ବାରମ୍ବାର ପଢିକି ମନେ ରହୁନାହିଁ କି ! ଥରୁଟିଏ ମାତ୍ର ପାଠ ପଢି ସବୁଦିନ ମନେ ରଖିବାର ସହଜ ଉପାୟ ! Study tips!

ବନ୍ଧୁଗଣ ପାଠର ମୂଲ୍ୟ ବହୁତ ଅଧିକ ହୋଇଥାଏ । କାରଣ ସମସ୍ତଙ୍କ ଜୀବନରେ ପାଠ ପଢିବା ବହୁତ ଅବଶ୍ୟକ ହୋଇଥାଏ । ହେଲେ ଅନେକ ପିଲା ବହୁତ ପରିଶ୍ରମ କରି ସୁଦ୍ଧା ପରୀକ୍ଷାରେ ଭଲ ମାର୍କ ଆଣିପାରିନଥାନ୍ତି । ତେବେ ପାଠ କିପରି ଭାବେ ପଢି ସବୁଦିନ ପାଇଁ  ତାହାକୁ ମନେ ରଖିପାରିବା । ସେ ବିଷୟରେ ଏଠାରେ ଜାଣିବା । ଯେପରି ଏହି ସବୁ ଉପାୟକୁ ଅବଲମ୍ବନ କରି ପାଠକୁ ବହୁତ ସହଜରେ ମନେ ରଖିପାରିବେ ।

1- ତେବେ ଯେତେବେଳେ ଆପଣ ପାଠ ପଢିବାକୁ ବସୁଛନ୍ତି । ସେତେବେଳେ ଏକ ଶାନ୍ତ ପରିବେଶରେ ମନକୁ ଶାନ୍ତ କରି ଆରାମରେ ବସି ପଢନ୍ତୁ । ପାଠ ପଢିବା ବେଳେ ମନରୁ ଇଆଡୁ ସିଆଡୁ କଥା ସବୁ କାଢି ଦେଇ ରିଲାକ୍ଷ ହୋଇ ପାଠ ପଢନ୍ତୁ ।

2- ଯେତେବେଳେ ଆପଣ କୌଣସି ଟପିକ ପଢୁଛନ୍ତି । ତାହାକୁ ଅନ୍ୟକୁ ମଧ୍ୟ ଶୁଣାନ୍ତୁ । ପରିବାରରେ ବା ସାଙ୍ଗସାଥି କାହା ସହିତ ବି ନିଜର ପଢିଥିବା ପାଠକୁ ଶୁଣାନ୍ତୁ । ଏପରି କରିବା ଦ୍ଵାରା ସେହି ପାଠ ବହୁତ ଦିନ ପର୍ଯ୍ୟନ୍ତ ମନେ ରହିଥାଏ ।

3- ଯେତେବେଳେ ପାଠ ପଢୁଛନ୍ତି । ସେତେବେଳେ ନିଜ ପାଖରେ ଗୋଟେ ହାଇଲାଇଟର ବା ପେନ୍ସିଲ ନିହାତି ଭାବେ ରଖନ୍ତୁ । ଯେମିତିକି ଯଦି ପଢୁ ପଢୁ କିଛି ଗୁରୁତ୍ଵପୂର୍ଣ୍ଣ ଲାଇନ ଆସିଯାଏ । ତେବେ ତାହାକୁ ଆପଣ ଅଣ୍ଡରଲାଇନ କରିଦେଇଥିବେ । ପରେ ତାହାକୁ ପଢିବାକୁ ଆପଣଙ୍କୁ ହିଁ ସୁବିଧା ହେବ ।

4- ପାଠ ପଢିବା ସମୟରେ କଣ ପଢିବେ କଣ ପଢିବେ ନାହିଁ ତାହାକୁ ଭାବି ଭାବି ନିଜର ସମୟକୁ ନଷ୍ଟ କରନ୍ତୁ । ମନ ମଧ୍ୟରେ କୌଣସି ପ୍ରକାର ଦ୍ଵନ୍ଦ ନ ରଖି ଯାହାବି ପଢୁଛନ୍ତି । ଅତି କମରେ ଘଣ୍ଟାରେ ପର୍ଯ୍ୟନ୍ତ ନିହାତି ଭାବେ ପଢନ୍ତୁ ।

5- ପାଠକୁ ସହଜ ଓ ସରଳ ରୂପେ ପଢିବା ପାଇଁ ଚାହୁଁଥିଲେ । ଟପିକ ଅନୁସାରେ ଏକ ରୋଟିନ ପ୍ରସ୍ତୁତ କରି ନିଅନ୍ତୁ । ଯେଉଁ ସମୟରେ ଯେଉଁ ଟପିକ ପଢିବାର ଥିବ । ସେହି ଅନୁସାରେ ତାହାକୁ ପଢିବାକୁ ଚେଷ୍ଟା କରନ୍ତୁ ।

6- ଭଲ ପାଠ ପାଇଁ ଭଲ ସ୍ଵାସ୍ଥ ମଧ୍ୟ ଆବଶ୍ୟକ ହୋଇଥାଏ । କାରଣ ଯଦି ଜଣେ ବାରମ୍ବାର ରୋଗ, ବେମାରୀରେ ପଡୁଥିବ । ତେବେ ସେ ନିଜର ପାଠ ପଢା ପ୍ରତି ଧ୍ୟାନ ରଖିପାରିବ ନାହିଁ । ଏପରିକି ସେପରି ପିଲାଙ୍କୁ ପାଠ ପଢିବାରେ ମନ ମଧ୍ୟ ଲାଗିନଥାଏ । ତେଣୁ ସଠିକ ଭାବେ ଖାଇପିଇ ଭଲ ମନରେ ବସି ପାଠ ପଢନ୍ତୁ ।

ପୋଷ୍ଟଟି ଆପଣ ମାନଙ୍କୁ କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଏଥିସହ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର ମଧ୍ୟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *