ଠାକୁର ଘରେ କେଉଁ ଦିଗକୁ ଠାକୁର ରହିଲେ ହୋଇଥାଏ ଶୁଭ ! ଜାଣନ୍ତୁ ପୂଜା ଘର ସହ ଜଡିତ କିଛି ଗୁରୁତ୍ଵପୂର୍ଣ୍ଣ ଟିପ୍ସ ! Vastu tips

ପ୍ରତ୍ଯେକ ଲୋକଙ୍କ ଘରେ ଠାକୁର ପୂଜା ପାଇଁ ସ୍ଵତନ୍ତ୍ର ଠାକୁର ଘରଟେ ମଧ୍ୟ ରହିଥାଏ । ଯେଉଁଠାରେ ପ୍ରତିଦିନ ଘରର ସଦସ୍ୟ ପୂଜାଅର୍ଚନା କରିବା ସହ ଭଗବାନଙ୍କର ଆରାଧନା କରିଥାନ୍ତି । ତେବେ ଠାକୁର ଘର ସହ ଜଡିତ କିଛି ବହୁତ ମହତ୍ଵପୂର୍ଣ୍ଣ କଥା ସମ୍ପର୍କରେ ଆଜି ଆପଣଙ୍କୁ କହିବୁ । ବାସ୍ତୁ ଅନୁସାରେ ଠାକୁର ଘର କେଉଁଠାରେ ରହିବା ସହ ଅନେକ କିଛି ମହତ୍ଵପୂର୍ଣ୍ଣ ତଥ୍ୟ ଆଜି ଜାଣିବାକୁ ପାଇବେ ।

1- ଠାକୁର ଘର ଉତ୍ତରପୂର୍ବ ଦିଗ ଅର୍ଥାତ ଐଶାନ୍ୟ କୋଣରେ ରଖିବା ଉଚିତ । ଶୋଇବା ଘରେ ପୂଜା କରିବା ଅନୁଚିତ । ଯଦି ଠାକୁର ଘର ପାଇଁ ସ୍ଵତନ୍ତ୍ର ସ୍ଥାନ ନଥାଏ । ତେବେ ଠାକୁର ରଖିବା ପାଇଁ ଏକ ସ୍ଵତନ୍ତ୍ର ଆସ୍ଥାନ କରିବା ସହ ପୂଜା ସରିବା ପରେ ସେଥିରେ ପରଦା ପକାଇ ଦିଅନ୍ତୁ । 2- ଠାକୁର ଘରର କବାଟ ଓ ଝରକା ଆଦି ଉତ୍ତର ବା ପୂର୍ବ ଦିଗକୁ ରଖାଯାଇପାରେ । ପୂଜା ଘରର କବାଟ ଏକଫାଳିଆ ନହୋଇ ଦୁଇ ପଟିଆ ହେବ ଉଚିତ । ଏହା ଲୁହା, ଟିଣ ବା ଗ୍ରୀଲର ନହେବ ଦରକାର । ପୂଜା ଘରର ବନ୍ଧ 4 କାଠ ହେବା ଉଚିତ ।

3- ଠାକୁର ଘରେ ମୂର୍ତ୍ତି ପୂଜା ନକରି ଫୋଟ ପୂଜା କରିବା ଉଚିତ । ଯଦି କୌଣସି ଠାକୁରଙ୍କର ମୂର୍ତ୍ତି ପୂଜା କରୁଥାନ୍ତି । ତେବେ ମୂର୍ତ୍ତିର ଉଚ୍ଚତା 6 ଆଙ୍ଗୁଳିରୁ ଛୋଟ ହେବା ହିଁ ଭଲ ହୋଇଥାଏ । ଘରେ ମା’ କାଳୀ, ହନୁମାନ, ଶିବ, ନୃସିଂହ ମୂର୍ତ୍ତି ନିଷିଦ୍ଧ ଅଟେ ।

4- ଠାକୁର ଫୋଟ ବା ମୂର୍ତ୍ତିକୁ କାନ୍ଥକୁ ଲଗାଇ କି ଟାଙ୍ଗିକି ରଖିବା ଉଚିତ ନୁହେଁ । ଏଥିପାଇଁ ଠାକୁରଙ୍କର ଏକ ଆସ୍ଥାନ କରାଯିବା ଉଚିତ । ଠାକୁର ଘରର କବାଟ ସିଧା ବା ଠିକ ସାମ୍ନାରେ ଠାକୁର ରଖିବା ଅନୁଚିତ । 5- ଠାକୁର ଘରେ ଠାକୁରଙ୍କ ଫୋଟ ବ ମୂର୍ତ୍ତିକୁ ପଶ୍ଚିମ ମୁହାଁ କରି ରଖାଯିବା ଉଚିତ । ଘରେ ପୂଜା କରିବା ସମୟରେ ବ୍ୟକ୍ତିର ଡାହାଣ ପାଖରେ ଠାକୁରଙ୍କୁ ରଖି ଉତ୍ତରକୁ ମୁହଁ କରି ପୂଜା କରାଯାଏ ।

6- ପୂଜା ଘରର ଛାତ ପିରାମିଡ ପରି ହେଲେ ଭଲ ହୋଇଥାଏ । ଭୂତଳ କୋଠରୀରେ ଠାକୁର ଘର କରିବା ନିଷେଦ୍ଧ ଅଟେ । 7- ପୂଜା ଘରେ ଟଙ୍କା ରଖିବା ଅନୁଚିତ ଅଟେ । ହେଲେ ମାନସିକ କରାଯାଇଥିବା ଟଙ୍କାକୁ ରଖାଯାଇପାରେ ।

8- ଠାକୁର ଘରକୁ ଲାଗି କିମ୍ବା ଏହାର ଉପର ମହଲାରେ ବା ତଳେ ରୋଷେଇ ଘର, ପାଇଖାନା, ଶିଡିଘାର କରିବା ନିଷେଧ ଅଟେ । ତେବେ ଉପୋରୋକ୍ତ ନିୟମର ପାଳନ କରି ଠାକୁର ଘର କରିବା ଉଚିତ ହୋଇଥାଏ । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *