ଭାରତରେ କେଉଁ ପର୍ଯ୍ୟନ୍ତ ରହିବ କରୋନା ର ଦ୍ଵିତୀୟ ଲହର, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ !

ବନ୍ଧୁଗଣ ବର୍ତ୍ତମାନ ଭାରତରେ କରୋନା ମହାମାରୀର କୋପ ବଢିବାରେ ଲାଗିଛି । ଗତବର୍ଷ ଅପେକ୍ଷା ଏହି ବର୍ଷ ଏହି ଭାଇରସ ବହୁତ ଭୟଙ୍କର ରୂପ ନେଇ ଆସିଛି । ଲକ୍ଷାଧିକ ଲୋକ ଏହି ଭାଇରସର ଚାପରେ ଆସିଯାଇଛନ୍ତି ଓ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨ ଲକ୍ଷରୁ ଅଧିକ ମାମଲା ସାମନାକୁ ଆସିଛି । ଗତ ଦୁଇ ସପ୍ତାହ ହେବ ସଂକ୍ରମଣ ହାର ଦେଶରେ ଦୁଇଗୁଣ ବଢିଛି । କରୋନା ସଂକ୍ରମଣକୁ କମ କରିବା ପାଇଁ ସରକାର ଚିନ୍ତାରେ ଆସିଯାଇଛନ୍ତି ।

ଏଥିପାଇଁ ସରକାର ଜନସାଧାରଣଙ୍କ ପାଇଁ କିଛି ନୂଆ ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି । ଓଡିଶାର ୧୦ଟି ଜିଲ୍ଲାରେ ୭୯ ପ୍ରତିଶତରୁ ଅଧିକ ମାମଲା ସାମ୍ନାକୁ ଆସିଛି । ବନ୍ଧୁଗଣ କରୋନା ମହାମାରୀର ଦ୍ଵିତୀୟ ଲହରୀକୁ ନେଇ ବିଶେଷଜ୍ଞ ମାନେ କିଛି ବିଶେଷ ମତ ରଖିଛନ୍ତି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ କରୋନା ମହାମାରୀର ଦ୍ଵିତୀୟ ଲହରୀକୁ ଆଖି ଆଗରେ ରଖି ଓଡିଶା ସରକାର ସାପ୍ତାହିକ ସଟଡାଉନ କରିବାର ଘୋଷଣା କରିସାରିଛନ୍ତି ଓ ଲୋକ ମାନଙ୍କୁ ମଧ୍ୟ ଅନବରତ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତାକୁ ମାନି ଚଳିବା ପାଇଁ ନିର୍ଦେଶ ଦେଇଛନ୍ତି ।

ସେଣ୍ଟର ଫର ସେଲ୍ୟୁଲାର ଆଣ୍ଡ ମଲିକ୍ୟୁଲର ବାୟୋଲୋଜିର ନିର୍ଦେଶକ ଡାକ୍ତର ରାକେଶ ମିଶ୍ରଙ୍କ ମତରେ, ଆଗକୁ ଆସୁଥିବା ତିନି ସପ୍ତାହ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ରହିବ ତେବେ ଏହି ସମୟରେ କୋରୋନା କଟକଣା ଲୋକମାନେ ମାନିବା ନିହାତି ଦରକାର ଓ ସଚେତନ ରହିବା ନିହାତି ଆବଶ୍ୟକ। ବିଶେଷଜ୍ଞ ମାନଙ୍କ ମତରେ, ଇଟାଲୀ ଦେଶରେ କରୋନା ମହାମାରୀରେ ସଂକ୍ରମିତ ଅଧିକାଂଶ ଲୋକମାନେ ମେଡିକାଲରେ ଆକ୍ସିଜେନ ଅଭାବ ହେବା କାରଣରୁ ନିଜର ପ୍ରାଣ ହରାଇଛନ୍ତି ।

ଡାକ୍ତର ରାକେଶ ମିଶ୍ରଙ୍କ ମତରେ, ‘କରୋନାର ଦ୍ଵିତୀୟ ଲହରୀ ଆସିବା ସୁନିଶ୍ଚିତ ଥିଲା । ହେଲେ ଗତ କିଛି ମାସ ତଳେ କିଛି ବିଶେଷଜ୍ଞ ମାନେ କହିଥିଲେ ଯେ ଏହି ମହାମାରୀ ଭାଇରସ ରପ୍ରଭାବ ବର୍ତ୍ତମାନ କମ ରହିଛି କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ଶେଷ ନାହିଁ । ତେଣୁ ଆମ ମାନଙ୍କୁ ଏହି ଭଳି ଅବସ୍ଥାର ସାମ୍ନା କରିବା ପାଇଁ ଅନବରତ ପ୍ରସ୍ତୁତ ରହିବା ଉଚିତ । ୮୦ ରୁ ୯୦ ପ୍ରତିଶତ ଲୋକଙ୍କୁ ମାସ୍କ ସୁରକ୍ଷିତ ରଖିପାରିବ ତେଣୁ ସମସ୍ତ ଲୋକଙ୍କୁ ମାସ୍କର ବ୍ୟବହାର କରିବା ଉଚିତ । ଯଦି ଆମେ ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ ମାନିବା ତା ହେଲେ ଆମେ କରୋନା ମହାମାରୀର ମୁକାବାଲା କରିପାରିବା’ ।

ତେଣୁ ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭାଇରସର ମୁକବାଲା ପାଇଁ ଅନବରତ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତାକୁ ମାନି ଚଳନ୍ତୁ । ଏହା ସହିତ ସରକାରଙ୍କ ସମସ୍ତ ଗାଇଡଲାଇନର ପାଳନ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *