‘ଝିଅ ହେଇ କଥା ହେଲି, ତା’ରି ପଇସାରେ ବିରିୟାନୀ ଖାଇଦେଲି…’ ସାଇବର ଠକକୁ କେମିତି ଚୂନ ଲଗେଇଲେ ଏହି ଯୁବକ ଶୁଣନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସାଇବର ଠକକୁ ଠକି ତା’ ପଇସାରେ ବିରିଆନୀ ଖାଇଲି । ହଁ ବନ୍ଧୁଗଣ ଏପରି କିଛି ରୋଚକପୂର୍ଣ୍ଣ ତଥ୍ୟ ଏକ ବ୍ୟକ୍ତିଙ୍କ ମୁହଁରୁ ଶୁଣିବାକୁ ମିଳିଛି । ଯାହାଙ୍କ ନାମ ହେଉଛି ନାରାୟଣ ପୃଷ୍ଟି । ତେବେ ବର୍ତ୍ତମାନ ସମୟରେ ଦିନକୁ ଦିନ ସାଇବର ଠକ ବଢିବା ସହିତ ସାଇବର କ୍ରାଇମ ମଧ୍ୟ ଦିନକୁ ଦିନ ଦୃତି ଗତିରେ ବୃଦ୍ଧି ହେବାକୁ ଲାଗିଛି । ତେବେ ଯେଉଁ ନିରୀହ ଲୋକ ସାଇବର ଠକଙ୍କର କୁଟନୀତି ସମ୍ପର୍କରେ ଜାଣିପାରୁନାହାନ୍ତି ।

ସେମାନେ ଏହି ଠକାମୀର ଶିକାର ହେଉଛନ୍ତି । ତେବେ ଏହାର ଅପର ପକ୍ଷରେ ଜଣେ ବ୍ୟକ୍ତି ସାଇବର ଠକାମୀରେ ନପଡି ଓଲଟା ତାଙ୍କ ଠାରୁ ଭଣ୍ଡେଇ ସେହି ପଇସାରେ ବିରିଆନୀ ଖାଇଛନ୍ତି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ତେବେ ବ୍ୟକ୍ତିଙ୍କ କହିବା ଅନୁଯାଇ ତାଙ୍କର ଜଣେ ବନ୍ଧୁ ବିଶ୍ଵଜିତ ତୀଗି କ୍ୟାଣ୍ଟେନମେଣ୍ଟ ଥାନାରେ ପୋଲିସ ଅଛନ୍ତି । ତେବେ ତାଙ୍କ ଫେସବୁକର ଫେକ id ବନାଇ ବିଶ୍ଵଜିତଙ୍କର ଫୋଟ ଲଗାଇ ନାରାୟଣ ପୃଷ୍ଟିଙ୍କ ସହିତ କଥାବାର୍ତ୍ତା ହେବାକୁ ପ୍ରୟାସ କରିଥିଲେ ।

ତେବେ ନାରାୟଣ ପୃଷ୍ଟିଙ୍କର ସାଙ୍ଗ ବିଶ୍ଵଜିତ କଲ୍ ନକରି ଫେସବୁକ ଜରିଆରେ ଚାଟିଙ୍ଗ କରିବା କଥା ତାଙ୍କୁ କିଛି ମାତ୍ରାରେ ସନ୍ଦେହପୂର୍ଣ୍ଣ ଲାଗିଥିଲା । ତେବେ ଏହି କଥାର ପଟ୍ଟା ଲଗାଇବାକୁ ଯାଇ ତାଙ୍କ ବନ୍ଧୁ ବିଶ୍ଵଜିତଙ୍କ ସହିତ ଫୋନ ଲଗାଇ କଥା ହୋଇଥିଲେ । ତାପରେ ସବୁ କିଛି ଜାଣି ଫେସବୁକରେ ଫେକ id କରି କଥା ହେଉଥିବା ଲୋକର ଚାଲାକ ନାରାୟଣ ପୃଷ୍ଟି ବୁଝିଯାଇଥିଲେ ।

ତାପରେ ସେ ଫେକଲୋକଙ୍କ ସହିତ କଥା ହୋଇଥିବା ସମୟର ସାଇବର ଠକ ଜଣଙ୍କ ମିଛ ବାହାନା କରି ନାରାୟଣ ପୃଷ୍ଟିଙ୍କ ଠାରୁ ଟଙ୍କା ହଡପ କରିବାକୁ ଚାହୁଁଥିଲା । ଯେହେତୁ ନାରାୟଣ ପୃଷ୍ଟି ଆଗରୁ ଏହି ବିଷୟରେ ତନାଘନା କରି ଯାନିଯାଇଥିଲେ । ଯେ ଏହି ଲୋକ ଜଣଙ୍କର ହେଉଛନ୍ତି ଫେକ ଲୋକ । ତେବେ ନାରାୟଣ ମଧ୍ୟ ନିଜର ଷାତିର ଦିମାଗ ଖଟାଇ ସାଇବର ଠକକୁ ପ୍ରଥମେ ତାଙ୍କ ପଠାଇଲି ବୋଲି କହିଥିଲେ । ତାପରେ ନେଟୱର୍କ ସମସ୍ଯା ଅଛି ବୋଲି ସଫେଇ ଦେଇଥିଲେ ।

ତାପରେ ସାଇବର ଠକ ଠାରୁ ଭୁତେଇ ଓ ସ୍ତ୍ରୀ ସ୍ଵରରେ କଥା ହୋଇ ୧୦୦ ରୁ ୩୦୦ ଟଙ୍କା ଫୋନ ପେ ଦ୍ଵାରା ନେଇ ଆସିଥିଲେ । ତାପରେ ସେହି ଟଙ୍କାରେ ବିରିଆନୀ କିଣିକି ଖାଇବେ ବୋଲି ସାଇବର ଠକକୁ କହିଥିଲେ । ତାପରେ ସାଇବର ଠକର ଧମକରେ ତିଳେ ମାତ୍ର ବିଚଳିତ ନହୋଇ ସାହସର ସହ ଉପଯୁକ୍ତ ପଦକ୍ଷେପ ନେଇଥିଲେ ନାରାୟଣ ପୃଷ୍ଟି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ କରିବା ସହ ସାଇବର ଠକଙ୍କୁ ନେଇ ଆପଣଙ୍କର ମତ ମଧ୍ୟ କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *