କରୋନା ସଂକ୍ରମିତଙ୍କୁ ଘରେ ପହଞ୍ଚାଇ ଥିବା ଟ୍ୟାକ୍ସି ଚାଳକ ପରିବାର ସହିତ ହସ୍ପିଟାଲରେ ଭର୍ତ୍ତି

ବିହାରରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଲଖନୌ ଏୟାରପୋର୍ଟରୁ ସୀୱାନ ପର୍ଯ୍ୟନ୍ତ ପହଞ୍ଚାଇଥିବା ଗାଡି ଚାଳକକୁ ସ୍ୱାସ୍ଥ୍ୟ ବିଭାଗ ଟିମ ଖୋଜି ବାହାର କରିଛନ୍ତି । ସଂକ୍ରମଣର ଆଶଙ୍କାରେ ଟ୍ୟାକ୍ସି ଚାଳକ ସମେତ ତାହାର ସବୁ ପରିବାରର ସଦସ୍ୟକୁ ଜିଲ୍ଲା ହସ୍ପିଟାଲର ଡାକ୍ତରମାନଙ୍କ ଦେଖାଶୁଣାରେ ରଖା ଯାଇଛି । ଡ଼ିଏମ କାର ଚାଳକର ଗ୍ରାମର ସୀମାକୁ ବି ସିଲ କରି ଦେଇଛନ୍ତି ଓ ଗ୍ରାମ ବାହାରେ ପୋଲିସକୁ ବି ଛିଡା କରି ଦେଇଛନ୍ତି ।

ରାନୀଗଂଜ ଥାନା କ୍ଷେତ୍ରର ଥରିୟାରେ ରହୁଥିବା ଏହି ବ୍ୟକ୍ତି ଜଣକ ଲଖନୌରେ ଟ୍ୟାକ୍ସି ଚଳାଏ । ଦଶ ଦିନ ପୂର୍ବେ ହିଁ ସେ ନିଜ ଟ୍ୟାକ୍ସିରେ ଚାରି ଜଣ ଲୋକଙ୍କୁ ବିହାର ପ୍ରାନ୍ତ ସୀଵାନ ରେ ଛାଡି ଘରକୁ ଫେରି ଆସିଥିଲା । ଏହା ପରେ କିଛି ଦିନ ମଧ୍ୟରେ ହିଁ ସୀଵାନ ପହଞ୍ଚିଥିବା ସେହି ବ୍ୟକ୍ତିକୁ କରୋନା ହୋଇଗଲା । ଏହା ପରେ ଗ୍ରାମରୁ ବାହାରକୁ ଯାଇଥିବା ଲୋକମାନଙ୍କୁ ଖୋଜିବା ମଧ୍ୟରେ ଏହି ଟ୍ୟାକ୍ସି ଚାକଳ ବିଷୟରେ ବି ସୂଚନା ମିଳିଲା । ଏହା ପରେ ସୋମବାର ରାତିରେ ହିଁ ସ୍ୱାସ୍ଥ୍ୟ ବିଭାଗର ଟିମ ପୋଲିସ ସହିତ ତାହାର ଗ୍ରାମରେ ପହଞ୍ଚିଗଲେ ।

ଏହା ପରେ ଟ୍ୟାକ୍ସି ଚାଳକ ତାହାର ପୁଅ ଓ ପରିବାର ର ସବୁ ସଦସ୍ୟକୁ ଜିଲ୍ଲା ହସ୍ପିଟାଲ କରୋନା ସେଣ୍ଟର ନେଇଗଲେ । ସମସ୍ତଙ୍କ ନମୁନାକୁ ଯାଞ୍ଚ ପାଇଁ ଲଖନୌ ପଠାଇ ଦିଆଯାଇଛି । ଟ୍ୟାକ୍ସି ଚାଳକ କେଉଁ କେଉଁ ସ୍ଥାନକୁ ଯାଇଥିଲା ଓ କେଉଁ କେଉଁ ଲୋକମାନଙ୍କ ସହ ମିଶିଛି, ସ୍ୱାସ୍ଥ୍ୟ ବିଭାଗ ଏହି ସମସ୍ତ କଥାର ବି ସୂଚନା ହାସଲ କରୁଛି । ମମାଲାକୁ ଗମ୍ଭୀରତାର ସହ ନେଇ ଜିଲ୍ଲାଧିକାରୀ ଡା. ରୂପେଶ କୁମାର, ପୋଲିସ ଅଧିକ୍ଷକ ଅଭିଷେକ ସିଂହ ଓ ସିଏମଓ ଡା. ଅରବିନ୍ଦ ଶ୍ରୀବାସ୍ତବ ସେହି ଗ୍ରାମରେ ପହଞ୍ଚିଲେ ।

ଟ୍ୟାକ୍ସି ଚାଳକ ଘର ଓ ଆଖପାଖରେ ରହୁଥିବା ଅଞ୍ଚଳକୁ ସ୍ୟାନିଟାଇଜ କରା ଯାଉଛି । ଡ଼ିଏମଓ ପୁରା ଗ୍ରାମର ସୀମାକୁ ସିଲ କରିବା ପାଇଁ ବି ଆଦେଶ ଦେଇଛନ୍ତି । ତହସୀଲଦାର ଶ୍ରଦ୍ଧା ପାଂଡେୟ ଓ ସୀଓ ରାନୀଗଂଜ ଡା. ଅତୁଲ ଅଂଜାନଙ୍କୁ ଗ୍ରାମରେ ନଜର ରଖିବା ପାଇଁ ବି କୁହାଯାଇଛି ।

ମୁଖ୍ୟ ଚିକିତ୍ସାଧିକାରୀ ଡା. ଅରବିନ୍ଦ ଶ୍ରୀବାସ୍ତବ କହିଲେ କି ଟ୍ୟାକ୍ସି ଚାଳକ ଓ ତାହାର ପୁଅ ଓ ପରିବାର ଅନ୍ୟ ସଦସ୍ୟଙ୍କୁ ଜିଲ୍ଲା ହସ୍ପିଟାଲର କରୋନା କଲେକ୍ସନ ସେଣ୍ଟରରେ ଡାକ୍ତରଙ୍କ ଦେଖାଶୁଣାରେ ରଖା ଯାଇଛି । ସେମାନଙ୍କ ମଧ୍ୟରେ କୌଣସି ବି ଲକ୍ଷଣ ନଜର ଆସୁ ନାହିଁ । କିନ୍ତୁ ସେମାନଙ୍କ ସାମ୍ପଲ ଲଖନୌ ପଠାଇ ଦିଆ ଯାଇଛି । ସେଠାରୁ ରିପୋର୍ଟ ଆସିବା ପରେ କିଛି କୁହାଯାଇ ପାରିବ ।

Leave a Reply

Your email address will not be published. Required fields are marked *