ଏମିତି କଣ ହେଲା କି 24 ଘଣ୍ଟା ଧରି ଏହି ଘରେ ଫଁ-ଫଁ ଗର୍ଜନ କରି ବସି ରହିଲା ଏକ ଭୟଙ୍କର ନାଗସାପ (Cobra), ଜାଣନ୍ତୁ ପୁରା ସତ !

ବନ୍ଧୁଗଣ, ସୂଚନା ଅନୁଯାୟୀ ଜୋନପୁର ନାମକ ଅଞ୍ଚଳରେ ଏକ ଘରେ ଭୟାନକ ବିଷଧର ସାପ ଦେଖିବାକୁ ମିଳିଥିଲା । ଖବର ପାଇ ସାପ ଉଧାରକାରୀ ଟିମ ଆସି ଘରେ ପହଞ୍ଚିଲେ । ପରିବାର ଲୋକଙ୍କ କହିବା ଅନୁଯାୟୀ ସେଠାରେ ଦୁଇଟି ସାପ ଦେଖିବାକୁ ମିଳିଥିଲା । ଆଖପାଖର ଲୋକେ ସାପକୁ ମାରିନଥିଲେ ବରଂ ଖବର ଦେଇ ତାକୁ ବଞ୍ଚାଇବାକୁ ଚେଷ୍ଟା ଚଳାଇଥିଲେ । ଯେଉଁଠାରେ ସାପ ଥିଲା ସେହି ଗୃହରେ ସାପର କାତି ଦେଖିବାକୁ ମିଳିଥିଲା ଅର୍ଥାତ ବହୁତ ଦିନରୁ ସେଠାରେ ସାପ ବସବାସ କରୁଥିଲେ ।

ଏହି ବିଷଧର କୋବ୍ରା କାମୁଡିଲେ ମନୁଷ୍ୟ ସିଧାସଳଖ ମୃ-ତ୍ୟୁବରଣ କରିଥାଏ । ଘରମାଲିକ ୩ ବର୍ଷ ପରେ ବମ୍ବେରୁ ଆସିଥିଲେ । ଆଉ ବମ୍ବେ ରୁ ଆସି ଦେଖିବାକୁ ପାଇଲେ ଯେ ଘରେ ଏହିଭଳି ଭାବରେ ସାପ ରହିଅଛି । ସାପ କୁ ଦେଖି ଘର ମାଲିକାଣୀ ଭୟ କରି ହାତ ଯୋଡି ପ୍ରାର୍ଥନା କରି କହିଲେ ଯେ ଏହା ଗରିବଘର ଅଟେ ତୁମେ ଏଠାରୁ ଚାଲିଯାଅ, ହଇରାଣ କରନାହିଁ ।

ଏହା କହି ସେମାନେ ଆର ଘରକୁ ଚାଲିଗଲେ କିନ୍ତୁ ସକାଳୁ ଆସି ଦେଖିଲା ବେଳକୁ ସାପଟି ସେହିଠାରେ ହିଁ ରହିଛି । ସାପଟିକୁ ଧରିଲା ବେଳକୁ ସେ ଖୁବ ଜୋରରେ ଗର୍ଜନ କରୁଥିଲା ।ଉଧାରକାରୀ ଟିମର କହିବା ଅନୁସାରେ ଏହି କୋବ୍ରା ସାପ ଯଦି ଅନ୍ୟକୁ ଦଂସନ କରେ ତେବେ ମଣିଷ ୩୦ ରୁ ୪୦ ମିନିଟ ମଧ୍ୟରେ ମୃ-ତ୍ୟୁ ବରଣ କରିଥାଏ । ଗାଁ ମାନଙ୍କରେ ସାପ କୁ କ୍ଷୀର ଚଢାନ୍ତି ।

https://www.youtube.com/watch?v=ujoE8NDufWE

କିନ୍ତୁ ସାପ ଏକ ମାଂସାହାରୀ ପ୍ରାଣୀ ଅଟେ ସେ କ୍ଷୀର ସେବନ କରିନଥାଏ । ପୌରାଣିକ ବିଶ୍ଵାସ ଅନୁଯାୟୀ ଗ୍ରାମବାସୀ ସାପ କୁ କ୍ଷୀର ଅର୍ପଣ କରିଥାନ୍ତି । ସାପ ଉଦ୍ଧାରକାରୀ ଟିମ ଗୋଟିଏ ସାପ କୁ ପ୍ରଥମେ ଉଦ୍ଧାର କରିନେଲେ କିନ୍ତୁ ଅନ୍ୟ ସାପଟି କେଉଁଠାରେ ଲୁଚି ଥିଲା ତାହା କେହି ଜାଣିନଥିଲେ । ଟିମ ଦ୍ଵିତୀୟ ସାପ କୁ ଖୋଜିବାରେ ଲାଗିଲେ ।

ପରିବାରରେ ଛୋଟ ଛୋଟ ଛୁଆ ଥିଲେ ଏଣୁ ଏହିଭଳି ନଜର ଅନ୍ଦାଜ କରିବାର ଘଟଣା ହିଁ ନଥିଲା ବୋଲି କହିଥିଲେ ଉଦ୍ଧାରକାରୀ ଟିମ । ମାତ୍ର ବହୁତ ପରିଶ୍ରମ ପରେ ମଧ୍ୟ ସାପଟି ନଜର ଆସିଲା ନାହିଁ । ଘରେ ରହିଥିବା ବିଭିନ୍ନ ସ୍ଥାନରେ ପାଣି ଭର୍ତ୍ତି କରାଗଲା ତଥାପି ସାପ ମିଳିଲା ନାହିଁ । ଏଣୁ ଏନେକ ସମୟ ଚେଷ୍ଟା କରି ଟିମ ଗୋଟିଏ ବିଷଧର କୋବ୍ରାକୁ ସାଥିରେ ନେଇ ଗଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବାରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *