ବିବାହିତା ମହିଳା ଏହିପରି ଲଗେଇଲେ ସିନ୍ଦୁର ବଢିଥାଏ ସ୍ବାମୀର ଆୟୁଷ ଓ ମର୍ଯ୍ୟାଦା, ଖୁବ ଶୀଘ୍ର ସେ ହୋଇଯାଏ କୋଟିପତି

ନମସ୍କାର ବନ୍ଧୁଗଣ ହିନ୍ଦୁ ଧର୍ମ ରେ ସିନ୍ଦୂର କୁ ବହୁତ ପବିତ୍ର ଜିନିଷ ବୋଲି କୁହାଯାଏ । ବିବାହ କାର୍ଯ୍ୟ ରେ ଏହାକୁ ସର୍ବଶ୍ରେଷ୍ଠ ମର୍ଯ୍ୟାଦା ମିଳିଥାଏ । ମହିଳା ମାନଙ୍କ ମଥାରେ ଥିବା ସିନ୍ଦୂର ରୁ ହିଁ ପରିଚୟ ମିଳିଥାଏ କି ସେ ସାଧବା ବୋଲି ଅର୍ଥାତ ସେ ବିବାହିତା ବୋଲି । ଏହି ସିନ୍ଦୁର ନିଜ ସ୍ୱାମୀ ଙ୍କ ର ଲମ୍ବା ଆୟୁଷ ପାଇଁ ବିବାହିତା ମହିଳା ମାନେ ନିଜ ମଥାରେ ଲଗାଇ ଥାଆନ୍ତି । କୁହାଯାଏ କି ହନୁମାନ ମାତା ସୀତାଙ୍କୁ ପଚାରି ଥିଲେ କି ଆପଣ କାହିଁକି ସିନ୍ଦୂର ନାଇଁଛନ୍ତି ।

ସେତେବେଳେ ଉତ୍ତର ରେ ମାତା କହି ଥିଲେ କି ନିଜ ସ୍ୱାମୀ ଙ୍କର ଲମ୍ବା ଆୟୁଷ ପାଇଁ ଏହି ସିନ୍ଦୂର ମଥାରେ ଲଗାଇଥାଉ । ସେତେବେଳେ ହନୁମାନ ଏହା ଶୁଣି ନିଜ ସମ୍ପୂର୍ଣ୍ଣ ଦେହ ରେ ସିନ୍ଦୂର ଲଗେଇଲେ ଯାହା ଦ୍ୱାରା ତାଙ୍କ ସ୍ୱାମୀ ତାଙ୍କ ଗୁରୁ ଅର୍ଥାତ ଶ୍ରୀ ରାମ ଚନ୍ଦ୍ର ଙ୍କ ଆୟୁଷ ବଢିବ ବୋଲି । ଆଜି ପର୍ଯ୍ୟନ୍ତ ମଧ୍ୟ ହନୁମାନ ଙ୍କୁ ସିନ୍ଦୂର ରେ ଅଭିଷେକ କରାଯାଏ ।

ଶାସ୍ତ୍ର ଅନୁସାରେ ମାନ୍ୟତା ଅଛି କି ଯେ ଯେଉଁ ସ୍ତ୍ରୀ ନିଜ ମଥାରେ ମଝିରେ ସିନ୍ଦୂର ଲଗାଇ ଥାଏ ଏବଂ ଯେତେ ଲମ୍ବା ସିନ୍ଦୂର ଗାର ଟାଣି ଥାଏ । ତାଙ୍କ ସ୍ୱାମୀ ଙ୍କ ର ସମାଜରେ ସେତେ ସମ୍ମାନ ଏବଂ ପ୍ରତିଷ୍ଠା ପ୍ରାପ୍ତି ହୋଇଥାଏ । ତାଙ୍କ ର ରୋଜଗାର ଏବଂ ଆୟୁଷ ମଧ୍ୟ ବୃଦ୍ଧି ହୋଇଥାଏ । ତା ଛଡା ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ ଏବଂ ନିବିଡ ହୋଇଥାଏ । ଯେଉଁ ନାରୀ ମାନେ ନିଜର କର ସୁତାଣି ରେ ସିନ୍ଦୂର ଲଗେଇ ଥାଆନ୍ତି ସେମାନଙ୍କ ସମ୍ପର୍କରେ ଦୂରତା ଆସି ଥାଏ ଏବଂ ସମ୍ପର୍କରେ ଫାଟ ମଧ୍ୟ ସୃଷ୍ଟି ହୋଇ ଥାଏ ।

ଯେଉଁ ନାରୀ ମାନେ ନିଜ ମଥାରେ ଲୁଚାଇବା ଭଳି ସିନ୍ଦୂର ଲଗେଇ ଥାଆନ୍ତି । ସେମାନଙ୍କ ସ୍ୱାମୀ ଙ୍କ ପ୍ରତିଷ୍ଠା ଏବଂ ସମ୍ମାନ ରେ ଆଞ୍ଚ ଆସିଥାଏ । ବୈବାହିକ ଜୀଵନ ଦୁଃଖ ମୟ ହୋଇଥାଏ ।
ମାନ୍ୟତା ରହିଛି କି ଯଦି ସିନ୍ଦୂର ଲଗାଇଲା ବେଳେ କିଛି ସିନ୍ଦୁର ନିଜ ନାକ ଉପରେ ପଡ଼ିଯାଏ ତେବେ ଏହା ଅତ୍ୟନ୍ତ ଶୁଭ ଦାୟକ ହୋଇ ଥାଏ ଏବଂ ଆପଣଙ୍କ ସ୍ୱାମୀ ଆପଣଂକୁ ବହୁତ ଭଲ ମଧ୍ୟ ପାଇଥାନ୍ତି ।

କିଛି ଲୋକଙ୍କ ମନରେ ପ୍ରଶ୍ନ ଥାଏ କି ବଜାର ରେ ମିଳୁଥିବା ଆଧୁନିକ ଉପାୟ ରେ ଲିକୁଇଡ଼ ସିନ୍ଦୂର ଶୁଭ ହୋଇଥାଏ କିମ୍ବା ନାହିଁ । ଏହା ଶୁଭ ଥାଏ କାରଣ ସିନ୍ଦୂର ମାତ୍ରେ ହିଁ ଶୁଭ । ତେଣୁ ଏହା ବ୍ୟବହାର କଲେ କୌଣସି ଅସୁବିଧା ହୁଏ ନାହିଁ । ମହିଳା ମାନଙ୍କ ର ମାସିକ ଧର୍ମ ଚାଲୁଥିବା ସମୟରେ କେବେବି ସିନ୍ଦୁର ଲଗାଇବା ଉଚିତ ନୁହେଁ । ଯେଉଁ ନାରୀ ମାନେ ସନ୍ତାନ କୁ ଜନ୍ମ ଦେଇଥାନ୍ତି ସେମାନେ ବାର ଦିନ ପର୍ଯ୍ୟନ୍ତ ସିନ୍ଦୂର ଲଗାଇବା ଉଚିତ ନୁହେଁ ।

ଘରେ ଠାକୁର ପୂଜା କରିବା ପୂର୍ବରୁ ଏବଂ ପରେ ଆପଣ ସିନ୍ଦୂର ଲଗେଇ ପାରିବେ ଏବଂ ସର୍ଵଦା ସିନ୍ଦୂର ଲଗାଇବା ସମୟରେ ମୁଣ୍ଡ ରେ ଓଢଣା ଦେଇ ଲଗେଇବା ଉଚିତ । ଏବଂ ସିନ୍ଦୂର କୁ ନିଜ ବେକ ଏବଂ ଚୁଡି ରେ ମଧ୍ୟ ଲଗାଇବା ଉଚିତ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *