ଫେସବୁକ ପ୍ରେମ ପଡିଲା ମହଙ୍ଗା ! ଥାନାରେ ଧାରଣା ଦେଲା ସ୍ତ୍ରୀ, ଆଣିଲେ ସାଂଘାତିକ ଅଭିଯୋଗ ଶୁଣିଲେ ମୁଣ୍ଡରେ ହାତ ଦେବେ !

ବନ୍ଧୁଗଣ, ସୂଚନା ଅନୁଯାୟୀ ଫେସବୁକ ପ୍ରେମ ପଡିଗଲା ଫିକା ପ୍ରଥମେ ଫେସବୁକରୁ ଚାଟିଙ୍ଗ ହୋଇଥିଲା ଏବଂ ପ୍ରେମ ଆରମ୍ଭ ହୋଇଥିଲା । ଏହାପରେ ଉଭୟ କରିଥିଲେ ବିବାହ । ମାତ୍ର ବିବାହ କରି ମଥାରେ ସିନ୍ଦୁର ଦେବାପରେ ସବୁକିଛି ବଦଳି ଯାଇଥିଲା । ନିଜ ସ୍ତ୍ରୀ କୁ ଘରୁ କାଢିଦେଇଛନ୍ତି ସ୍ଵାମୀ । ବିବାହର ୩ ବର୍ଷ ପରେ ପ୍ରେମ କେତେ ମିଛ ଥିଲା ଏବଂ ସେମାନେ କିଭଳି ପ୍ରେମ କରୁଥିଲେ ଆଜି ତାହା ସଂପୂର୍ଣ୍ଣ ଭାବରେ ସାମ୍ନାକୁ ଆସିଯାଇଛି ।

ଫେସବୁକରୁ ପ୍ରେମ ଆରମ୍ଭ ହୋଇଥିଲା କିନ୍ତୁ ଘର ଲୋକଙ୍କ ସହମତିରେ ବିବାହ ହୋଇଥିଲା । ବର୍ତ୍ତମାନ ସ୍ତ୍ରୀ ଙ୍କୁ ମାଡଗାଳି ସହିତ ଘରୁ ବାହାରି ଯିବାକୁ ନିର୍ଯାତନା ଦେଉଛନ୍ତି ସ୍ଵାମୀ । ବର୍ତ୍ତମାନ ସ୍ତ୍ରୀ ଜଣଙ୍କ ଅଭିଯୋଗ କରି କାନ୍ଦି କାନ୍ଦି କହିଛନ୍ତି ଯେ ସେ ଛୁଆ ଙ୍କୁ ନେଇ ମନ୍ଦିର ଗଲାବେଳେ ତାଙ୍କ ସ୍ଵାମୀ ତାଙ୍କ ଛୁଆ କୁ ତାଙ୍କଠାରୁ ଛଡାଇ ନେଇଛନ୍ତି, ଏହା ପରେ ତାଙ୍କ ଶ୍ଵଶୁର ଏବଂ ତାଙ୍କ ସ୍ଵାମୀ ମିଶି ତାଙ୍କୁ ଘୋଷାଡ଼ି ନେଇ ରାସ୍ତାରେ ପି-ଇଟିଛନ୍ତି, ତାଙ୍କ ଶ୍ଵଶୁର ତାଙ୍କ ଲୁଗାପଟା ଖୋଲିଦେଇ ଇଜ୍ଜତ ନେବେ ବୋଲି ପ୍ରୟାସ କରିଥିଲେ ।

ଏହା ସହିତ କହିଥିଲେ ଯେ ଯଦି ଘର ଛାଡି ନଯିବେ ତେବେ ତାଙ୍କୁ ପେଟ୍ରୋଲ ଢାଳି ପୋ-ଓଡିଦେବେ । ଏହି ଭଳି ଭାବରେ ହଇରାଣ ହରକତ ମହିଳା ଜଣଙ୍କୁ ଆଗରୁ ଦୁଇ ରୁ ତିନିଥର କରିଛନ୍ତି ବୋଲି କହିଛନ୍ତି ମହିଳା । ଥାନାକୁ ସେ ଅନେକ ଥର ଆସି ଏହି ବାବଦରେ ଅଭିଯୋଗ ମଧ୍ୟ କରିଛନ୍ତି । କିନ୍ତୁ ଥାନା ବାଲା କହିଥିଲେ ସକାଳ ପର୍ଯ୍ୟନ୍ତ ଅପେକ୍ଷା କର ।

ମହିଳା ଜଣଙ୍କ ବର୍ତ୍ତମାନ ୩ ମାସର ପ୍ରେଗନେଣ୍ଟ ଅଛନ୍ତି ତଥାପି ତାଙ୍କୁ ରାସ୍ତା କଡରୁ ଘୋଷାଡ଼ି ଆଣି ପି-ଇଟିଛନ୍ତି, ବହୁତ ଥର ସେ କେସ ଦେଲେ ମଧ୍ୟ କୌଣସି ପ୍ରକାର ଲାଭ ହୋଇନଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଛୁଆ କୁ ସେ ନ ପାଇ ଥାନାରେ ବସିଥିଲେ । ବାପା ମା’ ଙ୍କ କଥା ନ ଶୁଣି ପ୍ରେମ କରି ବିବାହ କରିଥିଲେ ଏବଂ ପ୍ରେମିକ ପଙ୍କଜ କୁମାର ଙ୍କ ହାତ ଧରି ଭାବିଥିଲେ ଯେ ସେ ଜୀବନରେ ଶାନ୍ତିରେ ରହିବେ ।

ସ୍ଵାମୀର ପ୍ରେମ ସେ ଭରପୁର ମାତ୍ରାରେ ଦେବ କିନ୍ତୁ ତାହା ସଂପୂର୍ଣ୍ଣ ଭାବରେ ଓଲଟା ହୋଇଗଲା ।  ଶିଶୁ ପୁତ୍ରଟିଏ ଥିବାବେଳେ ୩ ମାସର ଗର୍ଭବତୀ ମଧ୍ୟ ଅଛନ୍ତି ସଙ୍ଗୀତା । ଏହି ଅବସ୍ଥାରେ ସ୍ଵାମୀ ମାନସିକ ଏବଂ ଶାରୀରିକ ଯନ୍ତ୍ରଣା ଦେଉଛନ୍ତି । ସ୍ତ୍ରୀ ଜଣଙ୍କ ନିରୂପାୟ ହୋଇ ଥାନାରେ ଦେଇଛନ୍ତି ଏତଲା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *