ଜୀବନ ହାରିଲେ ଅଭିନେତ୍ରୀ Rashmirekha ଙ୍କ ସ୍ଵାମୀ Santosh, ଦେଖନ୍ତୁ କାହିଁକି ଓ କିପରି ?

ବନ୍ଧୁଗଣ ଓଡିଆ ଟେଲିଭିଜନ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁକୁ ଦୀର୍ଘ କିଛି ଦିନ ହୋଇଗଲାଣି । ରଶ୍ମିରେଖାଙ୍କ ସନ୍ଦେହ ଜନକ ମୃତ୍ୟୁ ହେବା ପରେ କେବଳ ଓଡିଆ ଟିଭି ଜଗତ ନୁହେଁ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଥିଲା । ରଶ୍ମିରେଖା ଆତ୍ମହତୟଆ କରିଥିବା ନେଇ ସୂଚନା ମିଳିଥିବା ବେଳେ ଏହି ଆତ୍ମହତୟଆ ପଛରେ ସନ୍ତୋଷ ପାତ୍ର ନାମକ ଏକ ଯୁବକଙ୍କ ହାତ ଅଛି ବୋଲି ରଶ୍ମିରେଖାଙ୍କ ବାପା ଅଭିଯୋଗ କରିଥିଲେ ।

ତେଣୁ ବନ୍ଧୁଗଣ ସେତେବେଳେ ସନ୍ତୋଷ ପାତ୍ରଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଥିଲା । ମିଡିଆ ରିପୋର୍ଟସ ଅନୁସାରେ ରଶ୍ମିରେଖା ରାଜା ନାମକ ପୁରୁଷ ସହ ମିଳାମିଶା କରିବା ନେଇ ସନ୍ତୋଷ ଏହାକୁ ସହ୍ୟ କରିପାରି ନଥିଲା । ଏଥିପାଇଁ ଉଭୟ ସନ୍ତୋଷ ଓ ରଶ୍ମିରେଖାଙ୍କ ମଧ୍ୟରେ ଝଗଡା ହୋଇଥିଲା ଆଉ ପରେ ମାରପିଟ ମଧ୍ୟ ହୋଇଥିଲା । ଆଉ ଏହା ପରେ ରଶ୍ମିରେଖାଙ୍କ ମୃତ ଖବର ସାମ୍ନା ଆସିଲା ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏହି ମାମଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । ବନ୍ଧୁଗଣ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ତଥା ତାଙ୍କ ସ୍ଵାମୀ ସନ୍ତୋଷ ଆଉ ଏ ଦୁନିଆରେ ନାହାନ୍ତି । ଗତ କାଲି ବିଳମ୍ବିତ ରାତିରେ ସେ ତାଙ୍କ ବାସ ଭବନରେ ଜୀବନ ହାରି ଦେଇଛନ୍ତି । ନିଜ ବେଡରୁମରେ ଶୋଇଥିବା ବେଳେ ନିଜ ଜୀବନକୁ ଶେଷ କରିଦେଇଛନ୍ତି ସନ୍ତୋଷ ।

ରାଉଲକେଲାର ବାସନ୍ଧି ନଗର କଲୋନୀରେ ସେ ନିଜ ଜୀବନ ହାରି ଦେଇଛନ୍ତି । ସନ୍ତୋଷ ନିଜ ବାପା-ମାଙ୍କ ସହ ରହୁଥିଲେ ଆଉ ଏବେ ସନ୍ତୋଷଙ୍କ ମୃତ ଦେହକୁ ପୋଲିସ ଜବତ କରି ସରକାରୀ ଡାକ୍ତର ଖାନାରେ ରଖିଛି । ବନ୍ଧୁଗଣ ରଶ୍ମିରେଖା ଯିବା ପରେ ଆଜି ସନ୍ତୋଷ ବି ଏ ଦୁନିଆ ଛାଡି ଚାଲିଗଲେ । ସ୍ତ୍ରୀ ମୃତ୍ୟୁର କିଛି ଦିନ ପରେ ଜୀବନ ହାରି ଦେଲେ ସ୍ଵାମୀ ।

ରଶ୍ମିରେଖାଙ୍କ ମୃତ୍ୟୁ ମାମଲାରେ ଭୁବନେଶ୍ବର ନୟାପଲ୍ଲୀ ଥାନାରେ ଜେରା ହୋଇଥିଲେ ସନ୍ତୋଷ । ସନ୍ତୋଷଙ୍କ ମୃତ୍ୟୁ ପଛର କାରଣ ଜଣା ନ ପଡିଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *