ଥାନାକୁ ନ୍ୟାୟ ପାଇଁ ଆସିଥିବା ବୃଦ୍ଧଙ୍କ ଉପରେ ଖାକି ବର୍ଦ୍ଦିର ଦବଙ୍ଗଗିରୀ, ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓଟି ସାରା ଓଡିଶାରେ ଚର୍ଚାର ବିଷୟ ପାଲଟିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ । ବନ୍ଧୁଗଣ ଏହି ଭିଡିଓରେ ନ୍ୟାୟ ଦୁଆରେ ଅନ୍ୟାୟର ଦୃଶ୍ୟ ଦେଖିବାକୁ ମିଳିଛି ।

ପୋଲିସ ଥାନାକୁ ନ୍ୟାୟ ପାଇଁ ଆସିଥିବା ସାହି ମୁଖିଆଙ୍କ ଉପରେ ଖାକୀ ବର୍ଦିର ଦବଙ୍ଗ ଗିରି । ଭାଇରାଲ ହେଉଥିବା ଭିଡିଓରେ ସାହି ମୁଖିଆଙ୍କୁ ଥାନା ଭିତରେ ମାଡ ମାରୁଛନ୍ତି ପୋଲିସ ବାବୁ । ଖାକୀ ବର୍ଦିର ଦମ୍ ରେ ଠେଲା ପେଲା କରିବା ସହିତ ମାଡ ମାରୁଛନ୍ତି ସାହି ମୁଖିଆଙ୍କୁ ।

ଅନ୍ୟର ସମସ୍ୟାକୁ ସମାଧାନ କରିବାକୁ ଆସିଥିବା ସାହି ମୁଖିଆଙ୍କୁ ଥାନା ଭିତରେ ମାଡ ମାରିଲେ ପୋଲିସ ବାବୁ । ବନ୍ଧୁଗଣ ଏହି ଘଟଣାଟି ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନାରେ । ନ୍ୟାୟ ପାଇଁ ଥାନାକୁ ଆସିଥିବା ସାହି ମୁଖିଆଙ୍କୁ ଥାନା ଭିତରେ ପୋଲିସ ମାଡ ମରିଥିବା ହୋଇଛି ଅଭିଯୋଗ । ଥାନା ଭିତରେ ମାଡ ମାରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନା ଅନୁଯାଇ ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ମଧୁପୁରା ପଞ୍ଚାୟତର ସୁବର୍ଣ୍ଣ ମୁର୍ମୁଙ୍କର ଏକ ହଂସ ଦେଉଳା ଗାଁର ଗାଲ ମୁର୍ମୁଙ୍କ ବିଲରେ ଚରୁ ଥିବା ବେଳେ କୌଣସି କାରଣ ବଶତଃ ମରିଯାଇଥିଲା । ତେବେ ହଂସଟିକୁ ବିଶ ଦେଇ ମାରିଥିବା ଅଭିଯୋଗ କରି ସୁବର୍ଣ୍ଣ ମୁର୍ମୁ ଏବଂ ତାଙ୍କ ସ୍ତ୍ରୀ ଉଭୟ ଗାଲ ମୁର୍ମୁଙ୍କ ଘରେ ପହଞ୍ଚି ତାଙ୍କୁ ଏବଂ ତାଙ୍କ ପୁଅଙ୍କୁ ମାଡ ମାରିଥିଲେ ।

କିନ୍ତୁ ବିନା କୌଣସି କାରଣରୁ ମାଡ ମାରିଥିବାରୁ ଗତ ୧୮ ତାରିଖରେ ଗାଲ ମୁର୍ମୁ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନା ପକ୍ଷରୁ ଘଟଣାର ଆପଶ ସମାଧାନ ପାଇଁ ଉଭୟ ପକ୍ଷଙ୍କୁ ଡକା ଯାଇଥିଲା । ମାତ୍ର ସୁବର୍ଣ୍ଣ ମୁର୍ମୁଙ୍କ ପକ୍ଷରୁ କେହି ଜଣେ ବି ହେଲେ ଥାନାକୁ ନଆସିବାରୁ ଗାଲ ମୁର୍ମୁ ଏବଂ ତାଙ୍କ ସାହି ବାସିନ୍ଧା ମାନେ ନ୍ୟାୟ ପାଇଁ ଜିଦ ଧରିଥିଲେ ।


କିନ୍ତୁ ବାଲିଆପାଳ ପୋଲିସ ନ୍ୟାୟ ଦେବା ପରିବର୍ତ୍ତେ ଗାଲ ମୁର୍ମୁଙ୍କ ସାଥିରେ ଆସିଥିବା ସାହି ମୁଖିଆଙ୍କୁ ଥାନା ଭିତରେ ପୁରାଇ ମାଡ ମାରିଥିଲେ । ଆଉ ଏହି ମାଡ ମାରିବାର ଚିତ୍ର ଏବେ ମୋବାଇଲରେ କଏଦ ହୋଇଯାଇଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *