ତତେ ଛାଡ଼ି ମୁଁ ରହିପାରିଲି ନାହିଁ…ଏବେ ଆମେ ଅଫେରା ରାଇଜରେ ମିଶିବା !

ବନ୍ଧୁଗଣ, ସୂଚନା ଅନୁଯାୟୀ କିଛି ଦିନ ତଳେ ଓଡିଆ ଟେଲିଭିଜନ ଦୁନିଆର ଅଭିନେତ୍ରୀ ରଶ୍ମିରେଖା ଓଝା ଆ-ତ୍ମ-ହ-ତ୍ୟା କରିଥିଲେ । ବର୍ତ୍ତମାନ ତାଙ୍କ ସ୍ଵାମୀ ମଧ୍ୟ ସବୁଦିନ ଲାଗି ସଂସାରରୁ ଚାଲିଯାଇଛନ୍ତି । ତେବେ ଏନେଇ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ବୋଧ ହୁଏ ସନ୍ତୋଷ ଚିନ୍ତା କରିଥିବେ ଯେ “ତୁ’ ଚାଲିଯିବା ପରେ ମୁଁ ଏଠି ଏକୁଟିଆ କ’ଣ ବା କରିବି ? କାହାକୁ ନେଇ ବଞ୍ଚିବି ? କାହା ସହିତ ସାରା ଜୀବନ ଜିଇବି ? ମତେ ମଧ୍ୟ ଏହି ଦୁନିଆ ଭଲ ଲାଗୁନି । ବାରମ୍ବାର ନିନ୍ଦା ତଥା ଅପମାନ ସହି ସହି ମୁଁ ମଧ୍ୟ ଅତିଷ୍ଠ ହୋଇଗଲିଣି ।

ଥାନା କୋର୍ଟ କଚେରୀ ଦୌଡି ଦୌଡି ନୟାନ୍ତ ହୋଇଗଲିଣି ଉଭୟ ପରସ୍ପରକୁ କେତେ ଭଲପାଉ ତାହା ବୋଧ ହୁଏ ଆଉ କେହି ବୁଝି ପାରିବେ ନାହିଁ । ମାତ୍ର ତୁ ସିନା ଶେଷ ଚିଠିରେ ଲେଖି ଚାଲିଗଲୁ ଯେ ମତେ ଭଲପାଉ ବୋଲି କିନ୍ତୁ ତୁ ଗଲାପରେ ନୀତି ଛଟପଟ ହେଉଛି ମୁଁ । କୌଣସି ରାତିରେ ଶୋଇନାହିଁ । ଠିକରେ ଭୋକ ନିଦ ହେଉନାହିଁ । ତେବେ ଏମିତି କିଛି ଭାବି କାଳେ ମାନସିକ ଚିନ୍ତାରେ ଥିଲେ ସ୍ଵାମୀ ସନ୍ତୋଷ” ।

ଆଉ ଓଡିଆ ଅଭିନେତ୍ରୀ ରଶ୍ମିରେଖା ନିଜ ଜୀବନ ହାରିବାର ପ୍ରାୟ ୧୬ ଦିନ ପରେ ପ୍ରେମିକ ଅଥବା ସ୍ଵାମୀ ସନ୍ତୋଷ ରାଉରକେଲାର ନିଜ ବାସଭବନରେ ନିଜ ଜୀବନ ହାରିଦେଇଛନ୍ତି ।ସୂଚନାନୁଯାୟୀ ରାଉରକେଲା ବାସନ୍ତୀ କଲୋନୀରୁ ସନ୍ତୋଷ ରଥଙ୍କର ମୃ-ତଦେହ ଉଦିତନଗର ଥାନା ପୋଲିସ ଉଦ୍ଧାର କରି ସରକାରୀ ଡାକ୍ତରଖାନାକୁ ନେଇଛି ।

ଏଠାରେ କହି ରଖିବା ନିମନ୍ତେ ଯାଉଅଛୁ ଯେ ନଯାପଲ୍ଲୀ ଥାନା ଅଞ୍ଚଳରେ ସନ୍ତୋଷ ଏବଂ ରଶ୍ମିରେଖା ସ୍ଵାମୀ ସ୍ତ୍ରୀ ର ପରିଚୟ ଦେଇ ରହୁଥିଲେ । ତେବେ ଗତ ମାସ ୧୮ ତାରିଖରେ ସେହି ଭଡାଘରୁ ରଶ୍ମିରେଖାଙ୍କର ମୃ-ତଦେହ ଜବତ କରିଥିଲା ପୋଲିସ । ଏବଂ ଏହା ସହିତ ଏକ ହାତ ଲେଖା ଚିଠି ମଧ୍ୟ ଜବତ କରିଥିଲା । ଏଥିରେ ରଶ୍ମିରେଖା ସନ୍ତୋଷକୁ ବହୁତ ଭଲ ପାଉଥିବା କଥା ଲେଖିଥିଲେ ।

ଏହାପରେ ସନ୍ତୋଷ ପାତ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରଯାଇଥିଲା । ସନ୍ତୋଷ ଜେଲରେ ଥିଲେ ଏବଂ ବେଲ ପାଇବା ପରେ ବାସନ୍ତୀ କଲୋନୀ ଘରକୁ ଆସିଥିଲେ ଏବଂ ଏଠାରେ ରଶ୍ମିରେଖାଙ୍କୁ ଝୁରି ଝୁରି ନିଜ ଜୀବନ ହାରିଦେଇଥିବା ଚର୍ଚ୍ଚା ହେଉଛି । ତେବେ ଏଠାରେ ବଡ ପ୍ରଶ୍ନ ଉଠୁଛି ଯେ ଉଭୟଙ୍କ ମଧ୍ୟରେ ଯଦି ଏତେ ଭଲ ପାଇବା ଥିଲା ତଥା ପରସ୍ପରଙ୍କୁ ଛାଡି ରହିପାରୁନଥିଲେ ତେବେ କେଉଁ କାରଣ ନିମନ୍ତେ ଜୀବନ ହାରିଲେ ? ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *