ଥଣ୍ଡା, କାଶ, ବନ୍ଦ ନାକ, ଛାତିରେ କଫ ତୁରନ୍ତ ହେଇଯିବ ଗାୟବ, ବାସ କରନ୍ତୁ ଘରୋଇ ଉପଚାର- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଆପଣ ଥଣ୍ଡା, କାଶ ଏବଂ କଫ ଭଳି ସମସ୍ୟା ରୁ ତୁରନ୍ତ ମୁକ୍ତି ପାଇ ପାରିବେ । ବନ୍ଧୁଗଣ ବାରମ୍ବାର ଔଷଧ ର ସେବନ ପରେ ମଧ୍ୟ ଯଦି ଆପଣଙ୍କୁ ଏହି ସମସ୍ୟା ରୁ ମୁକ୍ତି ମିଳୁନାହିଁ ତେବେ ଆପଣ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ର ପ୍ରୟୋଗ କରନ୍ତୁ । ସାଧାରଣତଃ ଜଳବାୟୁ ପରିବର୍ତ୍ତନ କାରଣରୁ ଶୀତ ଦିନରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ ଏବଂ ଶୀତ ଦିନେ ପ୍ରାୟତଃ ବ୍ୟକ୍ତି ଏହି ରୋଗ ର ସଂସ୍ପର୍ଶରେ ଆସିଥାନ୍ତି ଏବଂ ଏହାଦ୍ବାରା ଗଳାରେ ଯନ୍ତ୍ରଣା ଓ ନାକ ବନ୍ଦ ହେବା ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଯେଉଁ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ତାହାର ପ୍ରୟୋଗ ଦ୍ୱାରା ଆପଣ ଥଣ୍ଡା, କାଶ ଏବଂ କଫ ଭଳି ସମସ୍ୟା ରୁ ତୁରନ୍ତ ମୁକ୍ତି ପାଇ ପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ ।

ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଆପଣ ପ୍ରଥମେ ଗ୍ୟାସ ରେ ଏକ ପାତ୍ର ଚଢ଼ାଇ ଏକ ଗ୍ଲାସ ପାଣି ପକାନ୍ତୁ । ସେହି ପାଣି କୁ ଭଲ ଭାବରେ ଫୁଟାନ୍ତୁ । ଏହାପରେ ସେଥିରେ ଏକ ଇଞ୍ଚ ଲମ୍ବ ର ଅଦା ଆବଶ୍ୟକ । ଆପଣ ଅଦା କୁ ଭଲ ଭାବରେ ଛେଚି ପାଣି ରେ ପକାନ୍ତୁ । ଅଦା ଖାଇବା ଦ୍ବାରା ଥଣ୍ଡା, କାଶ ଭଳି ସମସ୍ୟା ତୁରନ୍ତ ଦୂର ହୋଇଥାଏ ।

ଏହାକୁ ବହୁତ ପୁରାତନ କାଳ ରୁ ଲୋକମାନେ ବ୍ୟବହାର କରି ଆସୁଛନ୍ତି । ଏହାପରେ ଆପଣ ଏକ ପାନ ପତ୍ର କୁ ଛିଣ୍ଡାଇ ଏଥିରେ ପକାନ୍ତୁ । ପାନ ପତ୍ର ଆମ ଶରୀରର ବାତ, ପିତ ଓ କଫ କୁ ଦୂର କରିଥାଏ । ଏହାପରେ ଆପଣ ୭ ରୁ ୮ ଟି ଗୋଲମରିଚ ନିଅନ୍ତୁ ଏବଂ ତାକୁ ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ । ଏହାପରେ ଗୋଲମରିଚ ଗୁଣ୍ଡ କୁ ପକାନ୍ତୁ । ଗୋଲମରିଚ ମଧ୍ୟ ଥଣ୍ଡା, କାଶ ଓ କଫ ଭଳି ସମସ୍ୟା ଦୂର କରିଥାଏ । ଏହାପରେ ଆପଣ ୪ ୫ ଟି ତୁଳସୀ ପତ୍ର କୁ ଛିଣ୍ଡାଇ ପକାନ୍ତୁ ।

ତୁଳସୀ ପତ୍ର ର ଉପକାରୀତା କହିଲେ ମଧ୍ୟ ସରିବ ନାହଁ । କିନ୍ତୁ ଥଣ୍ଡା ଓ କାଶ ମାମଲାରେ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାପରେ ଆପଣ ଏହି ମିଶ୍ରଣ କୁ ମିଠା କରିବା ପାଇଁ ଶେଷରେ ଅଳ୍ପ ଗୁଡ଼ କୁ ପକାନ୍ତୁ । ଗୁଡ଼ ଆମ ପାଚନ କ୍ରିୟା କୁ ମଜବୁତ କରିଥାଏ ଏବଂ ଆମ ଶରୀରର ଇମ୍ୟୁନିଟି ପାୱାର କୁ ମଧ୍ୟ ବଢାଇଥାଏ । ବର୍ତ୍ତମାନ ଆପଣ ଏହାକୁ ଭଲ ଭାବରେ ଫୁଟାନ୍ତୁ ଯେ ପର୍ଯ୍ୟନ୍ତ ଏକ ଗ୍ଲାସ ପାଣି ଅଧ ଗ୍ଲାସ ନ ହୋଇଛି । ଏହି ମିଶ୍ରଣ ଭଲ ଭାବରେ ଫୁଟିଲା ପରେ ଆପଣ ଏକ କପ୍ ରେ ଭଲ ଭାବରେ ଛାଣି ରଖନ୍ତୁ ।

ବନ୍ଧୁଗଣ ବର୍ତ୍ତମାନ ଆପଣଙ୍କ ଏହି ଉପଚାର ଟି ସମ୍ପୁର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା । ଆପଣ ଏହାକୁ ଛାଣି ସାରିବା ପରେ ଏଥିରେ ଅଳ୍ପ ମହୁ ମିଶାଇ ଦିଅନ୍ତୁ । ମହୁ ଆମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଅଟେ । ବନ୍ଧୁଗଣ ଆପଣ ଏହାକୁ ଦିନକୁ ୨ ଥର ସକାଳ ସମୟ ଏବଂ ସନ୍ଧ୍ୟା ସମୟରେ ସେବନ କରନ୍ତୁ । ଏହି ଉପଚାର ବହୁ ପୁରାତନ ଏବଂ ବହୁ ପରୀକ୍ଷିତ । ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହି ନାହିଁ । ତେବେ ଆପଣ ମାନେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ର ପ୍ରୟୋଗ କରନ୍ତୁ । ଆପଣ ମାନଙ୍କୁ ନିଶ୍ଚିତ ଭାବରେ ଏହାର ଲାଭ ପ୍ରାପ୍ତ ହେବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *