Odisha Panchayat Polls: ଗୋଟିଏ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଉଭୟ ସ୍ଵାମୀ-ସ୍ତ୍ରୀ, ଏବେ କେଉଁ ମୋଡ ନେବ ଏହି ନିର୍ବାଚନ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଗୋଟିଏ ସରପଞ୍ଚ ପଦବୀ ଏବଂ ନାମ ଦାଖଲ କରିଛନ୍ତି ଉଭୟ ସ୍ଵାମୀ ଓ ସ୍ତ୍ରୀ । କାଳେ ପ୍ରାର୍ଥୀ ପତ୍ର ଯାଞ୍ଚ ବେଳେ ନାକଚ ହୋଇଯିବ ସେଥିପାଇଁ ଉଭୟ ସ୍ତ୍ରୀ ଏବଂ ସ୍ୱାମୀ ସରପଞ୍ଚ ପଦବୀ ଲାଗି କରିଛନ୍ତି ନାମଙ୍କନ । ଏଭଳି ଦେଖିବାକୁ ମିଳିଛି କଟକ ଜିଲ୍ଲା ର ଟାଙ୍ଗି-ଚୌଦ୍ୱାର ବ୍ଲକ ର ଭଟିମୁଣ୍ଡା ପଞ୍ଚାୟତ ରେ । ଏଠାରେ ସ୍ତ୍ରୀ ସସ୍ମିତା ସାହୁ ଏବଂ ତାପସ ସାହୁ ପ୍ରାର୍ଥୀ ଲାଗି ନାମଙ୍କନ ପତ୍ର ଦାଖଲ କରିଛନ୍ତି ।

ଏହାକୁ ନେଇ ପଞ୍ଚାୟତ ରେ ନାନା ପ୍ରକାର ଆଲୋଚନା ହେଉଛି । ଗତ ନିର୍ବାଚନ ରେ ସସ୍ମିତା ସାହୁ କଟକ ଚୌଦ୍ୱାର ର ୧୩ ନମ୍ବର ଜୋନ ରେ ଜିଲ୍ଲା ପରିଷଦ ଭାବରେ ନିର୍ବାଚିତ ହୋଇଥିଲେ । ହେଲେ ଚଳିତ ଥର ସ୍ୱାମୀ ଙ୍କୁ ସୁରକ୍ଷା ଦେବା ଲାଗି ସେ ସରପଞ୍ଚ ପଦବୀ ଲାଗି ନାମଙ୍କନ ଦାଖଲ କରିଛନ୍ତି । ତେବେ ଉଭୟ ଙ୍କ ପ୍ରାର୍ଥୀ ପତ୍ର କାୟମ ରହିବା ପରେ ଏବେ ସ୍ତ୍ରୀ ସସ୍ମିତା ସାହୁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବେ ବୋଲି କହିଛନ୍ତି ।

ସେପଟେ ଏହି ପଞ୍ଚାୟତ ଲାଗି ସାତ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଅଞ୍ଚଳ ର ଉନ୍ନତି ଲାଗି କୌଣସି ପ୍ରାର୍ଥୀ ପଦକ୍ଷେପ ନେଉ ନଥିବା କହିଛନ୍ତି ଭୋଟର । ଏହି ସମ୍ବନ୍ଧରେ ଯେତେ ବେଳେ ସସ୍ମିତା ସାହୁ ଙ୍କୁ ପଚରା ଯାଇଥିଲା ସେ କହିଥିଲେ ଯେ, ଭବିଷ୍ୟତ ରେ କୌଣସି ସମସ୍ୟା ହେବ ବୋଲି ସନ୍ଦେହ ହେବାରୁ ସେ ପ୍ରାର୍ଥୀ ପଦବୀ ରୁ ଓହରି ଯାଇଛନ୍ତି । ସେ ଗ୍ରାମ ରେ ବୋଲି ଅନେକ କିଛି କାମ କରିଛନ୍ତି ବୋଲି ମଧ୍ୟ ସେ କହିଛନ୍ତି ।

ଲୋକ ମାନଙ୍କ ଅସନ୍ତୁଷ୍ଟତା କାରଣରୁ ସେ ସରପଞ୍ଚ ପଦବୀ ପାଇଁ ଆଗେଇ ଆସିଥିଲେ ଗ୍ରାମ ର ଉନ୍ନତି କରିବା ନିମନ୍ତେ । ଏହା ସହିତ ତାଙ୍କ ସ୍ୱାମୀ ତାପସ ସାହୁ କହିଛନ୍ତି ଯେ, ଉଭୟ ସ୍ୱାମୀ ଓ ସ୍ତ୍ରୀ ନାମାଙ୍କନ କରିବାର ଅନ୍ୟ କୌଣସି ପ୍ରକାର ଅର୍ଥ ରହିନାହିଁ । ଉଭୟ ଏକାଠି ଅଛନ୍ତି ଏବଂ ଦୀର୍ଘ ପାଞ୍ଚ ବର୍ଷ ଧରି ଏକାଠି ଜିଲ୍ଲା ପରିଷଦ ରେ ଲଢ଼ିଥିଲେ ମଧ୍ୟ । ଗ୍ରାମର ଉନ୍ନତି ନିମନ୍ତେ ସେ ଏଭଳି ପଦକ୍ଷେପ ନେଇଥିଲେ ।

ଭଟିମୁଣ୍ଡା ର ଜଣେ ବାସିନ୍ଦା ଶଙ୍କର୍ଷଣ ସାହୁ ଏହି ସମ୍ବନ୍ଧରେ ନିଜ ମତ ରଖିଛନ୍ତି ଯେ, ସେ ଏଭଳି ପ୍ରଥମ ଥର ପାଇଁ ଦେଖୁଛନ୍ତି ଯେ, ଗୋଟିଏ ଘରୁ ଦୁଇ ଜଣ ସଦସ୍ୟ ପ୍ରାର୍ଥୀ ଭାବରେ ନାମାଙ୍କନ କରିଛନ୍ତି । ଏହି ଖବର ପ୍ରକାଶ ପାଇବା ପରେ ଲୋକମାନେ ମଧ୍ୟ ନିଜର ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *