‘ଗଣିତ’ରେ ଦୁର୍ବଳ ଶିକ୍ଷକ ‘ଇଂରାଜୀ’ ତ ଶତ୍ରୁ …. ଆମ ଶିକ୍ଷା ବ୍ୟବସ୍ଥାର ଇଏ କି ରୂପ…ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ବିଦ୍ୟାଳୟରେ ଶିକ୍ଷକ କହିପାରିଲେନି ୪୯ ରୁ ୧୨ ଗଲେ କେତେ ? ଗଣିତ ଶିକ୍ଷକଙ୍କ ଅଙ୍କ ଭୁଲ, ଇଂରାଜୀ ଶିକ୍ଷକଙ୍କ ସ୍ପେଲିଙ୍ଗ ଭୁଲ । ଶିକ୍ଷିତ ଯୁବକ ଯୁବତୀ ପ୍ରତିବାଦ କରୁଛନ୍ତି ଅପର ପାର୍ଶ୍ଵରେ ଯାହାଙ୍କୁ ପାଠଶାଠ ଜଣାନାହିଁ ସେମାନେ ଶିକ୍ଷକତା କରୁଛନ୍ତି । ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିକାଶ ନିମନ୍ତେ ବିଦ୍ୟାଳୟ ଗୁଡିକୁ ସୁଧାରିବାରେ ଲାଗିଛନ୍ତି ।

ସ୍ମାର୍ଟ କ୍ଳାସରୁମ ସାଙ୍ଗକୁ ସ୍ମାର୍ଟ ଶିକ୍ଷାନୀତି । ହେଲେ କଣ ଶିକ୍ଷା ବିଭାଗର ପାଠ୍ୟଖସଡା ଭିତରେ ଛାତ୍ରଛାତ୍ରୀ ତଥା ଶିକ୍ଷକ ଭୁଲିଯାଇଛନ୍ତି ପାଠପଢା ? ଏହି ବିଦ୍ୟାଳୟ ହେଉଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଜୟପୁରା କଚେଣୀ ଗ୍ରାମର । ଏଠାରେ ସପ୍ତମ ଶ୍ରେଣୀର ଶ୍ରେଣୀ ଶିକ୍ଷକଙ୍କୁ ଜଣାନାହିଁ ଓଡିଆ ବର୍ଣ୍ଣ କିମ୍ବା ସଂଖ୍ୟା । ଏହା ସହିତ ଛାତ୍ର ଛାତ୍ରୀଙ୍କ ଅବସ୍ଥା ନକହିବା ଭଲ ।

ସପ୍ତମ ଶ୍ରେଣୀର ପିଲାଙ୍କୁ କିଛି ପ୍ରଶ୍ନ ପଚରା ଯାଇଥିଲା ତେବେ ତାଙ୍କୁ ନା ଜଣାଥିଲା ଓଡିଆ ବର୍ଣ୍ଣମାଳା ତଥା ଓଡିଆ ସଂଖ୍ୟା କିଅବା କୌଣସି ସାଧାରଣ ଜ୍ଞାନ । ଛାତ୍ର ଛାତ୍ରୀ ମାନେ ଜାତୀୟ ପିତାଙ୍କ ନାମ କହିପାରୁନଥିବା ବେଳେ ସପ୍ତମ ଶ୍ରେଣୀରେ ପଢୁଥିବା ସପ୍ତମର ଲେଖା ମଧ୍ୟ କହିପାରୁନଥିଲେ । ଦେଶ ତଥା ରାଜ୍ୟର ପ୍ରଧାନ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଙ୍କ ନାମ ମଧ୍ୟ ଜାଣିନାହାଁନ୍ତି ।

ତେବେ ବିଦ୍ୟାଳୟର ଶିକ୍ଷକ ମଧ୍ୟ ସ୍ଵରବର୍ଣ୍ଣ ତଥା ବ୍ୟଞ୍ଜନବର୍ଣ୍ଣ କେତୋଟି ରହିଛି କହିପାରିନଥିବା ବେଳେ ସେହି ସ୍ଥାନରେ ଛାତ୍ର ଛାତ୍ରୀ କିଭଳି ଉଚିତ ଶିକ୍ଷା ପାଉଥିବେ । ପିଲାମାନେ ଉଚିତ ଉତ୍ତର ଦେଇପାରୁନଥିବା ଶ୍ରେଣୀ ଶିକ୍ଷକଙ୍କୁ ପଚରାଗଲା । ଶିକ୍ଷକ କହିଲେ ଯେ ଆମ୍ଭେ ଉଚିତ ଶିକ୍ଷା ପ୍ରଦାନ କରୁଛୁ ଅଥବା ପାଠ ପଢଉଛୁ । କିନ୍ତୁ ପିଲାମାନେ ରିସିଭ କରି ପାରୁନାହାଁନ୍ତି ବିଦ୍ୟାକୁ ।

ଯେଉଁଠି ମୂଳଦୁଆ ଅର୍ଥାତ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକଙ୍କୁ କିଛି ଜଣା ନାହିଁ, ସେହି ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ କ’ଣ ହେବ ଆପଣ ଅନ୍ଦାଜା ଲଗାଇପାରୁଥିବେ । ତେବେ ସ୍ଥାନେ ସ୍ଥାନେ ଗଣଶିକ୍ଷା ମନ୍ତ୍ରୀ ବିଦ୍ୟାଳୟ ଗୁଡିକ ଭ୍ରମଣ କରି ତଦାରଖ କରୁଥିବା ବେଳେ କେନ୍ଦ୍ରାପଡାକୁ ବୋଧହୁଏ ନଜର ଯାଇନାହିଁ ।

କେବଳ କେନ୍ଦ୍ରପଡା ନୁହେଁ । ଏହିଭଳି ଦେଖିବାକୁ ଗଲେ ଅନେକ ଶିକ୍ଷକ ତଥା ଛାତ୍ର ଛାତ୍ରୀ ଏଭଳି ବାହାରିବେ ଯାହାଙ୍କୁ ଶିକ୍ଷା ସମ୍ବନ୍ଧରେ ସହଜ ତଥା ସାଧାରଣ ଜ୍ଞାନ ଭଳି କିଛି ଆସୁନଥିବ । ତେବେ ଏଥିନିମନ୍ତେ ମୋଟ ଉପରେ ଦାୟୀ କିଏ ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *