ଠାକୁର ଘରେ ଏମିତି କେଉଁ 8ଟି ଜିନିଷ ରଖିଲେ ଗୃହରେ ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଇଥାଏ…?

ଆମେ ମାନେ ସମସ୍ତେ ପ୍ରତେକ ଦିନ ଠାକୁର ପୂଜା କରିଥାଉ । ଏହା ଦ୍ଵାରା ମନକୁ ଶାନ୍ତି ଓ ଶୁଦ୍ଧତା ମିଳିଥାଏ । ପୂର୍ବ କାଳରେ ମୁନି ରୁଷି ମାନେ ଯଜ୍ଞ ମାଧ୍ୟମରେ ଭଗବାନଙ୍କୁ ଆରାଧନା କରୁଥିଲେ । ବର୍ତ୍ତମାନ ସମୟରେ ଆମେ ମାନେ ବିଭିନ୍ନ ପ୍ରକାରର ଠାକୁର ଙ୍କ ମୂର୍ତ୍ତି ବା ଫୋଟୋ ରଖିକି ପୂଜା କରୁଛୁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ଇଶାନ କୋଣରେ ଠାକୁର ଘର ରହିବା ଉଚିତ ହୋଇଥାଏ । ଏହା ହେଉଛି ଠାକୁର ଙ୍କ ସ୍ଥାନ । ଏହା କରିବା ଦ୍ଵାରା ଘରର ସମୃଦ୍ଧି, ସୁଖ ଶାନ୍ତି ଆସିଥାଏ । ଆଜି ଆମେ ଜାଣିବା କେଉଁ 8ଟି ଜିନିଷ ଠାକୁର ଘରେ ରଖିଲେ ଧନ ସମ୍ପତି ବଢିଥାଏ ।

1- ପଞ୍ଚାମୃତ : ଠାକୁର ଘରେ ନିହାତି ପଞ୍ଚାମୃତ ରଖିବା ଉଚିତ । ଏହା କ୍ଷୀର, ଦହି, ମହୁ, ମିଶ୍ରି, ଘିଅ ର ମିଶ୍ରଣରୁ ପ୍ରସ୍ତୁତ ହୋଇଥାଏ ଯାହାକୁ ପଞ୍ଚାମୃତ କୁହା ଯାଇଥାଏ । ଏହି ପଞ୍ଚାମୃତ ରେ ରୋଗ ନିବାରଣ ଶକ୍ତି ରହିଥାଏ ।

2- ଚନ୍ଦନ : ଚନ୍ଦନ ଶାନ୍ତି ଓ ଶୀତଳତା ର ପ୍ରତୀକ ହୋଇଥାଏ । ଠାକୁର ଘରେ ଏହା ରଖିବା ଦ୍ଵାରା ଏହାର ବାସ୍ନାରେ ନେଗେଟିଭ ଶାନ୍ତି ନାସ ହୋଇଥାଏ । ଏହା ସହ ଚନ୍ଦନ ଟୀକା ମଥାରେ ଲଗାଇବା ଉଚିତ ।

3- ଅରୁଆ ଚାଉଳ : ଅରୁଆ ଚାଉଳ ଯାହା ଭାଙ୍ଗି ନ ଥିବ ତାହାକୁ ଅକ୍ଷତ କୁହାଯାଏ । ଏହାକୁ ଠାକୁର ଘରେ ରଖିବା ଉଚିତ । ଅରୁଆ ଚାଉଳ ଭଗବାନଙ୍କୁ ଅର୍ପଣ କରିବା ଶୁଭ ବୋଲି ମାନାଯାଏ ।

4- ଫୁଲ ; ଫୁଲ ହେଉଛି ସୁନ୍ଦରତା ର ପ୍ରତୀକ । ଭଗବାନଙ୍କୁ ପ୍ରତେକ ଦିନ ଫୁଲ ଅର୍ପଣ କରିବା ଦ୍ଵାରା ମନରେ ଭଲ ଭାବନା ଆସିଥାଏ ।

5- ମିଠା : ଭଗବାନଙ୍କୁ ପ୍ରତେକ ଦିନ ମିଠା ଅର୍ପଣ କରିବା ଉଚିତ । ମିଠା ଚଢାଇବା ଦ୍ଵାରା ଜୀବନରେ ମଧୁରତା, ସୋମ୍ୟତା ପ୍ରାପ୍ତ ହୋଇଥାଏ ।

6- ଦୀପ : ଠାକୁରଙ୍କ ପାଖରେ ଦୀପ ଜାଳିବାର ଅର୍ଥ ଅନ୍ଧକାର କୁ ଦୂର କରି ଆଲୋକିତ ପ୍ରକାଶ କରିବାକୁ ଭଗବାନଙ୍କ ଠାରେ ପ୍ରାର୍ଥନା କରିବା । ଏଣୁ ଠାକୁର ଘରେ ନିହାତି ଦୀପ ରଖିବା ଓ ପ୍ରତେକ ଦିନ ଜାଳିବା ଉଚିତ ।

7- ସିନ୍ଦୁର : ସିନ୍ଦୁର ରଙ୍ଗର ପ୍ରତୀକ ଅଟେ । ଏହା ଆମ ବେରଙ୍ଗ ଜୀବନରେ ରଙ୍ଗ ଭରିବାର କାମ କରିଥାଏ । ଏହା ସହ ପ୍ରତେକ ଦିନ ଠାକୁର ଙ୍କ ଫୋଟୋ ବା ମୂର୍ତ୍ତି ରେ ସିନ୍ଦୁର ଲାଗି କରିବା ଉଚିତ ।

8- ଘଣ୍ଟି : ହିନ୍ଦୁ ଧର୍ମ ଅନୁଯାୟୀ ଘଣ୍ଟି ର ବିଶେଷ ଶୁଭ ହୋଇଥାଏ । ଏଣୁ ଠାକୁର ଘରେ ଘଣ୍ଟି ବଜାଇବା ଦ୍ଵାରା ବାତାବରଣ ପବିତ୍ର ଓ ଶୁଦ୍ଧ ହୋଇଥାଏ ।

ଏହା ଥିଲା ସେହି 8ଟି ଜିନିଷ ଯାହାକୁ ଠାକୁର ଘରେ ରଖିଲେ ଘରେ ସୁଖ ସମୃଦ୍ଧି ଓ ଧନ ସମ୍ପତି ବୃଦ୍ଧି ହୋଇଥାଏ ।   ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *