ପିଏମ କିଷାନ ସମ୍ମାନ ନିଧି ସ୍କିମ, ୮୦ ଲକ୍ଷ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପଠାଗଲା ୨ – ୨ ହଜାର ଟଙ୍କା

ମୋଦୀ ସରକାର କରୋନା ସଂକ୍ରମଣର ସଙ୍କଟ ମଧ୍ୟରେ ଚାଷୀମାନଙ୍କ ଜୀବନକୁ ସୁଧାରିବା ପାଇଁ ତାଙ୍କ ଆକାଉଣ୍ଟରେ ଏହି ସପ୍ତାହରେ ୨ – ୨ ହଜାର ଟଙ୍କା ପଠାଇବାର ନିଷ୍ପତି ନେଇଥିଲେ । ସରକାର ଦେଶର ୮୦ ଲକ୍ଷ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨–୨ ହାଜାର ଟଙ୍କା ପଠାଇ ସାରିଛନ୍ତି । ଏହି ଟଙ୍କା ପ୍ରଧାନମନ୍ତ୍ରୀ ଚାଷୀ ସମ୍ମାନ ନିଧି (Pradhan Mantri Kisan Samman Nidhi Scheme) ଯୋଜନା ଅନୁସାରେ ରେଜିସ୍ଟର୍ଡ ଚାଷୀମାନଙ୍କୁ ପଠାଇ ଦିଆ ଯାଇଛି । ଏହା ପରେ ଜଲ୍ଦି ହିଁ ୯ କୋଟି ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ବି ଟଙ୍କା ଟ୍ରାନ୍ସଫର କରି ଦିଆଯିବ ।

କେନ୍ଦ୍ରୀୟ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ୮୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ପଠାଇବାର କଥାକୁ ପୃଷ୍ଟି କରିଛନ୍ତି । ସେ କହିଲେ କି ଗରିବ ଚାଷୀମାନଙ୍କ ଉପରେ ଅଧିକ ପ୍ରଭାବ ନ ପଡୁ ସେଥିପାଇଁ ସରକାର ଏହିଭଳି ବଡ ଆର୍ଥିକ ପ୍ୟାକେଜର ଘୋଷଣା କରିଛନ୍ତି । ସେ କହିଲେ କି ଡାୟରେକ୍ଟ ବେନିଫଟ ଟ୍ରାଂସଫର (DBT) ମାଧ୍ୟମରେ ୧୬୦୦୦ କୋଟି ଟଙ୍କା ଗୋଟିଏ ଦିନରେ ହିଁ ଟ୍ରାନ୍ସଫର କରି ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ଚାଷୀ ସମ୍ମାନ ନିଧି ଅନୁସାରେ ଦେଶରେ ପାଖପାଖି ୯ କୋଟି ଚାଷୀ ରେଜିସ୍ଟର୍ଡ ହୋଇସାରିଛନ୍ତି । ଏମିତିରେ ଏହି ପରିବାରଙ୍କୁ ସିଧା ୧୮ ହଜାର କୋଟି ଟଙ୍କାର ସାହାର୍ଯ୍ୟ ଏହି ସପ୍ତାହରେ ମିଳିପାରେ । ଦେଶରେ ପାଖାପାଖି ୧୪.୫ କୋଟି ଚାଷୀ ଅଛନ୍ତି, କିନ୍ତୁ ଏହି ସ୍କିମ ଅନୁସାରେ ସମସ୍ତେ ଭେରିଫିକେସନ ହୋଇ ପାରି ନାହାନ୍ତି ।

କୃଷି ମନ୍ତ୍ରାଳୟର କହିବା ଅଟେ କି ଯେଉଁ ଟଙ୍କା ବର୍ତ୍ତମାନ ପଠା ଯାଉଛି ତାହା ଏହି ସ୍କିମର ଦ୍ଵିତୀୟ ଚରଣର ଦ୍ଵିତୀୟ କିସ୍ତି ଅଟେ । ଲକଡାଉନ ପରେ କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳ ସୀତାରମଣ ଓ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର ଆର୍ଥିକ ପ୍ୟାକେଜରେ ଚାଷୀ ସମାନ ନିଧି ବିଷୟରେ କହିଥିଲେ ।

ଟଙ୍କା ନ ମିଳିଲେ କଣ କରିବେ

ଯଦି ଆପଣଙ୍କୁ ପ୍ରଥମ ସପ୍ତାହରେ ଟଙ୍କା ମିଳୁ ନାହିଁ ତେବେ ନିଜର ଆକାଉନ୍ଟାନ୍ଟ ଓ ଜିଲ୍ଲା କୃଷି ଅଧିକାରୀ ସହ ସମ୍ପର୍କ କରନ୍ତୁ । ଯଦି ସେଠି ବି କଛି ହେଉ ନାହିଁ ତେବେ କୃଷି ମନ୍ତ୍ରାଳୟ ତରଫରୁ ଜାରି ହେଲ୍ପଲାଇନ (PM-Kisan Helpline 155261 କିମ୍ବା 1800115526 (Toll Free)ରେ ସମ୍ପର୍କ କରନ୍ତୁ । ଯଦି ସେଠି ବି କିଛି ନ ହେଉଛି ତେବେ ମନ୍ତ୍ରାଳୟର ଦ୍ଵିତୀୟ ନମ୍ବର (୦୧୧ -୨୩୩୮୧୦୯୨) ରେ କଥା ହୁଅନ୍ତୁ । ସ୍କିମର ଦ୍ଵିତୀୟ ଚରଣ ବି ଆରମ୍ଭ ହୋଇସାରିଛି । ଯାହା ଅନୁସାରେ ୨୦୦୦ ଟଙ୍କାର ପ୍ରଥମ କିସ୍ତି ପାଖପାଖି ୩.୫ କୋଟି ଲୋକଙ୍କୁ ମିଳିସାରିଛି । ଦେଶ ଦୁନିଆର ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *