‘ମୋ ସ୍ବାମୀ ମୋ ନମ୍ଵର ବ୍ଲକ ମାରିଛନ୍ତି, ମୁଁ ଏହି ପିଣ୍ଡାରେ…’ ନିଜ ଅଧିକାର ପାଇବା ପାଇଁ Tapaswini ଙ୍କ ପରି ଧାରଣାରେ ବସିଲେ ଡଲି, ନିଜ ସ୍ବାମୀଙ୍କ ନାଁ ରେ କଣ କହିଲେ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି କିଛିଦିନ ହେବ ଚର୍ଚ୍ଚାରେ ରହିଥିବା ବ୍ରହ୍ମପୁର ସହର ବ୍ରହ୍ମାନଗର ଦ୍ୱିତୀୟ ଲେନର ତପସ୍ୱିନୀ ଦାଶଙ୍କ ପତ୍ନୀ ମାନ୍ୟତା ଦାବି କରି ସ୍ୱାମୀଙ୍କ ବାସଭବନ ଆଗରେ ଧାରଣା ଦେବା ଘଟଣାରେ ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟ ଉଭୟ ପତି-ପତ୍ନୀଙ୍କୁ ୭ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତପସ୍ୱିନୀ ଗତ କିଛିଦିନ ହେବ ତାଙ୍କ ଡାକ୍ତର ସ୍ୱାମୀ ସୁମିତଙ୍କ ଘର ଆଗରେ ଧାରଣା ଦେବା ସହ ମାର୍ଗଶିର ମାସ ଗୁରୁବାର ମହାଲକ୍ଷ୍ମୀଙ୍କ ପୂଜା କରିବା ଘଟଣା ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଥିଲା ।

କୋର୍ଟଙ୍କ ରାୟ ପରେ ଆସିକା ଥାନା ପୋଲିସ ତପସ୍ୱିନୀ ଓ ସୁମିତଙ୍କୁ ନେଇ ଆସିକା ଚିନି କଳ ଅତିଥି ଭବନରେ ରଖିଛନ୍ତି । ଏହାପରେ ସେମାନଙ୍କୁ ଆସିକା ଅଞ୍ଚଳରେ ଏକ ଭଡ଼ା ଘରେ ରଖାଯିବ । ଆଗାମୀ ୭ ଦିନ ଯାଏଁ ସବୁ ଘଟଣାର ତଦାରଖ କରିବ ଆସିକା ଥାନା ପୋଲିସ । ଉଭୟଙ୍କ ରହିବା, ଖାଇବା, ଘରଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ସ୍ୱାମୀ ସୁମିତ ବହନ କରିବେ ବୋଲି କୋର୍ଟ କହିଛନ୍ତି ।

ଏକାଠି ୭ ଦିନ ରହଣି ସମୟରେ କୌଣସି ଗଣମାଧ୍ୟମ, ସାମାଜିକ କର୍ମୀ ଏବଂ ପରିବାର ଲୋକ ସେମାନଙ୍କୁ ଦେଖା କରିପାରିବେ ନାହିଁ କିମ୍ବା ଫୋନ୍ ଯୋଗେ ଯୋଗାଯୋଗ କରିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଆସିକା ପୋଲିସ ଉଭୟ ତପସ୍ୱିନୀ ଓ ସୁମିତଙ୍କ ଚାଲିଚଳନ ଓ ହାବଭାବ ଲକ୍ଷ୍ୟ କରି କୋର୍ଟରେ ରିପୋର୍ଟ ଦାଖଲ କରିବେ ।

ତେବେ ବର୍ତ୍ତମାନ ବ୍ରହ୍ମପୁର ପରେ ତାଳଚେର ରେ କିଛି ଏହି ଭଳି ଦୃଶ୍ୟ କୁ ଦେଖିବାକୁ ମିଳୁଛି । ତେବେ ଡ଼ଲି ସାହୁ ନାମକ ଜଣେ ମହିଳା ନିଜ ସ୍ୱାମୀ ଙ୍କ ନାମରେ ଅଭିଯୋଗ କରିଛନ୍ତି କି ତାଙ୍କ ସ୍ୱାମୀ ତାଙ୍କୁ ବର୍ତ୍ତମାନ ଗ୍ରହଣ କରୁ ନାହାନ୍ତି ଏଵଂ ଶାଶୂ ଘର ଲୋକ ମଧ୍ୟ ଆପଣାଉ ନାହାନ୍ତି । ତେବେ ତାଙ୍କ ସ୍ୱାମୀ ଙ୍କ ନାମ ହେଉଛି ଅକ୍ଷୟ ସାହୁ ତେବେ ଦୁଇଜଣଙ୍କ ବିବାହ ତିନିବର୍ଷ ତଳେ ହୋଇ ଯାଇଥିଲା ଏବଂ ଡ଼ଲି ଙ୍କ ବାପ ଘର ହେଉଛି ଅନୁଗୁଳ ରେ ।

ତେବେ କୌଣସି କାରଣ ପାଇଁ ଡ଼ଲି ଙ୍କୁ ତାଙ୍କ ଶାଶୂ ଘର ଲୋକେ ବାହାର କରି ଦେଇଥିଲେ ଏବଂ ଏହା ପରେ ସେ ଘରକୁ ଫେରିଲେ ତାଙ୍କୁ ଗ୍ରହଣ ନ କରି ଧକା ଦେଇ ବାହାର କରି ଦେଉଥିଲେ । ତେବେ ଡ଼ଲି ଙ୍କ କହିବା ଅନୁସାରେ ନା ହୋଇଛି ଛାଡ଼ପତ୍ର ନା ସେ ରାଗିକି ବାପ ଘର ପଳେଇ ଥିଲେ କିନ୍ତୁ ତଥାପି ତାଙ୍କ ଶାଶୂ ଘର ଲୋକେ ମିଶି ତାଙ୍କ ସ୍ୱାମୀ ଙ୍କ ବ୍ରେନ ୱାସ୍ କରିଛନ୍ତି ଏବଂ ତାଙ୍କୁ ଶିଖେଇଛନ୍ତି ଯାହା ଦ୍ୱାରା ସେ ବର୍ତ୍ତମାନ ମୋତେ ଗ୍ରହଣ କରୁ ନାହାନ୍ତି ।

ତେବେ ନ୍ୟାୟ ପାଇବାର ଆଶା ରେ ବର୍ତ୍ତମାନ ଡ଼ଲି ଶାଶୂ ଘର ପିଣ୍ଡା ରେ ବସି ରହିଛନ୍ତି ଏବଂ ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେ ଏଠୁ ହଟିବେନି ବୋଲି ମଧ୍ୟ କହୁଛନ୍ତି । ତେବେ ଦେଖାଯାଉ ଡ଼ଲିଙ୍କୁ ନ୍ୟାୟ ମିଳୁଛି କିମ୍ବା ନାହିଁ । ତେବେ ଏହି ଖବର ଉପରେ ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *