍ଶନୀ ଙ୍କର ନିର୍ବନ୍ଧ ସରିଛି । ଆଜି ଆମ୍ଭେ ଭା-ଇ-ରା-ଲ ଗାର୍ଲ Mee Puch Puch ଅର୍ଥାତ ଇତିକା ପ୍ରିୟଦର୍ଶନୀ ସମ୍ବନ୍ଧରେ କହିବାକୁ ଯାଉଅଛୁ । Mee Puch Puch କହିଥିଲେ ଯେ ବିବାହ ସଂପୂର୍ଣ୍ଣ ଭାବରେ ଆରେଞ୍ଜ ମ୍ୟାରେଜ, ଏହା ଆଦୌ ଲଭ ମ୍ୟାରେଜ ନୁହେଁ ।

ଏହା ସହିତ ତାଙ୍କର ବିବାହ କରିବାକୁ ବର୍ତ୍ତମାନ ଆଦୌ ଇଛା ନଥିଲା ବିବାହ ବିରୋଧୀ ଝିଅ ଥିଲେ ସେ । ମାତ୍ର କେମିତି କ’ଣ ସମସ୍ତେ ଯେମିତି କୁହନ୍ତି ଯେ ଯୋଗ ଫିଟିଲେ କେହି ମଧ୍ୟ ଅଟକାଇ ପାରିବେ ନାହିଁ । କଣ୍ଡିସନ ସେହିଭଳି ହୋଇ ରହିଗଲା ବିବାହ ଠିକ ହୋଇଗଲା । ସେ ଏକ କଳାକାର ଫ୍ୟାମିଲିରେ ବଢିଛନ୍ତି ବୋଲି ସମସ୍ତେ ଜାଣିଛନ୍ତି । Mee Puch Puch ଙ୍କ ବାପା ହେଉଛନ୍ତି ଜଣେ ହାସ୍ୟ କଳାକାର ।

ଏହା ସହିତ ସେ ପୁଣି ଯାଉଛନ୍ତି ହାସ୍ୟ ଅଭିନେତା ଙ୍କ ଘରକୁ ବୋହୂ ହୋଇ । Mee Puch Puch ଯାଇଥିଲେ ତାଙ୍କ ଶଶୁରଙ୍କର ଇଣ୍ଟରଭ୍ୟୁ ନେବା ପାଇଁ ଏବଂ ତାଙ୍କର ଇଣ୍ଟରଭ୍ୟୁ ଯେତେବେଳେ ନେଲେ ଏହାପରେ ତାଙ୍କ ଶାଶୁ ତାଙ୍କ ସହିତ ଭଲରେ କଥା ହେଲେ, ଏହାପରେ ଯାହାକୁ ବିବାହ କରିବାକୁ ଯାଉଛନ୍ତି ସେ ସେହି ସମୟରେ ଘରକୁ ଏଣ୍ଟ୍ରି କରିଲେ, ଇତିକା ସେହି ସମୟରେ ତାଙ୍କୁ ଭାଇ ବୋଲି କହି ନମସ୍କାରଟିଏ ପକାଇ ଦେଇଥିଲେ ।

ମାତ୍ର ସେ ଜଣାଇନଥିଲେ ଏହାପରେ ତାଙ୍କ ଶାଶୁ ତାଙ୍କ ଘରକୁ ପ୍ରସ୍ତାବ ନେଇ ଆସିବେ । ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସେ ଗୋଟିଏ ଦିନ ସମୟ ମାଗିଥିଲେ ବିବାହ ସମ୍ବନ୍ଧରେ ନିର୍ଣ୍ଣୟ ନେବା ନିମନ୍ତେ । ଧୀରେ ଧୀରେ କଥା ଆଗେଇଲା ଏବଂ ଆଗକୁ ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି କହିଥିଲେ ।

ତାଙ୍କ ଭାବୀସ୍ଵାମୀ Mee Puch Puch ର ଗୋଟିଏ ବଡ ଫ୍ୟାନ ଅଟନ୍ତି ବୋଲି ସେ କହିଛନ୍ତି । ଇତିକା କହିଥିଲେ ଯେ ତାଙ୍କ ଜୀବନସାଥୀ ବହୁତ ଭଲ ଅଟନ୍ତି ଏବଂ ସେ ସବୁବେଳେ ସପୋର୍ଟ କରିବେ ବୋଲି ତାଙ୍କର ଆଶା । ନିର୍ବନ୍ଧ ରେ ସେ ରଙ୍ଗବତୀ ଗୀତ ରେ ନାଚିଥିଲେ ବୋଲି କହିଛନ୍ତି । ତେବେ ତାଙ୍କର ବୈବାହିକ ଜୀବନ ସୁଖମୟ ହେଉ ବୋଲି ଭଗବାନ ଙ୍କ ନିକଟରେ ପ୍ରାର୍ଥନା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *