ଥଣ୍ଡା, କାଶ, ମୁଣ୍ଡ ବିନ୍ଧା ହେଉଛି କି, ସାବଧାନ ! କେମିତି ଜାଣିବେ ଏହା ସାଧାରଣ ନା କରୋନା- Dr. Saurabh Gangwar

ନମସ୍କାର ବନ୍ଧୁଗଣ ଦେଶ ରେ ଦିନ କୁ ଦିନ ଏହି ମହାମାରୀ ର ଭୟା ବହ ବଢି ଚାଲିଛି । ଦିନକୁ ଦିନ ନୂତନ କରୋନା କେଶ ବଢ଼ିବାରେ ଲାଗିଛି । ଏହା ପାଇଁ ଲୋକମାନେ ବହୁତ ଭୟବିତ

ଏବଂ ଚିନ୍ତିତ ହୋଇ ପଡୁଛନ୍ତି କିନ୍ତୁ ଭୟବିତ ନ ହୋଇ ଏବଂ ଚିନ୍ତିତ ନ ହୋଇ କିପରି ନିଜକୁ ସୁରକ୍ଷିତ କରି ପାରିବେ ଏବଂ କିପରି ସଚେତନ ରହିବେ ସେଥି ପ୍ରତି ଧ୍ୟାନ ଦେବା ଉଚିତ । ଏବଂ ଯଦି ବି ଆପଣ ଏହି କରୋନା ସଂକ୍ରମଣ ର ଶିକାର ହୋଇଛନ୍ତି ତେବେ ମଧ୍ୟ ଚିନ୍ତା ନକରି କିପରି ଏହାକୁ ଆପଣ ଭଲ କରି ପାରିବେ ସେଥି ପ୍ରତି ଧ୍ୟାନ ଦେବା ଆବଶ୍ୟକ । ତେବେ ଆଜି ଆମେ ଯଦି ଆମକୁ ସାଧାରଣ ଥଣ୍ଡା ହେଉଛି କିମ୍ବା କରୋନା ହେଉଛି ସେ ବିଷୟରେ ଆଲୋଚନା କରି ନେବା ।

ବର୍ତ୍ତମାନ ସମୟରେ ଋତୁ ପରିବର୍ତ୍ତନ ହେଉ ଥିବାରୁ ଅଧିକାଂଶ ଲୋକ ଥଣ୍ଡା,ଜ୍ଵର, କିମ୍ବା ମୁଣ୍ଡ ବିନ୍ଧା ର ଶିକାର ହେଉଥିବେ । ଏବଂ ଏବେ କା ସମୟରେ ଯେଉଁ ପରି ଭାବେ କରୋନା କେଶ ବଢ଼ିବାରେ ଲାଗିଛି ଏବଂ ସେଥିରେ ମଧ୍ୟ ଯଦି ଟିକେ ସାଧାରଣ ଜ୍ଵର କିମ୍ବା ଥଣ୍ଡା ହୁଏ ତେବେ ଲୋକ ମାନେ ଚିନ୍ତିତ ହୋଇ ପଡୁଛନ୍ତି ।

କିନ୍ତୁ ଏହାର ଲକ୍ଷଣ ବିଷୟରେ ଆଲୋଚନା କଲେ ଆମେ କରୋନା ଏବଂ ସାଧାରଣ ଥଣ୍ଡା ଜ୍ଵର ଭିତରେ ଥିବା ପାର୍ଥକ୍ୟ କୁ ଜାଣି ପାରିବା ।ଡାକ୍ତର ଙ୍କ ହିସାବରେ ଥଣ୍ଡା, ଜ୍ଵର,କାଶ ମୁଣ୍ଡ ବିନ୍ଧା କରୋନା ର ଲକ୍ଷଣ ହୋଇ ନ ଥାଏ । ଏବଂ ଋତୁ ପରିବର୍ତ୍ତନ ଯୋଗୁଁ ଏହି ପ୍ରତିକ୍ରିୟା ସମସ୍ତ ଙ୍କ ଶରୀର ରେ ଦେଖା ଯାଏ ।

ସାଧାରଣ ଜ୍ଵର,ଥଣ୍ଡା,ପ୍ରାୟତଃ ଆମକୁ ୪ ରୁ୫ ଦିନ ପର୍ଯ୍ୟନ୍ତ ରହିଥାଏ । କିନ୍ତୁ ଯଦି ଏହି ୫ ଦିନରୁ ଅଧିକ ହୁଏ ଏବଂ କୌଣସି ଔଷଧ କାମ କରୁ ନାହିଁ ତେବେ ଆପଣ ନିଶ୍ଚିତ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ ଏବଂ ନିଜର କରୋନା ଟେଷ୍ଟ କରାନ୍ତୁ ।

କରୋନା ରେ ବହୁତ ଦିନ ପର୍ଯ୍ୟନ୍ତ ମୁଣ୍ଡ ବିନ୍ଧା ହୋଇ ଥାଏ । ଏବଂ ଯଦି ଜ୍ଵର,ଥଣ୍ଡା ହୁଏ ତେବେ ନିଜ ପରିବାର ରୁ ପୃଥକ ହୋଇ ରୁହନ୍ତୁ ଏବଂ ନିଜକୁ ଆଇସୋଲେସନ କରି ରୁହନ୍ତୁ । ଏବଂ ନିଜର ଯତ୍ନ ନିଅନ୍ତୁ । କାରଣ ଏହା ଦ୍ୱାରା ହିଁ ଆପଣ ନିଜେ ସୁରକ୍ଷା ରହିବା ସହ ନିଜ ପରିବାରର ସଦସ୍ୟ ମାନେ ମଧ୍ୟ ସୁରକ୍ଷିତ ରହି ପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *