ବନ୍ଦ ଘରୁ ମିଳିଲା ଯୁବକଙ୍କ ମୃତଦେହ, ଗୁଡ଼ାଇ ହୋଇ ରହିଥିଲେ 125 ସାପ, ଦେଖନ୍ତୁ କଣ ଥିଲା ରହସ୍ୟ !

ବର୍ତ୍ତମାନର ଡିଜିଟାଲ ଦୁନିଆରେ ଲୋକମାନେ ସୋସିଆଲ ମିଡିଆର ଭରପୁର ବ୍ୟବହାର କରୁଛନ୍ତି । ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକ ଲୋକମାନେ ଯେକୌଣସି ସ୍ଥାନରେ ରହି ଦେଖୁ ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ସମସ୍ତ ସ୍ଥାନରେ ଏହି ଖବରକୁ ନେଇ ଚର୍ଚା ଜୋର ସୋର ଧରିଛି । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏକ ବନ୍ଦ ଘରୁ ମିଳିଛି ଏକ ଯୁବକଙ୍କ ମୃତ ଦେହ ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ ଗୁଡାଇ ହୋଇ ରହିଥିଲା ୧୨୫ ସାପ ।

ଆପଣ ମାନଙ୍କୁ ନିଶ୍ଚୟ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିବ ହେଲେ ଏହା ସତ । ଆମେରିକାରେ ଜଣେ ଯୁବକଙ୍କ ମୃତଦେହ ପାଖରୁ ୧୨୫ଟି ସାପ ଉଦ୍ଧାର କରିଛି ପୁଲିସ । ୧୨୫ଟି ସାପ ମଧ୍ୟରୁ କିଛି ବିଷାକ୍ତ ସାପ ଥିବା ବେଳେ କିଛି ସାପ ବିଷାକ୍ତ ନଥିବା ଜଣାପଡ଼ିଛି ।ମିଡିଆ ରିପୋର୍ଟସ ଅନୁସାରେ, ମୃତ ଯୁବକଙ୍କ ପଡୋଶୀ ଯୁବକଙ୍କୁ ତାଙ୍କ ଘର ବାହାରେ ନଦେଖିବାରୁ ସେ ପୋଲିସକୁ ଏନେଇ ସୂଚନା ଦେଇଥିଲେ ।

ପୋଲିସ ସୂଚନା ପାଇବା ମାତ୍ରେ ଘଟଣା ସ୍ଥଳରେ ପହଞ୍ଚି ଥିଲା ହେଲେ ବନ୍ଧୁଗଣ ଯୁବକଙ୍କ ଘର କବାଟ ଭିତରୁ ବନ୍ଦ ଥିଲା । ଏହା ପରେ ପୋଲିସ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲା । ଯୁବକଙ୍କ ମୃତ ଶରୀର ତଳେ ପଡିଥିଲା । ମୃତଦେହ ଉପ‌ରେ ସାପ ଗୁଡ଼ାଇ ହୋଇ ରହିଥିବା ଦେଖି ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ପ‌ରେ ମୃତଦେହ ଓ ସାପକୁ ଉଦ୍ଧାର କରାଯିବା ପରେ ଘର ଭିତରୁ ୧୨୫ଟି ସାପ ବାହାରିଥିଲେ ।

ପୋଲିସ ମତରେ ସାପ ଭିତରେ ୧୪ଫୁଟର ଅଜଗର ସାପ ମଧ୍ୟ ଥିଲା । ତେବେ ଯୁବକଙ୍କୁ ହତୟା କରାଯାଇଛି କି ସାପ କମୁଡ଼ିବା ପରେ ଯୁବକଙ୍କ ମୃତ୍ୟୁ ହୋଇଛି, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମନରେ ସାପକୁ ନେଇ ଭୟ ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ଖବରଟି ବହୁତ ଚର୍ଚାରେ ଅଛି ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *